Indus Valley Times

କନ୍ଧମାଳ :ପୂର୍ବତନ ବିଧାୟକ ଜାକବ ପ୍ରଧାନଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ

 Breaking News

କନ୍ଧମାଳ :ପୂର୍ବତନ ବିଧାୟକ ଜାକବ ପ୍ରଧାନଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ

କନ୍ଧମାଳ :ପୂର୍ବତନ ବିଧାୟକ ଜାକବ ପ୍ରଧାନଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ
January 23
19:52 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୩/୧: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ.ଉଦୟଗିରି ବିଧାନସଭା କ୍ଷେତ୍ରର ପୁର୍ବତନ ବିଧାୟକ ଜାକବ ପ୍ରଧାନଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହୃତ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସର ଉପସଭାପତି ଜାଜ୍ଞାସ୍ୱର ବାବୁ ଓ ଏନେଇ ପ୍ରଦେଶ କମିଟିର ଲେଟର ପେଡରେ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀର ପୁର୍ବତନ ବିଧାୟକଙ୍କୁ ଓପିସିସି ପକ୍ଷରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇ ଥିବାର ଚିଠି ପ୍ରଦାନ କରାଯାଇଛି ଓ
ଚିଠି ପାଇବା ପରେ ପୁର୍ବତନ କଂଗ୍ରେସ ବିଧାୟକ ଜାକବ ପ୍ରଧାନ ଓଡିଶା ପ୍ରଭାରୀ ଡକ୍ଟର ଚେଲ୍ଲା କୁମାରଙ୍କୁ ସାକ୍ଷାତ କରିଛନ୍ତି ଓ ସୂଚନା ଥାଉକି ପୁର୍ବତନ ବିଧାୟକ ଜାକବ ପ୍ରଧାନ ୨୦୧୪ ମସିହାରେ ଶାସକ ବିଜେଡି ଓ ବିଜେପିକୁ କଡ଼ା ଟକ୍କର ଦେଇ ୪୮,୯୫୮ ଖଣ୍ଡ ଭୋଟରେ ବିଜୟ ହାସଲ କରି ଘୁ.ଉଦୟଗିରି ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ଓ ୨୦୧୯ ବିଧାନସଭା ନିର୍ବାଚନ ଦଳୀୟ ଟିକେଟ ନ ମିଳିବାରୁ କଂଗ୍ରେସ ଦଳରୁ ଇସ୍ତଫା ଦେଇ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ ଓ କଂଗ୍ରେସ ଦଳର ଶୃଙ୍ଖଳିତ ସଦସ୍ୟ ଥିଲି ଓ ଅଛି ଓ
ଆଗାମୀ ଦିନରେ ମଧ୍ୟ ଦଳ ମତେ ଯାହା ଦାୟୀତ୍ୱ ଦେବ ଶୃଙ୍ଖଳିତ ସଦସ୍ୟ ଭାବରେ କାମ କରିବି ବୋଲି ନିଜ ପ୍ରତିକ୍ରିୟା ରେ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ଓ ଘୁ.ଉଦୟଗିରି ବିଧାନସଭା କ୍ଷେତ୍ରର ପୁର୍ବତନ ବିଧାୟକ ଜାକବ ପ୍ରଧାନଙ୍କ ସମସ୍ତ ବର୍ଗର ଲୋକଙ୍କ ମଧ୍ୟରେ ବେଶ ଲୋକପ୍ରିୟତା ରହିଛି ଓ
ପୁର୍ବତନ ବିଧାୟକ ଶ୍ରୀ ପ୍ରଧାନଙ୍କ ଉପରୁ ଦଳୀୟ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହେବା ପରେ କନ୍ଧମାଳ ଜିଲ୍ଲା କଂଗ୍ରେସ କର୍ମୀ ଓ କଂଗ୍ରେସ ପ୍ରେମିଙ୍କ ମଧ୍ୟରେ ଖୁସିର ଲହର ଖେଳି ଯାଇଛି ଓ ପୁର୍ବତନ ବିଧାୟକଙ୍କ ଘରବାହୁଡ଼ା ଆଗାମୀ ପଞ୍ଚାୟତ ନିର୍ବାଚନରେ ଘୁ.ଉଦୟଗିରି ବିଧାନସଭା କ୍ଷେତ୍ର ଓ କନ୍ଧମାଳ ଜିଲ୍ଲା କଂଗ୍ରେସ ପାଇଁ ବେଶ ଫଳପ୍ରଦ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ଓ

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031