Legatus

କବାଡି ପ୍ରତିଯୋଗୀତାର ବିଜୟୀ ଦଳକୁ ଦକ୍ଷିଣ କାଳୀ ଯୁବକ ସଂଘ ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା

 Breaking News

କବାଡି ପ୍ରତିଯୋଗୀତାର ବିଜୟୀ ଦଳକୁ ଦକ୍ଷିଣ କାଳୀ ଯୁବକ ସଂଘ ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା

November 21
11:18 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୧/୧୧: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାରଖମା ରେ ଆୟୋଜିତ ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗୀତାରେ ଦକ୍ଷିଣ କାଳୀ ଯୁବକ ସଂଘର କୃତିତ୍ୱ ।
ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗୀତା ରେ ଚମ୍ପିୟାନ ଦକ୍ଷିଣ କାଳୀ ଦଳ କୁ ଯୁବକ ସଂଘ ପକ୍ଷରୁ ଖେଳାଳୀ କୋଚ୍ ଟିମ୍ ମ୍ୟାନେଜର ଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ସଙ୍ଘ ର ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ।
ବାରଖମାରେ ଦୀର୍ଘ ସାତ ଦିନ ଧରି ଆୟୋଜିତ ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗୀତାରେ ସମୁଦୟ ୨୪ ଟି ଦଳ ଅଂଶ୍ରହଣ କରିଥିଲେ । ଦକ୍ଷିଣ କାଳୀ ଯୁବକ ସଂଘ ଫାଇନାଲ କୁ ପ୍ରବେଶ କରି ମହାସିଙ୍ଗି ଦଳ ସହିତ କଡା ମୁକାବିଲା କରି ବିଜୟୀ ହୋଇଥିଲା ।
ଯୁବକ ସଂଘ ର ନାଟକ ଗୁରୁ ଅଶ୍ଵିନୀ କୁମାର ମିଶ୍ର, ସଭାପତି ନବଘନ ପାତ୍ର ମାନୁ ଆଚାର୍ଯ୍ୟ, ଶିକ୍ଷକ ତୀର୍ଥବାସୀ ଘଡାଇ, କ୍ରୀଡାବିତ୍ ସୁରେନ୍ଦ୍ର ପାତ୍ର, ବିପ୍ର ଚରଣ ସାହୁ, ମକର ଧ୍ଵଜ ନାୟକ, ପ୍ରମୋଦ କୁମାର ଦଣ୍ଡସେନା ପ୍ରମୁଖ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ମନୋବଳ ବୃଦ୍ଧି କରାଇଥିଲେ ।
କୋଚ୍ ପ୍ରଶାନ୍ତ ପୂଜାରୀ, ମ୍ୟାନେଜର ଦୀପକ ପାତ୍ର ଙ୍କ ନେତୃତ୍ବରେ କ୍ୟାପଟେନ ରତିସ ବିନ୍ଧାଣି, ବାମଦେବ ପାତ୍ର, ବିଶ୍ଵ ରଞ୍ଜନ ମିଶ୍ର, ରୋସନ୍ ସାହାଣୀ, ସୁରଜ୍ ପୂଜାରୀ, ବିକାଶ ପୂଜାରୀ, ଜଗନ୍ ବେହେରା, ରାକେଶ ମଲିକ, ବସନ୍ତ ମଲିକ, ସିଲନ ପୂଜାରୀ, ଓମକାର ନାଥ, ସୁସିଆଁ ମଲିକ ପ୍ରମୁଖ ଖେଳାଳି ଚମତ୍କାର ଖେଳ ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିପାରିଥିଲେ ।
ଫ୍ରେଣ୍ଡସ କ୍ଲବ ତରଫରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର
ବାଲିଗୁଡ଼ା, ୨୧/୧୧: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ ସ୍ଥିତ ଫ୍ରେଣ୍ଡସ କ୍ଲବ ଆନୁକୂଲ୍ୟରେ ସନ୍ଥଶ୍ରୀ ଆସାରାମ ବାପୁ ମହାବିଦ୍ୟାଳୟ ପରିସରରେ ବୀରମହାରାଜାପୁର ନିକଟସ୍ଥ ପଣ୍ଡାପାଲି ଅଞ୍ଚଳର ର ଲୋପ୍ରା ମହାନଦୀ ଆଇ ହସପିଟାଲ ତରଫରୁ କୋଟଗଡ଼ ଠାରେ ୧୧୦ ଜଣଙ୍କର ମାଗଣାରେ ମୋତିଆ ବିନ୍ଦୁ ଓ ଚକ୍ଷୁ ପରୀକ୍ଷା କରାଯାଇଥିଲା ।
ଏଥିରେ ମହାବିଦ୍ୟାଳୟର ପ୍ରତିଷ୍ଠାତା ଯୋଗୀ ରାଜଜୀ, ବ୍ଲକ ଉପ ଅଧ୍ୟକ୍ଷା ଶ୍ରୀମତୀ ପୁଷ୍ପାଞ୍ଜଳି ଭାଟ,ପ୍ରକାଶ ସୁବୁଦ୍ଧି, ଶିକ୍ଷକ ରମେଶ ଦଣ୍ଡସେନା , ଯୁବ ସମାଜ ସେବୀ ବୁଲୁ ମଲିକ, ମହାବିଦ୍ୟାଳୟର ଅଧ୍ୟକ୍ଷା ପିଙ୍କୁ ପ୍ରଧାନୀ, ପ୍ରେଣ୍ଡସ୍ କ୍ଲବ ସକ୍ରିୟ ସଦସ୍ୟ ମନୋଜ କୁମାର ଗାଉଁଟିଆ,ବିଭୁତି ନାୟକ ,ଗୋପାଳ ନାୟକ,ମଥୁରାମ ପ୍ରଧାନ, ସିଦ୍ଧାନ୍ତ କୁମାର ସାହାଣୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31