Indus Valley Times

କନ୍ଧମାଳ ଜିଲ୍ଲା କୁ ସ୍ଵତନ୍ତ୍ର ପର୍ଯ୍ୟଟନ ଜିଲ୍ଲା ପାଇଁ ଉଦ୍ୟମ : ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ସ୍ୱତନ୍ତ୍ର ଟିମର ପରିଦର୍ଶନ

 Breaking News

କନ୍ଧମାଳ ଜିଲ୍ଲା କୁ ସ୍ଵତନ୍ତ୍ର ପର୍ଯ୍ୟଟନ ଜିଲ୍ଲା ପାଇଁ ଉଦ୍ୟମ : ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ସ୍ୱତନ୍ତ୍ର ଟିମର ପରିଦର୍ଶନ

କନ୍ଧମାଳ ଜିଲ୍ଲା କୁ ସ୍ଵତନ୍ତ୍ର ପର୍ଯ୍ୟଟନ ଜିଲ୍ଲା ପାଇଁ ଉଦ୍ୟମ : ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ସ୍ୱତନ୍ତ୍ର ଟିମର ପରିଦର୍ଶନ
July 21
20:21 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା,୨୧/୭: କନ୍ଧମାଳ ଜିଲ୍ଲା କୁ ସ୍ଵତନ୍ତ୍ର ପର୍ଯ୍ୟଟନ ଜିଲ୍ଲା ମାନ୍ୟତା ଦେବା ନେଇ ଦୀର୍ଘ ବର୍ଷ ହେଲା ଦାବୀ ହୋଇ ଆସୁଛି। ଗତ ଜୁନ ୧୬ ଓ ୧୭ ଦୁଇ ଦିନ କନ୍ଧମାଳ ଗସ୍ତ ରେ ଆସିଥିବା ୫-ଟି ସଚିବ ଭି.କେ. ପାଣ୍ଡିଆନ ଙ୍କୁ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀର ବିକାଶ ସହ ପୁରାତନ ମନ୍ଦିର ଗୁଡିକୁ ପର୍ଯ୍ୟଟନ ସହ ଯୋଡିବା ପାଇଁ ଅନୁରୋଧ କରିଥିଲେ।
ସେହି ଦାବିକୁ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ଗୁରୁତର ସହ ନେଇ ଜିଲ୍ଲା ର ପର୍ଯ୍ୟଟନ ସ୍ଥଳ ପରିଦର୍ଶନ କରି ଏକ ସ୍ବତନ୍ତ୍ର ରିପୋର୍ଟ ସଂଗ୍ରହ କରିବା ପାଇଁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ବିଭାଗ ପକ୍ଷରୁ ଏକ ୫ ଜଣିଆ ଟିମ ଜିଲ୍ଲାକୁ ପଠାଇଛନ୍ତି।
ସେହି ଟିମ ଦୁଇ ଭାଗ ରେ ବିଭକ୍ତ ହୋଇ ଜିଲ୍ଲାର ଜି.ଉଦୟଗିରି,ଦାରିଙ୍ଗବାଡି ବ୍ଲକ ର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ, ବାଲିଗୁଡ଼ା ବ୍ଲକ ର ସର୍ବପୂରାତନ ଜଗନ୍ନାଥ ମନ୍ଦିର, ସର୍ପନାଳ, କୋଟଗଡ ବ୍ଲକ ର ଲୁଦୁ ଓ ଦାରବାଡି ଜଳପ୍ରପାତ ବୁଲି ଦେଖିଛନ୍ତି।
ଏହି ଟିମ୍ ରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ବିଭାଗ ରୁ ୫ ଜଣିଆ ଟିମ ମଧ୍ୟରେ ବାଲିଗୁଡା କୁ ବର୍ଣ୍ଣିକା ଛୋଟାପାଧ୍ୟାୟ, ସ୍ନେହାସିସ ସର୍କରା ଆସିଥିବା ବେଳେ ବାଲିଗୁଡ଼ା ଜଗନ୍ନାଥ ମନ୍ଦିର କୁ କିଭଳି ସରସ ସୁନ୍ଦର କରାଯିବ ସେନେଇ ଆଲୋଚନା ସମୟରେ ଟ୍ରଷ୍ଟ ବୋର୍ଡ ସଦସ୍ୟ. ଟି. ଶ୍ରୀନିବାସ ରାଓ, ମଧୁସୂଦନ ଦାସ, ବିଡ଼ିଓ ଶଶାଙ୍କ ଶେଖର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଏହି ସବୁ ଦେଖିବା ପରେ ଏକ ରିପୋର୍ଟ ପ୍ରସ୍ତୁତ କରି ୫-ଟି ସଚିବ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଦାନ କରିବେ । ଜିଲ୍ଲା ବାସୀ ଆଶା ରଖିଛନ୍ତି ଯେ ୫-ଟି ସଚିବ ନିଶ୍ଚୟ ଜିଲ୍ଲା ର ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରିବେ।
ବାଲିଗୁଡ଼ା : ଘର ଆଗରୁ ବୋଲେରୋ ପିକ୍ଅପ୍ ଭ୍ୟାନ୍ ଚୋରି
ବାଲିଗୁଡ଼ା,୨୧/୭: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ର ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରିକୁଟୀ ପଞ୍ଚାୟତ ଆଦିବାସୀ ଗ୍ରାମର ରାଜେଶ କୁମାର ସାହୁଙ୍କ ଘର ଆଗରେ ଥିବା ତାଙ୍କ ବୋଲେରୋ ପିକ୍ଅପ୍ ଭ୍ୟାନ ଗୁରୁବାର ରାତିରେ କେହି ଦୁର୍ବୃତ୍ତ ଚୋରି କରି ନେଇଯାଇଥବା ଅଭିଯୋଗ ହୋଇଛି ।
ସକାଳୁ ଉଠି ଘର ଆଗରେ ଗାଡ଼ି ନଥିବା ଦେଖି ମାଲିକ ରାଜେଶ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ । ବହୁ ଖୋଜାଖୋଜି କରିବା ପରେ ନ ମିଳିବାରୁ ଶୁକ୍ରବାର ଦିନ ଏନେଇ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପ୍ରକାରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
ବାଲିଗୁଡ଼ା : ବେପରୁଆ ଗାଡି ଚାଳନା , ୫୯ ନଂ. ଜାତୀୟ ରାଜପଥରେ ଅଜଣା ଗାଡ଼ି ଧକ୍କାରେ ପାଞ୍ଚଟି ମଇଁଷିଙ୍କ ମୃତ୍ୟୁ
ବାଲିଗୁଡ଼ା,୨୧/୭:ଜାତୀୟ ରାଜପଥ ରାସ୍ତାରେ ଗାଈଗୋରୁ ଶୋଇବା ଏବଂ ଚଳପ୍ରଚଳ କାରଣରୁ ବିଭିନ୍ନ ସ୍ଥାନରେ ଦୈନନ୍ଦିନ ଦୁର୍ଘଟଣା ଘଟି ନିରୀହ ଲୋକଙ୍କ ଜୀବନ ହାନି ଘଟୁଥିବା ବେଳେ ଗାଈଗୋରୁ ମଧ୍ୟ ମୃତ୍ୟୁ ବରଣ କରୁଛନ୍ତି । ଗତକାଲି ଗୁରୁବାର ବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ଦେଇ ଯାଇଥିବା ୫୯ ନଂ. ଜାତୀୟ ରାଜପଥ ନୂଆସାହି କସ୍ତୁରବା ଗାନ୍ଧୀ ବିଦ୍ୟାଳୟ ସମ୍ମୁଖରେ ଏକ ଅଜଣା ଗାଡ଼ି ଧକ୍କାରେ ପାଞ୍ଚଟି ମଇଁଷିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।
ଏହି ବିଷୟ ସକାଳୁ ସକାଳୁ ଅଞ୍ଚଳ ବାସୀ ଦେଖିବା ପରେ ଘଟଣା ସମ୍ପର୍କରେ ବାଲିଗୁଡ଼ା ଥାନା ପୋଲିସ୍ ଏବଂ ଏନ୍ଏସି ଅଧ୍ୟକ୍ଷଙ୍କୁ ଜଣାଇଥିଲେ । ଖବରପାଇ ଥାନା ଅଧିକାରୀ ବାବାଶଙ୍କର ସରାଫ୍ ଓ ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ସଫେଇ କର୍ମଚାରୀଙ୍କ ସହାୟତାରେ ମୃତ ମଇଁଷିଙ୍କୁ ତୁରନ୍ତ ରାସ୍ତାରୁ ଉଠାଇ ନେଇଥିବା ଜଣାପଡ଼ିଛି ।
ବାଲିଗୁଡ଼ା ସହରରେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଇବା ସହ ସହର ମଧ୍ୟ ଦେଇ ଯାଇଥିବା ୫୯ ନଂ.ଜାତୀୟ ରାଜପଥ ଦେଇ ଦୈନିକ ଶହ ଶହ ଭାରି ଯାନବାହାନ ଚଳାଚଳ କରୁଛି । ଏଭଳି ସ୍ଥିତିରେ ରାଜରାସ୍ତାରେ ଗାଈଗୋରୁ, ଛେଳି, ମେଣ୍ଡା ଆଦି ଗୃହପାଳିତ ପଶୁମାନେ କବଜା କରି ରଖିବା କାରଣରୁ ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଛି ।
ଏଣୁ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ନେବେ ଜରୁରୀ ହୋଇପଡ଼ିଛି । ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଲେ ଅକାରଣରେ ଘଟୁଥିବା ଦୁର୍ଘଟଣାକୁ ନିୟନ୍ତ୍ରଣ କରିବା ସହ ଦୁର୍ଘଟଣାରେ ଗାଈ, ଗୋରୁଙ୍କ ସମେତ ଜନସାଧାରଣଙ୍କ ଜୀବନ ବଞ୍ଚିଯାଇ ପାରିବ ବୋଲି ସାଧାରଣରେ ମତପ୍ରକାଶ ପାଉଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031