Indus Valley Times

କମେଣ୍ଟ ମରାକୁ କେନ୍ଦ୍ର କରି ରାଜଧାନୀରେ ହତ୍ୟାକାଣ୍ଡ, ଫିଲ୍ମ ଷ୍ଟାଇଲରେ ଗୋଡ଼େଇ ଗୋଡ଼େଇ ଆକ୍ରମଣ

 Breaking News

କମେଣ୍ଟ ମରାକୁ କେନ୍ଦ୍ର କରି ରାଜଧାନୀରେ ହତ୍ୟାକାଣ୍ଡ, ଫିଲ୍ମ ଷ୍ଟାଇଲରେ ଗୋଡ଼େଇ ଗୋଡ଼େଇ ଆକ୍ରମଣ

January 16
11:14 2022

ଭୁବନେଶ୍ୱର,୧୬/୧: ଶନିବାର ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ୱରର ପ୍ରେସ ଛକ ନିକଟରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ପୁଲିସ୍ ୩ ଜଣଙ୍କୁ ଅଟକ ରଖିଛି। ସେମାନେ ନୟାପଲ୍ଲୀ ଅଞ୍ଚଳର ମିଲୁ, ସତ୍ୟ ଓ ଜିତେନ୍ଦ୍ର ବୋଲି ଜଣାପଡ଼ିଛି। ସେମାନଙ୍କୁ ସହିଦ ନଗର ପୁଲିସ୍ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ଏହି ହତ୍ୟାକାଣ୍ଡରେ ମୋଟ ୬ ଜଣ ସାମିଲ ଥିବା ବେଳେ ପୁଲିସ୍ ଏହି ତିନି ଜଣଙ୍କୁ ଧରିବାରେ ସଫଳ ହୋଇଛି। ଘଟଣାସ୍ଥଳ ନିକଟରେ ଲାଗିଥିବା ସିସିଟିଭି ଓ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଆଧାରରେ ପୁଲିସ୍ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଧରିଛି।
ଅନ୍ୟ ୩ ଜଣ ଫେରାର ଥିବା ବେଳେ ପୁଲିସ୍ ସେମାନଙ୍କୁ ଖୋଜୁଛି। ଅଟକ ୩ ଯୁବକଙ୍କ ନିକଟରୁ ଏକ ଛୁରୀ, ଗୋଟିଏ ସ୍କୁଟି ଓ ଗୋଟିଏ କାର ଜବତ କରାଯାଇଛି।
ପ୍ରେସ ଛକ ନିକଟରେ ଏକ କେକ୍ ଦୋକାନରେ ନିରଞ୍ଜନ ପରିଡ଼ା ଓ ବିଶାଳ ପାତ୍ରଙ୍କ ସହିତ ୬ ଅଭିଯୁକ୍ତଙ୍କର ବଚସା ହୋଇଥିଲା। କମେଣ୍ଟ ମରାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା ବୋଲି କୁହାଯାଉଛି। ତେବେ କେବଳ ସେହି ଘଟଣା ନା ପୂର୍ବରୁ ଥିବା ଶତ୍ରୁତା ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଛି, ସେନେଇ କିଛି ସ୍ପଷ୍ଟ ହୋଇନି।
ପୁଲିସ୍ ଏ ସଂପର୍କରେ ଜାଣିବା ପାଇଁ ଅଟକ ଅଭିଯୁକ୍ତମାନଙ୍କୁ ଜେରା କରୁଥିବା ଜଣାପଡ଼ିଛି। ଏହା ସହିତ ଆହତ ହୋଇ ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିବା ବିଶାଳ ପାତ୍ରଙ୍କୁ ମଧ୍ୟ ପୁଲିସ ପଚରାଉଚରା କରୁଛି। ସେହିପରି କିଛି ପ୍ରତ୍ୟକ୍ଷଦର୍ଶୀଙ୍କୁ ବି ପୁଲିସ୍ ପଚରାଉଚରା କରୁଛି।
ଛୁରାମାଡ଼ରେ ନିରଞ୍ଜନ ପରିଡ଼ାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ସେ ଗାଡ଼କଣା ଅଞ୍ଚଳର ବାସିନ୍ଦା ଥିଲେ। ନିରଞ୍ଜନଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗାଡ଼କଣା ଅଞ୍ଚଳର ଲୋକେ ରାସ୍ତାରୋକ କରିଥିଲେ ଓ ପୁଲିସ୍ ଉପରେ ଚାପ ପଡ଼ିଥିଲା। ପୁଲିସ୍ ଗତକାଲି ରାତିରେ ହିଁ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଧରିବା ଲାଗି ଅଭିଯାନ ଆରମ୍ଭ କରିଥିଲା ଓ ସକାଳୁ ତିନି ଜଣଙ୍କୁ ଆଣି ଥାନାରେ ଅଟକ ରଖିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031