Indus Valley Times

କନ୍ଧମାଳ : ବରିଷ୍ଠ ଆଇନଜୀବୀ ତଥା ସମାଜସେବୀଙ୍କ ହୃଦଘାତ ରେ ପରଲୋକ

 Breaking News

କନ୍ଧମାଳ : ବରିଷ୍ଠ ଆଇନଜୀବୀ ତଥା ସମାଜସେବୀଙ୍କ ହୃଦଘାତ ରେ ପରଲୋକ

କନ୍ଧମାଳ : ବରିଷ୍ଠ ଆଇନଜୀବୀ ତଥା ସମାଜସେବୀଙ୍କ ହୃଦଘାତ ରେ ପରଲୋକ
July 15
19:12 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୫/୭: କନ୍ଧମାଳ ଜିଲ୍ଲାର ଜଣାଶୁଣା ବରିଷ୍ଠ ଓକିଲ, ସମାଜସେବୀ, ବିଜେଡି ନେତା ତଥା କାଉନସିଲର ବୁଲିୟନ ନାୟକ ଙ୍କ ହୃଦଘାତ ରେ ମୃତ୍ୟୁ ଘଟିଛି ।ବୁଲିଆନଙ୍କ ଜି.ଉଦୟଗିରି ସ୍ଥିତ ବାସଭବନ ରେ ଶୁକ୍ରବାର ଭୋର ୩ଟା ବେଳେ ହୃଦଘାତ ରେ ମୃତ୍ୟୁ ଘଟିଛି ।
ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା । ବୁଲିଆନ ଙ୍କ ଅକାଳ ମୃତ୍ୟୁରେ ଜି.ଉଦୟଗିରି ସମେତ ସମଗ୍ର ଜିଲ୍ଲାରେ ଶୋକ ର ଛାୟା ଖେଳିଯାଇଛି ।
ବୁଲିଆନ ଜଣେ ଭଲ ସଂଗଠକ, ସମାଜସେବୀ, ଓ ପରୋପକାରୀ ଵ୍ୟକ୍ତି ଥିଲେ । ବର୍ତମାନ ସେ ଜି.ଉଦୟଗିରି ଏନଏସି ରେ ବିଜେଡି ସମର୍ଥିତ କାଉନସିଲର ଥିଲେ । ବୁଲିଆନ ନାୟକ ପ୍ରଥମେ ଅଧ୍ୟାପକ ଥିଲେ ପରେ ଚାକିରୀ ଛାଡି ଓକିଲାତି ଓ ରାଜନୀତି କରୁଥିଲେ ।
ସେ ଜନତା ଦଳ ରୂ ଏମପି ପ୍ରାର୍ଥୀ ଭାବେ ଲଢ଼ି ପରାଜୟ ହୋଇଥିଲେ କ୍ଷପରେ କଂଗ୍ରେସ ଟିକେଟ ରେ ଦଶପଲା ରେ ଏମଏଲ ଏ ପାର୍ଥୀ ଭାବେ ଲଢ଼ି ପରାଜିତ ହୋଇଥିଲେ ।
ସେ ଜଣେ ସ୍ପଷ୍ଟବାଦି ଓ ନିର୍ଭିକ ଵ୍ୟକ୍ତି ଥିଲେ । ଲୋକଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବା ସହ ଜିଲାର ବିକାଶ ଦିଗରେ ଅହରହ ଉଦ୍ୟମ କରି ଆସୁଥିଲେ ।
ତାଙ୍କର ଏହି ଅକାଳ ମୃତ୍ୟୁରେ କନ୍ଧମାଳ ସାଂସଦ ଡ଼ଃ.ଅଚ୍ୟୁତ ସାମନ୍ତ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଏନଏସି ଚେୟାରମେନ ଶ୍ରୀମତୀ ଭାନୁ ପ୍ରଭା ମିଶ୍ର, ସମାଜସେବୀ ସୁବାସ ଶତପଥୀ, ଅଶୋକ ପରିଡ଼ା, ପ୍ରମୁଖ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି କ୍ଷ ସେହିପରି ବୁଲିଆନଙ୍କ ଅକାଳ ମୃତ୍ୟୁ ଖବର ପାଇ ସମଗ୍ର ଜିଲ୍ଲାର ବହୁ ଆଇନଜୀବି ବିଜେଡି ନେତା ପ୍ରମୁଖ ଜି ଉଦୟଗିରି ଯାଇ ସ୍ବର୍ଗତ ବୁଲିଆନ ନାୟକ ଙ୍କ ଶେଷ ଦର୍ଶନ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କ ପ୍ରତି ଗଭୀର ସମବେଦନା ଜଣାଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031