Indus Valley Times

କନ୍ଧମାଳ ମିଡ଼ିଆ ଫୋରମ ତରଫରୁ ଆନାଥ ପିଲାଙ୍କୁ ସହାୟତା

 Breaking News

କନ୍ଧମାଳ ମିଡ଼ିଆ ଫୋରମ ତରଫରୁ ଆନାଥ ପିଲାଙ୍କୁ ସହାୟତା

October 20
20:32 2021

ସଞ୍ଜୟ ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ, ୨୦/୧୦ : ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ସମସ୍ତେ ନୂତନ ପୋଷାକ ପିନ୍ଧି ମଉଜ ମସ୍ତିରେ ମସଗୁଲ ଥିଲାବେଳେ ଜିରିଂପଡା ସ୍ଥିତ ତିନି ଅନାଥ ପିଲାଙ୍କୁ ସାମାନ୍ୟ ଖୁସି କରାଇବା ପାଇଁ କନ୍ଧମାଳ ମିଡ଼ିଆ ଫୋରମ ତରଫରୁ ଚାଉଳ ୧ ପ୍ୟାକେଟ,ଡାଲି, ଅଟା, ବିସ୍କୁଟ, ସ୍କୁଲ ବ୍ୟାଗ,ବହି,ଖାତା, ପେନ, ପେନସିଲ,ରବର, ଟୋପି, ବେଡ଼ସିଟ, ଚଦର, ସାବୁନ, ସହାୟତା ପ୍ରଦାନ କରାଯାଇଛି ।
କନ୍ଧମାଳ ମିଡ଼ିଆ ଫୋରମ ସଭାପତିଙ୍କ ସମ୍ମତ କ୍ରମେ ଉପସଭାପତି ଆଦିତ୍ୟ ପ୍ରସାଦ ତ୍ରିପାଠୀଙ୍କ ନେତୃତ୍ୱରେ ସମ୍ପାଦକ ସୂର୍ଯ୍ୟ ନାରାୟଣ ବେହେରା, ସହ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ଶିବ ବିଶ୍ୱାଳ, କାର୍ଯ୍ୟକାରୀ ସଦସ୍ୟ ବୈଦ୍ୟନାଥ ନାୟକ ପ୍ରମୁଖ ସହଯୋଗ କରିଥିଲେ ।
ଫୋରମର ବରିଷ୍ଠ ସାମ୍ବାଦିକ ତଥା ଉପଦେଷ୍ଟା ସନ୍ତୋଷ କୁମାର ଦିଗାଲ, ଶିବାନନ୍ଦ ପଟ୍ଟନାୟକ, ସତ୍ୟ ନାରାୟଣ ବେହେରା ପ୍ରମୁଖ ଆର୍ଥିକ ସହାୟତା କରିଥିଲେ । ଫୋରମର ସଦସ୍ୟ ଶିବ ନାୟକ ଓ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସନ୍ତୋଷ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
ଏ ନେଇ ସମ୍ପର୍କୀୟ ପରିବାର ଓ ସାହି ପଡୋଶୀ କନ୍ଧମାଳ ମିଡିଆ ଫୋରମକୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଆଗାମୀ ଦିନରେ ଅନ୍ୟାନ୍ୟ କ୍ଷେତ୍ରରେ ଫୋରମ ତରଫରୁ ସାହାଯ୍ୟ କରାଯିବାକୁ ଉପଦେଷ୍ଟା ମାନେ କହିଥିଲେ ।
ପିଲାମାନଙ୍କୁ ସରକାରଙ୍କ ଆଶୀର୍ବାଦ ଯୋଜନାରେ ସହାୟତା କରିବା ପାଇଁ ଫୋରମ ପକ୍ଷରୁ ଡିସିପିଓ ରଶ୍ମିତା କରନକୁ ଅନୁରୋଧ କରାଯିବା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଫୋରମ ପକ୍ଷରୁ କରିବା ପାଇଁ ଶିବାନନ୍ଦ ପଟ୍ଟନାୟକ ପ୍ରକାଶ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031