Indus Valley Times

କନ୍ୟା ଶିଶୁ ମାନଙ୍କ ସୁରକ୍ଷା ଉପରେ ଜିଲ୍ଲା ସ୍ତରୀୟ ସମ୍ମିଳନୀ

 Breaking News

କନ୍ୟା ଶିଶୁ ମାନଙ୍କ ସୁରକ୍ଷା ଉପରେ ଜିଲ୍ଲା ସ୍ତରୀୟ ସମ୍ମିଳନୀ

August 11
14:52 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୧/୮ : ନୟାଗଡ଼, ଉଚ୍ଚ ନ୍ୟାୟାଳୟ କଟକ ଙ୍କ ନିର୍ଦ୍ଦେଶରେ ଜିଲ୍ଲା ଜଜ୍ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରେ କନ୍ୟା ଶିଶୁ ମାନଙ୍କ ସୁରକ୍ଷା ଉପରେ କୋର୍ଟ ର ସମ୍ମିଳନୀ ଗୃହ ଠାରେ ଶିଶୁ ସୁରକ୍ଷା ଉପରେ କାର୍ଯ୍ୟ କରୁଥିବା ସମସ୍ତ ବିଭାଗ ର ଶତାଧିକ କର୍ମଚାରୀ ମାନଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଦୌରା ଜଜ୍ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣା ଆନୁଷ୍ଠାନିକ ଭାବେ ଉଦଘାଟନ କରି ନିଜ ବକ୍ତବ୍ୟ ରେ କନ୍ୟା ଶିଶୁ ମାନଙ୍କ ଅଧିକାର ଓ ସୁରକ୍ଷା ଉପରେ ଆଲୋକପାତ କରିଥିଲେ ।
ପୋକ୍ସୋ ବିଚାରପତି,ମାନସ କୁମାର ପଣ୍ଡା ପୋକ୍ସୋ ଆଇନ ଓ ଶିଶୁ କନ୍ୟା ମାନଙ୍କ ସୁରକ୍ଷା ଉପରେ,ପରିବାର ଅଦାଲତ ବିଚାରପତି, ଡକ୍ଟର ଇନ୍ଦୁ ଶର୍ମା ଶିଶୁ ବିବାହ ନିରୋଧ ଆଇନ ଉପରେ,ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ, ଅଞ୍ଜଳି ମଛଖଣ୍ଡ ପୋଷୋ ଆଇନ ଓ ଇଣ୍ଟର୍ଣାଲ କମିଟି ଗଢ଼ିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ, ଏ.ଡି.ମ.ରୋଜିନା ଦାସ,ମହିଳା କୋର୍ଟ ବିଚାରପତି, ସ୍ଵୟଂପ୍ରଭା ଆଚାର୍ଯ୍ୟ,ବରିଷ୍ଠ ଦେୱାନି ଅଦାଲତ ବିଚାରପତି, ସତ୍ୟବ୍ରତ ରଣା,ବରିଷ୍ଠ ଦେୱାନି ଅଦାଲତ ବିଚାରପତି, (ଖଜଖଞଠ)ରବି ନାରାୟଣ ବେହେରା ,ରେଜିଷ୍ଟର ସୋନାଲି ସରିତା,(ଔଗୠଉ) ଲଲିତା ପାତ୍ର,(ଔଗୠଉ) ସୁଶ୍ରିତା ମିଶ୍ର,(ଇଊଋଙ)ନୟାଗଡ଼,ଜିଲ୍ଲା ଉପଶ୍ରମ ଅଧିକାରୀ,ଶିଶୁ ସୁରକ୍ଷା ଅଧିକାରୀ,(ଉଡଉ) ଚେୟାରମ୍ୟାନ କିଶୋର ମହାପାତ୍ର,ପବ୍ଲିକ ପ୍ରୋଷିକ୍ୟୁଟର,ସମାଜ ସେବୀ, ଅରୁଣ କୁମାର ମହାନ୍ତି,ନୟାଗଡ଼ ଓକିଲ ସଂଘ ସଭାପତି, ରଣଜିତ୍ ଦାସ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଉକ୍ତ ସମ୍ମିଳନୀ କୁ ସଫଳ କରିବାରେ ସମସ୍ତ କୋର୍ଟ କର୍ମଚାରୀ,ଜିଲ୍ଲା ଆଇନ ସେବା ପ୍ରାଧିକରଣ କର୍ମଚାରୀ,ଅଧିକାର ମିତ୍ର ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031