Indus Valley Times

କବାଟ ଭାଙ୍ଗି ଘରେ ପଶିଲେ, ଆଲମାରି ଭାଙ୍ଗି ନେଇଗଲେ ୨୫ ଭରି ସୁନା

 Breaking News

କବାଟ ଭାଙ୍ଗି ଘରେ ପଶିଲେ, ଆଲମାରି ଭାଙ୍ଗି ନେଇଗଲେ ୨୫ ଭରି ସୁନା

କବାଟ ଭାଙ୍ଗି ଘରେ ପଶିଲେ, ଆଲମାରି ଭାଙ୍ଗି ନେଇଗଲେ ୨୫ ଭରି ସୁନା
August 21
11:11 2023

କଳାହାଣ୍ଡି,୨୧/୮ : ପରିବାର ଲୋକଙ୍କୁ ମାଡ଼ କରି ତାଲା ପକାଇ ଘରେ କଳାକନା ବୁଲାଇ ଦେଲେ ଡକାୟତି ଦଳ। ଘରୁ ୨୫ ଭରିର ସୁନା ଅଳଙ୍କାର ଓ ଟଙ୍କା ପଇସା ନେଇ ଚମ୍ପଟ ମାରିଲେ। ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଓଲମା ଗାଁରେ।
ଗତକାଲି ବିଳମ୍ବିତ ରାତିରେ ଧନଞ୍ଜୟ ସାହୁଙ୍କ ଘରେ ୧୨ ଜଣିଆ ଡକାୟତ ଦଳ ପଶିଥିଲେ। ପରେ ଘରର ସଦସ୍ୟଙ୍କୁ ଗୋଟିଏ କୋଠରୀରେ ତାଲା ପକାଇ ବନ୍ଦ କରି ଦେଇଥିଲେ। ପରିବାର ଲୋକେ ଏନେଇ ପ୍ରତିବାଦ କରିବାରୁ ଡକାୟତ ଦଳ ପରିବାର ସଦସ୍ୟଙ୍କୁ ମାଡ଼ ମାରିଥିଲେ। ପରେ ସେମାନେ ଘରୁ ୨୫ ଭରି ସୁନା ଅଳଙ୍କାର ଓ ଟଙ୍କା ନେଇ ଚମ୍ପଟ ମାରିଥିଲେ। ଏହାସହ ଘରର କିଛି ଆସବାବ ପତ୍ର ଭାଙ୍ଗି ଦେଇଥିଲେ।
୧୨ ଜଣ ଡକାୟତ ଦଳ ପାଚେରି ଡେଇଁ ଘରୁ ଚମ୍ପଟ ମାରିବା ସମୟରେ ଜଣେ ଡକାୟତ ତଳେ ଖସି ପଡ଼ିଥିଲା। ତାର ଗୋଡ଼ ଭାଙ୍ଗି ଯାଇଥିଲା। ସ୍ଥାନୀୟ ଲୋକେ ସେହି ଡକାୟତକୁ କାବୁ କରି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଡକାୟତଙ୍କୁ ଥାନାକୁ ନେ଼ବା ସହ ଅନ୍ୟ ଡକାୟତର ସମ୍ପର୍କରେ ପଚରାଉଚା କରୁଛି ଓ ଘଟଣାର ତଦନ୍ତ କରୁଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031