Indus Valley Times

କନ୍ଧମାଳ ଜିଲ୍ଲାରେ ୫ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ : ପ୍ରଥମ ପର୍ଯ୍ୟାୟରେ ବାଲିଗୁଡ଼ା ଓ କ.ନୂଆଗାଁ ବ୍ଲକରେ ହେବ

 Breaking News

କନ୍ଧମାଳ ଜିଲ୍ଲାରେ ୫ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ : ପ୍ରଥମ ପର୍ଯ୍ୟାୟରେ ବାଲିଗୁଡ଼ା ଓ କ.ନୂଆଗାଁ ବ୍ଲକରେ ହେବ

January 12
20:02 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୧୨/୧:ସମସ୍ତ ଆଶା ଓ ଆଶଙ୍କାର ଅନ୍ତ ଘଟି ଶେଷରେ ପଞ୍ଚାୟତ ନିର୍ବାଚନ ବିଗୁଲ ବାଜିଛି । ପ୍ରଥମ ପର୍ଯ୍ୟାୟରେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଓ କ.ନୂଆଗାଁ ବ୍ଲକରେ ୩ଟି ଜିଲ୍ଲାପରିଷଦ ଜୋନ ଲାଗି ନିର୍ବାଚନ ହେବ। ବାଲିଗୁଡ଼ା ବ୍ଳକରେ ୧୪ଟି ପଞ୍ଚାୟତର ୧୮୩ ଓ କ.ନୂଆଗାଁ ବ୍ଲକର ୧୭୭ ୱାର୍ଡ ରହିଛି ।
ବାଲିଗୁଡ଼ା ବ୍ଳକର ୩୫ହଜାର ୧୩୬ ଓ କନୂଆଗାଁ ବ୍ଳକର ୪୪୬୦୮ ଭୋଟର ଭୋଟ ଦେବେ। ମାଓ ଅଧୁଷିତ ଦୁର୍ଗମ ବ୍ଲକ ଭାବରେ ପରିଚିତ କୋଟଗଡ଼ ଓ ତୁମୁଡିବନ୍ଧ ବ୍ଳକରେ ୨ଟି ଜିଲା ପରିଷଦ ଜୋନ ଲାଗି ଦ୍ୱିତୀୟ ପର୍ଯ୍ୟାୟ ଫେବୃୟାରୀ ୧୮ରେ ଭୋଟ ଗ୍ରହଣ ହେବ ।
କୋଟଗଡ଼ ବ୍ଳକର ୧୫ଟି ପଞ୍ଚାୟତର ୧୮୨ ୱାର୍ଡ ଥିବାବେଳେ, ତୁମୁଡିବନ୍ଧ ବ୍ଲକ ର ୧୧ଟି ପଞ୍ଚାୟତର ୧୩୯ ୱ।ର୍ଡ ରହିଛି । ସେହିପରି କୋଟଗଡ଼ ବ୍ଳକରେ ୩୨ ହଜାର ୨୪ ଓ ତୁମୁଡିବନ୍ଧ ବ୍ଲକ ରେ ୩୦ ହଜାର ୯୭୧ ଭୋଟର ଭୋଟ ଦେବେ। ତୃତୀୟ ପର୍ଯ୍ୟାୟ ଫେବୃଆରୀ ୨୦ରେ ଫୁଲବାଣୀ,ଫିରିଙ୍ଗିଆ ଓ ଖଜୁରୀପଡ଼ା ୩ଟି ବ୍ଳକରେ ୫ଟି ଜିଲା ପରିଷଦ ଜୋନ ଲାଗି ନିର୍ବାଚନ ହେବ। ଫୁଲବାଣୀ ବ୍ଳକରେ ୧୧ଟି ପଞ୍ଚାୟତ ଥିବାବେଳେ ଫିରିଙ୍ଗିଆ ବ୍ଳକରେ ୨୪ ଓ ଖଜୁରୀପଡ଼ା ବ୍ଳକରେ ୧୪ଟି ପଞ୍ଚାୟତ ରହିଛି ।
ଫୁଲବାଣୀ ବ୍ଳକରେ ୨୯ ହଜାର ୧୮୩ ଭୋଟର ଥିବାବେଳେ ଫିରିଙ୍ଗିଆ ବ୍ଳକରେ ୫୮ ହଜାର୯୬୫, ଓ ଖଜୁରୀପଡ଼ା ବ୍ଲକରେ ୩୮ହଜାର ୪୫୩ଜଣ ଭୋଟର ଅଛନ୍ତି କ୍ଷ ସେହିପରି ଚତୁର୍ଥ ପର୍ଯ୍ୟାୟ ଫେବୃଆରୀ ୨୨ରେ ଜି ଉଦୟଗିରି, ଚକାପାଦ ଓ ଟିକାବାଲି ବ୍ଳକର ୪ଟି ଜିଲ୍ଲାପରିଷଦ ଜୋନ ରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ ।
ଜି.ଉଦୟଗିରିର ୮ଟି ପଞ୍ଚାୟତର ୧୧୨ ୱାର୍ଡ ର ୨୮ ହଜାର ୯୧୦ ଭୋଟର, ଚକାପାଦ ବ୍ଳକ ର ୧୨ ପଞ୍ଚାୟତର ୧୯୯ ୱ୲ର୍ଡ ର ୩୬ ହଜାର ୮୩୬ ଭୋଟର, ଟିକାବାଲି ବ୍ଲକର ୧୧ ପଞ୍ଚାୟତ ୧୭୫ ୱାର୍ଡ଼ ର ୩୬ ହଜାର ୫୦୯ ଭୋଟର ଭୋଟ ଦେବେ। ସେହିପରି ୫ ମ ପର୍ଯ୍ୟାୟ ରେ ଫେବୃଆରୀ ରେ ଦାରିଙ୍ଗବାଡି ଓ ରାଇକିଆ ବ୍ଳକରେ ୪ଟି ଜିଲ୍ଲାପରିଷଦ ଜୋନରେ ନିର୍ବାଚନ ହେବ।
ଦାରିଙ୍ଗବାଡି ବ୍ଳକର ୨୫ପଞ୍ଚାୟତର ୩୪୭ ୱାର୍ଡ ର ୮ହଜାର ୫୧୭ ରାଇକିଆ ବ୍ଳକର ୧୨ପଞ୍ଚାୟତର ୧୭୩ ୱାର୍ଡର ୩୯ ହଜାର ୯୦୫ ଭୋଟର ଭୋଟ ଦେବେ ବୋଲି କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।
ଅସ୍ଥାୟୀ କୋଭିଡ କେୟାର ସେଣ୍ଟର ଖୋଲିବା ପାଇଁ କନ୍ଧମାଳ ଜିଲ୍ଲାପାଳ ଙ୍କ ପରିଦର୍ଶନ
ବାଲିଗୁଡା, ୧୨/୧: କରୋନା ମହାମାରୀ କୁ ଦୁଷ୍ଟିରେ ରଖି କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଣି ଅସ୍ଥାୟୀ ମେଡିକାଲ କେନ୍ଦ୍ର ଖୋଲିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏନେଇ କନ୍ଧମାଳ ଜିଲ୍ଲାପାଳ ଡ. ବୃନ୍ଦା ଡି. ରାଇକିଆ ଗସ୍ତରେ ଆସି ପ୍ରଥମେ ରାଇକିଆ ଠାରେ ଖୋଲିବାକୁ ଥିବା ଅସ୍ଥାୟୀ କୋଭିଡ କେୟାର ସେଣ୍ଟର ପରିଦର୍ଶନ କରି ଅନୁସାଙ୍ଗିକ ଉପକରଣ ପ୍ରସ୍ତୁତ ରଖିବାକୁ ପରାମର୍ଶ ଦେଇଥିଲେ ।
ଏଥି ସହିତ ବ୍ଲକର କଳିଙ୍ଗ ବିଦ୍ୟାଳୟ ବୁଲି ଦେଖିବା ସହ ଦ୍ୱିତୀୟ ପର‌୍ୟ୍ୟାୟରେ ନିର୍ମାଣ ହେଉଥିବା ସ୍ମାର୍ଟ ସ୍କୁଲ ଯଥା ସୁଗଡ଼ବାଡି, ମାହୁପାଙ୍ଗା, ପେଟାପାଙ୍ଗା, ଆଡାସିକୃପା ଆଦି ସ୍ଥାନର ସ୍ମାର୍ଟ ସ୍କୁଲ ପରିଦର୍ଶନ କରି କାର‌୍ୟ୍ୟର ତଦାରଖ କରିଥିଲେ । ଏହି ଗସ୍ତ ଅବସରରେ ଜିଲ୍ଲାପାଳଙ୍କ ସହ ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ସୁଶ୍ରୀ ସ୍ମରଣିକା ଟୁଲୋ, ସହକାରୀ ପ୍ରକଳ୍ପ ଅଧିକାରୀ କେଦାର ପଣ୍ଡା, ସହକାରୀ ଯନ୍ତ୍ରୀ ରମେଶ ଲେଙ୍କା, କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।
୫୬ କିଲୋ ଗଞ୍ଜେଇ ସହ କାର ଜବତ, ୩ ଗିରଫ
ବାଲିଗୁଡା,୧୨/୧:କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଗଞ୍ଜେଇ ଚୋରାଚାଲାଣ ବେଳେ ମାଡ଼ି ବସିଲା ଦାରିଙ୍ଗବାଡ଼ି ପୋଲିସ । ବାଲିଗୁଡା ଅଂଚଳରୁ ବାଲୁଗାଁ ଅଂଚଳକୁ ଏକ କାର ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ କିରୀକୁଟି ଗ୍ରାମ ନିକଟରେ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀଙ୍କ ନେତୃତ୍ୱ କ୍ରମେ ଏସଆଇ ଜିତେନ୍ଦ୍ର ବେହେରା,ଏଏସଆଇ ସୁବାସ ଚନ୍ଦ୍ର ନାଏକ ଙ୍କ ସମେତ ପୋଲିସ ଫୋର୍ସ ଚଢ଼ାଉ କରି ୫୬ କିଲୋ ଗଞ୍ଜେଇ ଜବତ କରି ଗୋଟେ କାର ଜବତ କରିବା ସହ ୩ ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଥିଲେ ।
୩ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ କୋଦଳା ଥାନା ଅଂଚଳର ଅରୁଣ ପାଣିଗ୍ରାହୀ, ବଡଗଡ଼ ଥାନା ଅନ୍ତର୍ଗତ ହରିପ୍ରିୟପୁର ଗ୍ରାମର ଜଗନ୍ନାଥ ରଥ ଓ ନୂଆଗାଁ ଗ୍ରାମର ପୂର୍ଣ୍ଣଚନ୍ଦ୍ର ନାୟକ । ପୋଲିସ ଏନେଇ ମାମଲା ନଂ ୩/୨୨ ରୁଜୁ କରି ଘଟଣାର ଅଧିକ ତଦନ୍ତ କରାଯାଉଥିବା ବିଷୟ ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031