Indus Valley Times

କନ୍ଧମାଳ ଜିଲ୍ଲା ସ୍ତରୀୟ କଳା ପ୍ରତିଭା ପ୍ରତିଯୋଗିତା ଅନୁଷ୍ଠିତ

 Breaking News

କନ୍ଧମାଳ ଜିଲ୍ଲା ସ୍ତରୀୟ କଳା ପ୍ରତିଭା ପ୍ରତିଯୋଗିତା ଅନୁଷ୍ଠିତ

September 09
11:09 2021

ସଞ୍ଜୟ ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୯/୯ : କରୋନା ସଂକ୍ରମଣ ଏବଂ ଏଥିପାଇଁ ଜାରି ହୋଇଥିବା କଟକଣା ଯୋଗୁଁ ଦୀର୍ଘ ୨ ବର୍ଷ ଧରି ଫୁଲବାଣୀ ସହରରେ କୌଣସି ପ୍ରକାର ସାଂସ୍କୃତିକ ପ୍ରତିଯୋଗିତା କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରି ନାହିଁ । ଦୀର୍ଘଦିନ ପରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ଏ.କେ.ପ୍ରଡ଼କସନ୍ ପକ୍ଷରୁ ଜିଲା ସ୍ତରୀୟ କନ୍ଧମାଳ କଳା ପ୍ରତିଭା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲାର ବିଭିନ୍ନ ଅଞ୍ଚଳ ର କଳାକାର ମାନେ ଯୋଗଦେଇ ସେମାନଙ୍କର କଳା ପ୍ରଦର୍ଶନ କରିଥିଲେ ।
ପୂର୍ବରୁ ବିଭିନ୍ନ ପର୍ଯ୍ୟାୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଫୁଲବାଣୀ ସଭାଗୃହ ଠାରେ ଏହାର ଶେଷ ପର୍ଯ୍ୟାୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମ ରେ ଅତିଥିଭାବେ ସଦରଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା , ବିଶିଷ୍ଟ କଣ୍ଠଶିଳ୍ପୀ ଜଳନ୍ଧର ବେହେରା , ଖଜୁରିପଡ଼ା ବ୍ଳକ ଅଧ୍ୟକ୍ଷ ବିରେନ୍ଦ୍ର କହଁର , ବରିଷ୍ଠ ଅଭିନେତା ଗୁନା ମହାପାତ୍ର , ସଙ୍ଗୀତ ନିର୍ଦ୍ଧେଶକ ସୁଶାନ୍ତ କୁମାର ସାହାଣିଙ୍କ ସମେତ ଏ.କେ.ପ୍ରଡ଼କସନ୍ ର ଅମୁଲ୍ୟ କୁମାର , ଶଶାଙ୍କ କୁମାର ଦିଗାଲ ଓ କପିଲ୍ କୁମାର ପ୍ରମୁଖ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ଅଶୋକ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସଙ୍ଗୀତ ପ୍ରତିଯୋଗିତାରେ ଆଦିତି ମଲିକ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମିଟୁ ପାଲଟା ସିଂ ଦ୍ୱିତୀୟ ଏବଂ କାଜଲ୍ ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ ।
ସେହିଭଳି ନୃତ୍ୟ ପ୍ରତିଯୋଗିତାରେ ପୂଜା ଦିଗାଲ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମିଟୁ ଦିଗାଲ ଦ୍ୱିତୀୟ ଏବଂ ଜନନୀ କହଁର ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି ପ୍ରତିଯୋଗିତାରେ ସଙ୍ଗୀତରେ ବିଚାରକ ଭାବେ ଅମୀର କୁମାର ସାହାଣୀ , ଡ.ଅସିତ୍ କୁମାର ନନ୍ଦ ଓ ଶ୍ରୀମତି ଜନୁଜା ମହାନ୍ତି ଏବଂ ନୃତ୍ୟରେ ବିଚାରକ ଭାବେ ଦୀପକ କୁମାର ଦିଗାଲ , ସୁଖ ରଂଜନ ସାହାଣୀ ଏବଂ ରଂଜିତ୍ କୁମାର ମୁଖୀ ଦାୟିତ୍ୱ ତୁଲାଇଥିଲେ ।
ପ୍ରତିଯୋଗିତାରେ ବିଜୟୀ ମାନଙ୍କୁ ମଞ୍ଚରେ ପୁରସ୍କୃତ କରାଯାଇଥିଲା । ପ୍ରତିଯୋଗିତା ପରିଚାଳନାରେ କମିଟିର ଅମୂଲ୍ୟ କୁମାର , ରଂଜିତ୍ ମୁଖୀ , ଅମିର ସାହାଣୀ , ଚିତ ରଂଜନ ସାହୁ , ସୁଶାନ୍ତ ଚିନ୍ନାରା , ଅଶୋକ ମହାନ୍ତିଙ୍କ ସମେତ ଫୁଲବାଣୀର ସମସ୍ତ ୟୁ ଟୁବର ମାନେ ସହଯୋଗ କରିଥିଲେ । ଦୀର୍ଘଦିନ ପରେ ଏଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଯୋଗୁଁ ଅନେକ ଦର୍ଶକ ଉପସ୍ଥିତ ରହି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031