Indus Valley Times

କନ୍ଧମାଳ : ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଗିରଫ ଦାବିରେ ଏସପି ଅଫିସ ଘେରାଉ

 Breaking News

କନ୍ଧମାଳ : ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଗିରଫ ଦାବିରେ ଏସପି ଅଫିସ ଘେରାଉ

October 27
19:40 2021

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୨୭/୧୦ : ମମିତା ମେହେର ହତ୍ୟାକାଣ୍ଡର ଦୂରାଚାରୀଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫ ଦାବିରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ମାଦିକୁନ୍ଦା ଛକଠାରୁ ଏକ ରାଲି ବାହାରି ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ପକ୍ଷରୁ ଏସପି ଅଫିସ ଘେରାଉ କରାଯାଇଥିଲା ।
ପୋଲିସ ବିଜୁଜନତା ଦଳର ଗୁଣ୍ଡା ମାନଙ୍କୁ ସୁରକ୍ଷା ଦେଉଥିବା ମଧ୍ୟ ଅଭିଯୋଗ କରିଥିଲେ । ବିକ୍ଷୋଭ କାର୍ଯ୍ୟକ୍ରମରେ ବିଜେପିର ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ, ଜିଲ୍ଲା ସଭାପତି ଜଗନ୍ନାଥ ସାହୁ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କମଳା କାନ୍ତ ପାଣ୍ଡେ, ଭଗବାନ ମହାନ୍ତି, ଲିଙ୍ଗରାଜ ଦଳବେହେରା, ଦେବ ନାରାୟଣ ପ୍ରଧାନ, ଜିଲ୍ଲା ଉପସଭାପତି ରମେଶଚନ୍ଦ୍ର ମହାନ୍ତି, ଅନୁସୂଚିତ ଜାତିମୋର୍ଚ୍ଚା ସାଧାରଣ ସମ୍ପାଦକ ଲୁଲୁ ବେହେରା, ଜିଲ୍ଲା ସଂପାଦକ ଦେବରାଜମୁଖି, ଯୁବମୋର୍ଚ୍ଚା ସଭାପତି ଗୋଲକବିହାରୀ କହଁର, ସଂଯୋଜକ ଜଗନ୍ନାଥ ସାହୁ, ଗ୍ରାମୀଣ ମଣ୍ଡଳ ସଭାପତି ଆଦିତ୍ୟ କହଁର, ଖଜୁରୀପଡା ମଣ୍ଡଳ ସଭାପତି ଦଶରଥ ସାହୁ, ଫୁଲବାଣୀ ନଗର ସଭାପତି ସୁଶାନ୍ତ ମହାନ୍ତି, ମାମି ବେହେରାଙ୍କ ସହ ବିଜେପିର ବହୁ ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ । ଜିଲ୍ଲା ସମ୍ପାଦକ ପରେଶ ମହାପାତ୍ର, ଟିକାବାଲି ମଣ୍ଡଳ ସଭାପତି ଜିତେନ୍ଦ୍ର ଡାକୁଆ, ଯୁବ ମୋର୍ଚ୍ଚାର ସୁଧାଂଶୁ ଗୁରୁ ପ୍ରମୁଖ ଯୋଗ ଦେଇ ସ୍ୱର ଉତ୍ତୋଳନ କରିଥିଲେ ।
ହାତୀପଲଙ୍କ ଉପଦ୍ରବ, ଉଜାଡ଼ି ଦେଲେ ଏକର ଏକର ଧାନ ଫସଲ,
ବାଲିଗୁଡା,୨୭/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଳକ କରଡ଼ା ପଞ୍ଚାୟତର ସୋନାପୋଲି ଗ୍ରାମରେ ହାତୀପଲଙ୍କ ଉପଦ୍ରବ। ଏକର ଏକର ଧାନ ଫସଲ ଉଜାଡି ଦେଲେ ହାତୀପଲ। ପ୍ରକାଶ ଯେ, ସୋନାପୋଲି ଗାଁରେ ପ୍ରାୟ ୭ ରୁ ୮ଟି ହାତୀ ପଶି ୧୦ ରୁ ୧୨ ଏକର ଧାନ ଫସଲ ଉଜାଡ଼ି ନଷ୍ଟ କରି ଦେଇଛନ୍ତି।
ବର୍ଷ ଯାକର ଫସଲ ଉଜୁଡ଼ି ଯିବାରୁ ଏବେ ଚିନ୍ତାରେ ଚାଷୀ। ଆଉ କିଛି ଦିନ ପରେ ଧାନ ଫସଲ କଟା ଯାଇଥାନ୍ତା। ହେଲେ ହାତୀପଲ ବିଲରେ ପଶି ଫସଲ ସବୁ ନଷ୍ଟ କରିଦେଇଛନ୍ତି। ଫଳରେ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।
ସୋନାପାଲି ଗ୍ରାମର ନୟନି ପ୍ରଧାନ, ସାନ୍ତନୁ ପ୍ରଧାନ , ଜୟକୃଷ୍ଣ ପ୍ରଧାନ ଓ ଶଙ୍କର ପ୍ରଧାନଙ୍କ ବିଲରେ ଗତ ୩ ଦିନ ହେଲା ହାତୀପଲ ପଶି କ୍ଷୟକ୍ଷତି କରିଛନ୍ତି । ସେପଟେ ବନ ବିଭାଗ ଏ ଖବର ପାଇ ସ୍ଥିତି ଅନୁଧ୍ୟାନ କରି ଫେରିଥିବା ବେଳେ ଚାଷୀ କ୍ଷତିପୂରଣ ପାଇଁ ଦାବି କରିଛନ୍ତି ।
ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନେଇ ବ୍ଲକ ସ୍ତରୀୟ ମେଗା ସମନ୍ୱୟ ମେଳା ଆୟୋଜିତ
ବାଲିଗୁଡା, ୨୭/୧୦ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ପରିସରରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନେଇ ଏକ ବ୍ଲକ ସ୍ତରୀୟ ମେଗା ସମନ୍ୱୟ ମେଳା ଅନୁଷ୍ଠିତ ହୋଇ ଯାଇଛି ।
ଏହି ମେଳା ରେ ଟିକାବାଲି ବ୍ଲକ ର ପ୍ରାୟ ୧୧ଟି ପଞ୍ଚାୟତ ରୁ ୨୩୦ ଟି ସ୍ୱୟଂ ସହାୟକ ଗୋଷ୍ଠୀ ର ମାଆ ମାନେ, ଗ୍ରୁପ ଗୁଡିକ ପରିଚାଳନା କରୁଥିବା ଏମ ବି କେ, ସି ଆର ପି, ବି ଆର ପି, ବ୍ୟାଙ୍କ ମିତ୍ରମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଏକ କାଳୀନ ୨୩୦ ଟି ସ୍ୱୟଂ ସହାୟକ ଦଳ ମାନଙ୍କୁ ଏକା ଥରକେ ଋଣ ପ୍ରଦାନ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବ୍ଲକ ଅଧ୍ୟାକ୍ଷା ଶ୍ରୀମତି ସୁଚିତ୍ରା ପ୍ରଧାନ,ଟିକାବାଲି ପଞ୍ଚାୟତ ସମିତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଫକିର ଚରଣ ପରିଡା, ଏଲ ଡି ଏମ କଳ୍ପତରୁ ସ୍ୱାଇଁ, ମିଶନ ଶକ୍ତି ଡି ପି ସି ସୁନୀଲ କୁମାର ନାୟକ, ଓଡିଶା ଜୀବିକା ମିଶନ ଡି ପି ଏମ ସନ୍ତୋଷ କୁମାର ରଥ, ଏ ପି ଡି ରଞ୍ଜୀତ ସାମନ୍ତରାୟ, ପି ଏ ସୀତାରାମ କୀର୍କୀ, ମିଶନ ଶକ୍ତି ବିପିସି ମିଖାଏଲ ପ୍ରଧାନ, ସି ଡି ପି ଓ ଶ୍ରୀମତୀ ପାନମଣୀ ହାଁସଦା ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ଜିଲ୍ଲା ରୁ ଆସିଥିବା ବିଭାଗୀୟ ଅଧିକାରୀ ମାନେ ଦିଆଯାଉଥିବା ଋଣର ଅପବ୍ୟବହାର ଯେପରି ନକରନ୍ତି ସେଥିପାଇଁ ଅନେକ ବ୍ୟବସାୟ ଭିତିକ ଉଦ୍ୟୋଗ ଗୁଡିକ ବିଷୟରେ କହିବା ସଙ୍ଗେ ସଙ୍ଗେ ସଙ୍ଗେ ଋଣ କୁ ଠିକ ସମୟରେ ପରିଶୋଧ କରିବାକୁ, ଏବଂ ଉଚିତ ଋଣ ଟଙ୍କା ବିନିଯୋଗ କରି ଲାଭବାନ ହେବାକୁ ପ୍ରୋତ୍ସାହନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସ୍ଥାନୀୟ ବି ପି ଏମ ଭାଗିରଥି ପୃଷ୍ଟି ପରିଚାଳନା କରିଥିବା ବେଳେ ସ୍ଥାନୀୟ ମିଶନ ଶକ୍ତି ବି ପି ସି ମିଖାଏଲ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇ ମେଳା କୁ ସମାପ୍ତ କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031