Indus Valley Times

କରଡ଼ା ଘାଟିରେ ଡକାୟତି ଘଟଣା : ୫ ଜଣ ଅଭିଯୁକ୍ତଙ୍କୁ ୭ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡା ଦେଶ

 Breaking News

କରଡ଼ା ଘାଟିରେ ଡକାୟତି ଘଟଣା : ୫ ଜଣ ଅଭିଯୁକ୍ତଙ୍କୁ ୭ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡା ଦେଶ

କରଡ଼ା ଘାଟିରେ ଡକାୟତି ଘଟଣା : ୫ ଜଣ ଅଭିଯୁକ୍ତଙ୍କୁ ୭ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡା ଦେଶ
April 26
21:14 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୬/୪:ଏକ ଡକାୟତି ଘଟଣା ର ବିଚାର କରି ମଙ୍ଗଳବାର ଦିନ ବାଲିଗୁଡା କୋର୍ଟ ଦୌରାଜଜ ଶ୍ରୀମତୀ ଚିନ୍ମୟୀ ଜେନା ଦୋଷୀ ମାନଙ୍କୁ ୭ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ଶୁଣାଣୀ କରିଥିବା ଜଣାପଡିଛି ।
ଘଟଣାରୁ ପ୍ରକାଶ ଯେ, ୨୦୧୯ ମସିହା ଫେବୃଆରୀ ମାସ ୬ ତାରିଖ ଦିନ ସନ୍ଧ୍ୟା ୬ ଘଣ୍ଟ ସମୟରେ ବାଲିଗୁଡାରେ ଥିବା ଭାରତ ଫାଇନାନ୍ସର ଋଣ ଆଦାୟ କାରୀ କର୍ମଚାରୀ ମାନେ ରାଇକିଆ ଥାନା ଅଞ୍ଚଳରୁ ପ୍ରାୟ ୬ ଲକ୍ଷ ରୁ ଉର୍ଧ୍ଵ ଟଙ୍କା ଆଦାୟ କରି ଫେରୁଥିବା ବେଳେ ରାଇକିଆ ନିକଟସ୍ଥ କରଡ଼ା ଘାଟିରେ ପୂର୍ବ ପ୍ରସ୍ତୁତି ପ୍ରକାରେ ଛପି ରହିଥିବା ସେହି ଅଞ୍ଚଳ ର ୫ ଜଣ ବ୍ୟକ୍ତି ସୋନି ନାୟକ, ବିଜୟ କୁମାର ନାୟକ, ପ୍ରଶାନ୍ତ କୁମାର ପ୍ରଧାନ, ଅଧିର ଦଳବେହେରା ଓ ସଞ୍ଜୟ ନାୟକ ଅତର୍କିତ ଭାବେ ଚଢ଼ାଉ କରି ମରଣାସ୍ତ୍ର ଦେଖାଇ ଆଦାୟ କରିଥିବା ପ୍ରାୟ ୬ ଲକ୍ଷ ରୁ ଉର୍ଧ୍ଵ ଟଙ୍କା ଲୁଟ କରିଥିବା ନେଇ ରାଇକିଆ ଥାନାରେ ଫାଇନାନ୍ସ କର୍ମଚାରୀ ମାନେ ଏତଲା ଦାଏର କରିଥିଲେ ।
ଏତଲାକୁ ଭିର୍ତ୍ତିକରି କେଶ ନଂ. ୦୬/୧୯ ପ୍ରକାରେ ମକଦ୍ଦମା ୠଜୁକରି ୫ ଜଣଙ୍କୁ ପୋଲିସ ଗିରଫ କରିଥିଲା । ଏହି ଘଟଣାର ମଙ୍ଗଳବାର ଶୁଣାଣୀ କରି ଉକ୍ତ ୫ ଜଣ ଡକାୟତ ଙ୍କୁ ୭ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡା ଦେଶ ରେ ଦଣ୍ଡିତ କରାଯାଇଛି । ଏହି ମାମଲାକୁ ବାଲିଗୁଡାର ସରକାରୀ ଓକିଲ ସୁଧାଂଶୁ ମୋହନ ପତି ପରିଚାଳନା କରୁଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031