Indus Valley Times

କମେଣ୍ଟ ମରା ଘଟଣାକୁ କେନ୍ଦ୍ର କରି ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, କୁଜଙ୍ଗ ଥାନାରେ ଉତ୍ତେଜନା

 Breaking News

କମେଣ୍ଟ ମରା ଘଟଣାକୁ କେନ୍ଦ୍ର କରି ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, କୁଜଙ୍ଗ ଥାନାରେ ଉତ୍ତେଜନା

September 23
10:18 2024

ଜଗତସିଂହପୁର,୨୩/୯ : ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ଯୁବକଜଣକ ମରଣ ସହ ସଂଘର୍ଷ କରୁଥିବା ବେଳେ ଅଭିଯୁକ୍ତମାନେ ଫେରାର ହୋଇ ଯାଇଛନ୍ତି। ଏପରି ଏକ ସାଂଘାତିକ ଘଟଣା ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ କୋଠିଆସାହିରେ ଘଟିଛି।
ଆକ୍ରମଣର ଶିକାର ଯୁବକଙ୍କ ଘର ବଳରାମପୁର ବୋଲି ଜଣାପଡିଥିବା ବେଳେ ଆକ୍ରମଣକାରୀମାନେ ଜଗନ୍ନାଥପୁର ଅଞ୍ଚଳର ବୋଲି ଅଭିଯୋଗ ହୋଇଛି।
ଗତ ରାତିରେ ଯୁବକ ଜଣକ ତାଳଦଣ୍ଡାରୁ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ୧୦/୧୫ ଜଣ ଯୁବକ ତାଙ୍କୁ ବିଭିନ୍ନ ଅସ୍ତ୍ରଶସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏହାପରେ ମୂମୁର୍ଷୁ ଅବସ୍ଥାରେ ରାସ୍ତାକଡ ବୁଦା ମୂଳେ ଫିଙ୍ଗି ଚାଲି ଯାଇଥିଲେ। ଯୁବକଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହେବା ସହ ହାତଗୋଡ ବି ଭାଙ୍ଗି ଯାଇଥିବା ସ୍ଥାନୀୟ ଲୋକଙ୍କ ସୂତ୍ରରୁ ପ୍ରକାଶ ।
ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ କୁଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ରେଫର କରାଯାଇଛି। ଘଟଣା ଜାଣିବା ପରେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ବଳରାମପୁର ଗ୍ରାମର ଶତାଧିକ ଗ୍ରାମବାସୀ ଥାନାରେ ପହଞ୍ଚି କିଛି ସମୟ ହୋହଲ୍ଲା କରିଥିଲେ। ତେବେ ପୁଲିସ କିଛି ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି। ପୂର୍ବ ଶତ୍ରୁତାରୁ ଏଭଳି ଆକ୍ରମଣ ହୋଇଥିବା ଜଣାପଡିଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031