Indus Valley Times

କନ୍ଧମାଳ : ବନ ବିଭାଗ ଦ୍ୱାରା ଚୋରା ଚନ୍ଦନ କାଠ ଜବତ, ଜଣେ ଗିରଫ

 Breaking News

କନ୍ଧମାଳ : ବନ ବିଭାଗ ଦ୍ୱାରା ଚୋରା ଚନ୍ଦନ କାଠ ଜବତ, ଜଣେ ଗିରଫ

କନ୍ଧମାଳ : ବନ ବିଭାଗ ଦ୍ୱାରା ଚୋରା ଚନ୍ଦନ କାଠ ଜବତ, ଜଣେ ଗିରଫ
August 06
10:12 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୬/୮: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବନ ବିଭାଗ ଓ ପାବୁରିଆ ବନ ବିଭାଗର ମିଳିତ ପାଟ୍ରୋଲିଂ ସମୟରେ କୌଣସି ସୂତ୍ରରୁ ଖବର ପାଇ ବାଇବାଲି ଗ୍ରାମର ରାକେଶ କୁମାର ନାୟକ (୪୩)ଙ୍କ ଘରେ ଚଢ଼ାଉ କରାଯାଇଥିଲା।
ତାଙ୍କ ଘରୁ ୧୧.୫ କେଜି ଚନ୍ଦନ କାଠ ଜବତ କରାଯାଇ ଥିଲା। ଚୋରା ଚନ୍ଦନ କାଠ ରଖିଥିବା ଅଭିଯୋଗରେ ରାକେଶକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା। ଚଢାଉରେ ବନପାଳ ପ୍ରବୀଣ ଦାସ, ମନୋଜ କୁମାର ଝା, ବନରକ୍ଷୀ ପ୍ରତାପ କୁମାର ବେହେରା, ପାରାଗାର୍ଡ ସନ୍ତୋଷ ଚୌଧୁରୀ ଓ ରାଜେଶ ଦିଗାଲ ପ୍ରମୁଖ ସାମିଲ ଥିଲେ। ଏ ନେଇ କେଶ ନଂ.୬୬/୨୨–୨୩ ଜଙ୍ଗଲ ଆଇନ ଧାରାରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ବାନାଞ୍ଚଳ ଅଧିକାରିଣୀ ମୀନାକ୍ଷୀ କୂମୁରା ସୂଚନା ଦେଇଛନ୍ତି।
କନ୍ଧମାଳ : ଟିମ ହ୍ୟୁମାନିଟି କନ୍ଧମାଳ କରିଲା ଶବ ସତ୍କାର
କନ୍ଧମାଳ,୬/୮: ଟିମ୍ ହ୍ୟୁମାନିଟି କନ୍ଧମାଳର ସଦସ୍ୟଙ୍କ ଆଉ ଏକ ମହାନ୍ କାର୍ଯ୍ୟ ଦେଖିବାକୁ ମିଳିଛି। କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ର ଗୁଟିଙ୍ଗିଆ ଗ୍ରାମ ର ୬୨ ବର୍ଷୀୟ ନାର୍ଷୁ ପାତ୍ର ନାମକ ଜଣେ ମହିଳା ଙ୍କ ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିଲା ।
କିନ୍ତୁ ଶବ ସତ୍କାର ପାଇଁ ପାଖରେ କେହି ପରିବାର ସଦସ୍ୟ ନଥିବାରୁ ଏଭଳି ଅସହାୟ ପରିସ୍ଥିତି ରେ ଟିମ୍ ହ୍ୟୁମାନିଟି କନ୍ଧମାଳ ର ଟିକାବାଲି ଶାଖାର ସଦସ୍ୟ ହିରୋ ନାୟକ ଙ୍କ ସହ ଯୋଗାଯୋଗ କରି ନିଜର ଅସହାୟତା ବିଷୟରେ ଜଣେଇଥିଲେ।
ଟିମ୍ ସଦସ୍ୟ ହିରୋ ନାୟକ , ନୀଳମାଧଵ ପାତ୍ର , ଗୋବିନ୍ଦ ସ୍ୱାଇଁ , ପ୍ରମେଶ ଦିଗାଲ ତୁରନ୍ତ ପଦକ୍ଷେପ ନେଇ ମୃତ ବ୍ୟକ୍ତିଙ୍କ ଘରେ ପହଞ୍ଚି ଥିଲେ। ଶବ ସତ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରି ଟିମ୍ ର ନିଜସ୍ଵ ସ୍ବର୍ଗ ରଥ ଆମ୍ବୁଲାନ୍ସ ରେ ନିକଟସ୍ଥ ସ୍ମଶାନରେ ସମ୍ପୁର୍ଣ୍ଣ ହିନ୍ଦୁ ରୀତି ଅନୁଯାୟୀ ଶବଦାହ ବ୍ୟବସ୍ଥା କରିଥିଲେ ।
ଥରେ କି ଦୁଇ ଥର ନୁହଁ ଏମିତି ଅନେକ ଥର ଯେତେବେଳେ ମଧ୍ୟ ଟିକାବାଲି ତଥା ଏହାର ଆଖପାଖ ଅଞ୍ଚଳରେ ଏଭଳି ଖବର ଟିମ୍ ପାଖକୁ ଆସେ ଟିମ୍ ର ଆବାହକ ଭି.ଲୋକନାଥ ରାଜୁ ତୁରନ୍ତ ତା\’ର ପ୍ରତିକାର ବାହାର କରି ନିଃସ୍ଵାର୍ଥପର ଭାବେ ସାହାଯ୍ୟ କରିଥାନ୍ତି । ଟିମ୍ ହ୍ୟୁମାନିଟି କନ୍ଧମାଳ ର ଏଭଳି ମହାନ୍ କାର୍ଯ୍ୟକ୍ରମ ପାଇଁ ଉକ୍ତ ଅଞ୍ଚଳର ଲୋକେ ସାଧୁବାଦ ଜଣାଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031