Indus Valley Times

କନ୍ଧମାଳ : ନେହରୁ ଯୁବ କେନ୍ଦ୍ର ତରଫରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

 Breaking News

କନ୍ଧମାଳ : ନେହରୁ ଯୁବ କେନ୍ଦ୍ର ତରଫରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

July 12
20:27 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ, ୧୨/୭:କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକର ଗୁଦାରି ଜିଏନଏମ୍ କଲେଜ ସଭା ଗୃହ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଲେଜ ମୁଖ୍ୟ ସନ୍ତୋଷ କୁମାର ମିଶ୍ର ଯୋଗ ଦେଇଥିଲେ ।
ସମ୍ମାନିତ ଅତିଥି ଭାବରେ ଜିଏନଏମ୍ କଲେଜର ଅଧ୍ୟକ୍ଷ ସଙ୍ଘମିତ୍ର ସିଂ, ଅଧ୍ୟାପିକା ରଶ୍ମିତା ଜେନା , ଅଧ୍ୟାପକ ଦେବବ୍ରତ ଜେନା, ଗୁଡାରି ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ରଶ୍ମିରେଖା ପ୍ରଧାନ, ଯୋଶବନ୍ତୀ ଘଟାଲ, ଏବଂ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସହ କର୍ମୀ ସତ୍ୟବାନ ଦଳବେହେରା, ସ୍ୱେଚ୍ଛାସେବୀ ଚନ୍ଦ୍ର ମଣି ଦେହୁରୀ, ରୀତିମା ବାଘ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ କଲେଜ ଛାତ୍ରଛାତ୍ରୀ ଏବଂ ନେହରୁ ଯୁବ କେନ୍ଦ୍ରର ସ୍ୱେଚ୍ଛାସେବୀ ମାନେ ଯୋଗଦାନ କରିଥିଲେ ।
ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ହେଲନ ଶେଖର ବେହେରା ପ୍ରଥମ, ଋତୁପୂର୍ଣ୍ଣ। ବିଶୋଇ ଦ୍ୱିତୀୟ ଏବଂ କୁନ୍ତଳା ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ ।
ଏହି ଅବସରରେ ମୁଖ୍ୟ ଅତିଥି ଏହି ଦିବସର ମୁଖ୍ୟ ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରିଥିଲେ ।
ବୈଠକରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା ମୁଖ୍ୟ ଅତିଥି, ଅନ୍ୟାନ୍ୟ ଅତିଥି ଓ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରିଥିବା ବେଳେ ଚନ୍ଦ୍ରମଣି ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।
କନ୍ଧମାଳ : ଟାଉନ ଥାନା ନିକଟରୁ ଦେଢ ଲକ୍ଷ ଟଙ୍କା ଲୁଟ୍, ବ୍ୟାଗ୍ ସହ ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ
କନ୍ଧମାଳ,୧୨/୭: ଦିନ ଦ୍ବିପ୍ରହରରେ ଫୁଲବାଣୀ ଟାଉନ ଥାନା ନିକଟରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଫୁଲବାଣୀ ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କରୁ କଟ୍ରିଙ୍ଗିଆ ଅଞ୍ଚଳର ହରିଶ୍ଚନ୍ଦ୍ର ପ୍ରଧାନ ନାମକ ଜଣେ ବ୍ୟକ୍ତି ୧ ଲକ୍ଷ ୪୭ ହଜାର ଟଙ୍କା ଉଠାଇ ବ୍ୟାଙ୍କରୁ ବାହାରକୁ ଆସି ବାଇକ୍ ଡିକିରେ ରଖି କଥା ହେଉଥିଲେ ।
ହେଲେ ସେଠାରେ ପୂର୍ବରୁ ଦୁଇଟା ବାଇକରେ ୪ଜଣ ଲୁଟେରା ଅପେକ୍ଷା କରିଥିଲେ । ଆଉ ଆଖି ପିଛୁଳାକେ ଡିକି ଖୋଲି ବ୍ୟାଗ ସହ ଟଙ୍କା ନେଇ ବାଇକ୍ ଯୋଗେ ଚମ୍ପଟ ମାରିଥିଲେ ।
ଏ ନେଇ ଟାଉନ ଥାନାରେ ସମ୍ପୃକ୍ତ ବ୍ୟକ୍ତି ଏତଲା ଦେଇଛନ୍ତି ।
ସହରରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଛକମାନଙ୍କରେ ସିସିଟିଭି ଲଗାଯାଇଥିଲେ ମଧ୍ୟ କାମରେ ଆସୁଛି କି ନାହିଁ ଜଣାପଡ଼ୁନି ।
ଗତ ବର୍ଷକ ମଧ୍ୟରେ ସହରର ବିଭିନ୍ନ ସ୍ଥାନରେ ୫ରୁ ୭ଟି ଲୁଟ୍ ଘଟଣା ଘଟିଥିଲେ ମଧ୍ୟ ଟାଉନ ପୋଲିସକୁ କୌଣସି ପ୍ରକାରେ ସଫଳତା ମିଳିନଥିବା ଅଭିଯୋଗ ହୋଇଛି ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930