Indus Valley Times

କରୋନା ଲକ୍ଷଣ ଥିଲେ ସ୍କୁଲକୁ ନ ଆସିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ନିର୍ଦେଶକ

 Breaking News

କରୋନା ଲକ୍ଷଣ ଥିଲେ ସ୍କୁଲକୁ ନ ଆସିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ନିର୍ଦେଶକ

କରୋନା ଲକ୍ଷଣ ଥିଲେ ସ୍କୁଲକୁ ନ ଆସିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ନିର୍ଦେଶକ
November 27
15:11 2021

ଭୁବନେଶ୍ବର ୨୭/୧୧: କରୋନା ଭାଇରସ୍ ର ନୂଆ ଭାରିଏଣ୍ଟ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଯେଉଁ ଦେଶରେ ନୂଆ ଭାରିଏଣ୍ଟ ବିପଦ ସୃଷ୍ଟି କରିଛି ସେଠାରୁ ଆସୁଥିବା ସମସ୍ତ ଯାତ୍ରୀଙ୍କର ବିମାନ ବନ୍ଦରରେ ହିଁ କରୋନା ଟେଷ୍ଟ କରାଯିବ । ପଜିଟିଭ୍ ବାହାରିଲେ ସେହି ସାମ୍ପଲକୁ ଜେନମ୍ ସିକ୍ବେନ୍ସ ପାଇଁ ଆଇଏଲଏସକୁ ପଠାଇବା ପାଇଁ ନିର୍ଦ୍ଦେଶନାମା ଜାରି କରିଛି ସ୍ବାସ୍ଥ୍ୟ ବିଭାଗ ।
ସେହିପରି ସ୍କୁଲ, କଲେଜ, ହଷ୍ଟେଲ ଏବଂ ଜନଗହଳି ସ୍ଥାନରେ ଜଣଙ୍କର ପଜିଟିଭ ବାହାରିଲେ ସେଠାରେ ଥିବା ସମସ୍ତଙ୍କର କୋଭିଡ୍ ଟେଷ୍ଟ କରାଯିବ । ଏନେଇ ଖୁବଶୀଘ୍ର ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ଆଡଭାଇଜରୀ ଜାରି କରିବ ।
ସ୍କୁଲ, କଲେଜ ଓ ହଷ୍ଟେଲରେ ଥିବା ଛାତ୍ରଛାତ୍ରୀଙ୍କର ଲକ୍ଷଣ ଦେଖାଦେଲେ ତୁରନ୍ତ ସେମାନଙ୍କର କୋଭିଡ୍ ଟେଷ୍ଟ କରାଯିବ ଏବଂ ସେମାନଙ୍କୁ ସଂଗରୋଧରେ ରଖାଯିବ । ପ୍ରତି ହଷ୍ଟେଲରେ ସଂଗରୋଧ କକ୍ଷ ରହିବ । ଏହାସହ ଯଦି କୌଣସି ଅଞ୍ଚଳରେ ଏକାଧିକ ଲୋକ ପଜିଟିଭ୍ ଚିହ୍ନଟ ହେଲେ ସେଠାରେ ତୁରନ୍ତ କଣ୍ଟେନମେଣ୍ଟ ଜୋନ୍ କରିବାକୁ ସବୁ ଜିଲ୍ଲାପାଳଙ୍କୁ ନର୍ଦ୍ଦେଶ ଦିଆଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031