Indus Valley Times

କନ୍ଧମାଳ ସାଂସଦ ଡ. ଅଚ୍ୟୁତାନନ୍ଦଙ୍କ ସମୀକ୍ଷା ବୈଠକ

 Breaking News

କନ୍ଧମାଳ ସାଂସଦ ଡ. ଅଚ୍ୟୁତାନନ୍ଦଙ୍କ ସମୀକ୍ଷା ବୈଠକ

November 18
21:10 2020

କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ
ବୌଦ୍ଧ,୧୮/୧୧: କନ୍ଧମାଳ ସାଂସଦ ଡ. ଅଚ୍ୟୁତାନନ୍ଦ ସାମନ୍ତ ବୁଧବାର ଦିନ ବୌଦ୍ଧଜିଲ୍ଲା ଗସ୍ତରେ ଆସି ହରଭଙ୍ଗା ବ୍ଲକ ଆଡେଣିଗଡ ପଞ୍ଚାୟତରେ ମାସ୍କ ଓ ଔଷଧ ବଂଟନ କରିଛନ୍ତି । ପୁରୁଣାକଟକ ଭୈରବୀ ମନ୍ଦିର ଠାରେ ନୂତନଭାବେ ନିର୍ମିତ ହୋଇଥିବା ରୋଷେଇଘରକୁ ଫିତାକାଟି ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଅକ୍ରୁର ସେଠୀ, ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରାଙ୍କ ସମେତ ମାଭୈରବୀ ମନ୍ଦିର ପରିଚାଳନା କମିଟିର ସଦସ୍ୟଗଣ ଉପସ୍ଥିତ ଥିଲେ । ସାଂସଦ ଡ. ସାମନ୍ତ ଭୈରବୀମନ୍ଦିର ପରିଚାଳନା କମିଟିର ଆଜୀବନ ସଦସ୍ୟତା ଗ୍ରହଣ କରିବା ସହ ମନ୍ଦିରର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଲୁଣିବାହାଲ ଠାରେ ନିର୍ମାଣ ହେବାକୁ ଥିବା କିସ୍ ବିଦ୍ୟାଳୟ ସ୍ଥାନ ପରିଦର୍ଶନ କରିବାସହ ଖୁବ ଅଳ୍ପଦିନ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇଥିଲେ । ସର୍କିଟ ହାଉସ ଠାରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଆରକ୍ଷୀ ଅଧୀକ୍ଷକ ଭି.ରଘୁନାଥ ରାଓ, ଜିଲ୍ଲା ଗ୍ରାମ୍ୟଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଶଶାଙ୍କ ଶେଖର ଦାଶଙ୍କ ସମେତ ବରିଷ୍ଠ ଅଧିକାରୀମାନଙ୍କ ସହିତ ଜିଲ୍ଲାର ବିକାଶମୂଳକ କାର୍ଯ୍ୟ ନେଇ ସମୀକ୍ଷା କରିଥିଲେ । ଦଳୀୟ ନେତା ଓ କର୍ମୀଙ୍କ ସହ ସାଂସଦ ଡ.ସାମନ୍ତ ସାଙ୍ଗଠନିକ ସ୍ଥିତି ଓ ଜିଲ୍ଲାର ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ । ଏହି ଆଲୋଚନାଚକ୍ରରେ ବିଜେଡି ନେତା ଅଶୋକ ସାହୁ, ବସନ୍ତ ସ୍ୱାଇଁ, ବିଦ୍ୟାଧର ସ୍ୱାଇଁ, ସାଂସଦ ପ୍ରତିନିଧି ଶାନ୍ତନୁ ମିଶ୍ର, ଯୁବ ସଭାପତି ମୃତ୍ୟୁଞ୍ଜୟ ମିଶ୍ର, ଛାତ୍ର ସଭାପତି ସଂଗ୍ରାମ ଦାସ, ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର, କଣ୍ଟାମାଳ ବ୍ଲକ ପ୍ରତିନିଧି ଶମ୍ଭୁ ସାହୁ, ସୁଜୀତ ମେହେର, ଶାନ୍ତନୁ ଥାଟ୍ଟ୍‌ୀ ଏବଂ ବହୁସଂଖ୍ୟାରେ ସରପଞ୍ଚ ଓ ସମିତିସଭ୍ୟ ଯୋଗଦେଇ ସାଂସଦଙ୍କ ସହ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ପରେ ସର୍କିଟ ହାଉସ ଠାରେ ଏନଏସି କର୍ମଚାରୀମାନଙ୍କୁ ମାସ୍କ ବଣ୍ଟନ କରିଥିଲେ । ଏହାପରେ ବୌଦ୍ଧବ୍ଲକ ତେଲିବନ୍ଧ ରୋପକ୍ଲବ ଠାରେ ମାସ୍କ ବଣ୍ଟନ କରିବା ସହିତ ବୃକ୍ଷରୋପଣ କରିଥିଲେ ଡ. ସାମନ୍ତ । ଏହି କାର୍ଯ୍ୟକ୍ରମରେ ଅକ୍ଷୟ ସ୍ୱାଇଁ, ପ୍ରଭାତ ପ୍ରଧାନଙ୍କ ସମେତ ଅନେକ ଯୁବନେତା ଭାଗ ନେଇଥିଲେ । ଆଜିର ଏହି ସମସ୍ତ କାର୍ଯ୍ୟକ୍ରମରେ ସାଂସଦଙ୍କ ପ୍ରତିନିଧି ଶାନ୍ତନୁ କୁମାର ମିଶ୍ର ଉପସ୍ଥିତ ରହି ସହଯୋଗ କରିଥିଲେ ।
ବୈାଦ୍ଧ: ସମବାୟ ସଂଘ ତରଫରୁ ୬୭ ତମ ସମବାୟ ସପ୍ତାହ ପାଳିତ


କମ୍ଭୁଧର କ୍ଷେତୀଙ୍କ ରିପୋଟ
ବୌଦ୍ଧ,୧୮/୧୧: ବୌଦ୍ଧ ଜିଲ୍ଲା ସମବାୟ ସଂଘ ତରଫରୁ ୬୭ ତମ ନିଖିଳ ଭାରତ ସମବାୟ ସପ୍ତାହ ବୁଧବାର ଦିନ ଗିରାସିଙ୍ଗାସ୍ଥିତ ଜଗନ୍ନାଥ ବନ ପ୍ରକଳ୍ପ ଠାରେ ଅନୁଷ୍ଠିତ ହୋଇଛି । ଜିଲ୍ଲା ସମବାୟ ସଂଘ ଆବାହକ ସତ୍ୟଜିତ କୁମାର ପଣ୍ଡାଙ୍କ ଆବାହକତ୍ୱରେ ଓ ସଭାପତି ବିଭୁ ପ୍ରସାଦ କ୍ଷେତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବୌଦ୍ଧ ସମବାୟ ସମିତି ସମୂହର ସହକାରୀ ନିବନ୍ଧକ ଭୀମସେନ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମବାୟ ସପ୍ତାହ ପାଳନର ଉପାଦେୟତା ଉପରେ ଆଲୋକପାତ କରିଥିଲେ । ସମବାୟ ଅନୁଷ୍ଠାନ ଗୁଡିକ ସୁଦୃଢ ହେଲେ ଚାଷୀ, ଶ୍ରମିକ ଓ ମହିଳା ମାନଙ୍କ ଆର୍ଥିକ ଓ ସାମାଜିକ ବିକାଶ ହୋଇପାରିବ ବୋଲି ଶ୍ରୀ ସାହୁ କହିଥିଲେ । ସେହିପରି ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ଅବସରପ୍ରାପ୍ତ ଶାଖା ପରିଚାଳକ ପ୍ରତାପ କୁମାର୍ ସାହୁ, ନେତ୍ରାନନ୍ଦ ବାରିକ, ପୂର୍ଣ୍ଣଚନ୍ଦ୍ର ସାହୁ, ଦିଲ୍ଲୀପ କୁମାର୍ ପ୍ରଧାନ, ପବିତ୍ର ରାଉତ ପ୍ରମୁଖ ସମବାୟ ସଂସ୍ଥା ଗୁଡିକର ବିଭିନ୍ନ ସମସ୍ୟା ଓ ତାର ସମାଧାନ ଉପରେ ଆଲୋକପାତ କରିଥିଲେ । ସପ୍ତାହ ପାଳନ ଉତ୍ସବରେ ବୌଦ୍ଧଜିଲ୍ଲାର ବିଭିନ୍ନ ସମବାୟ ସମିତିର ପୂର୍ବତନ ସଭାପତି, ସମ୍ପାଦକ ଓ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ତିଲେଶ୍ୱର୍ ଓ ମୁଣ୍ଡିପଦର ସେବା ସମବାୟ ସମିତିର ପୂର୍ବତନ ସଭାପତି ସ୍ୱର୍ଗତ ଦୁଃଖିଶ୍ୟାମ ପ୍ରଧାନ ଓ ବ୍ରଜ ମୋହନ ବେହେରାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରାଯାଇଥିଲା । ସେମାନଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ପୟୋଧର ମହାକୁଳ ଧନ୍ୟବାଦ ଅର୍ପଣ କରିଥିଲେ ।
ବୈାଦ୍ଧଜିଲ୍ଲା କଂଗ୍ରେସ ପକ୍ଷରୁ ‘ନୂତନ ଭାରତ ନିର୍ମାଣରେ ପଣ୍ଡିତ ଜବାହରଲାଲ ନେହୁରୁଙ୍କ ଭୂମିକା’ ସମ୍ପର୍କିତ ଆଲୋଚନାଚକ୍ର


ବୌଦ୍ଧ,୧୮/୧୧: ବୈାଦ୍ଧଜିଲ୍ଲା ।କଂଗ୍ରେସ କମିଟି ପକ୍ଷରୁ ଗତ ୧୪ ତାରିଖ ଠାରୁ ବୌଦ୍ଧ ସଦର ମହକୁମାରୁ ଆରମ୍ଭ କରାଯାଇଥିବା କାର୍ଯ୍ୟକ୍ରମ ବୁଧବାର ଦିନ ବୌଦ୍ଧ ବ୍ଲକର ତେଲିବନ୍ଧ ଠାରେ ଏହି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରକୁ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ । ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷକ ଅଚ୍ୟୁତ କୁମାର ସାହୁ, ବକ୍ତା ଭାବରେ ସହଦେବ ବାରିକ, କେଶବ ଚନ୍ଦ୍ର କ୍ଷେତି ଏବଂ ସଂଜୀବ କୁମାର ମହାପାତ୍ର ପ୍ରମୁଖ ଏହି ଆଲୋଚନା ଚକ୍ରରେ ଯୋଗ ଦେଇ ତାଙ୍କର ବହୁ ଉପାଦେୟ ଅଭିଭାଷଣ ସମବେତ ଜନତାଙ୍କୁ ପ୍ରଦାନ କରିଥିଲେ । ଏହି ଅବସରରେ କଂଗ୍ରେସ କୃଷକ ସେଲର ସଭାପତି ରଘୁନାଥ ପଲିଆଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031