Indus Valley Times

କରୋନାରୁ ସୁସ୍ଥ ହେବାପରେ ମଧ୍ୟ ବିଭିନ୍ନ ପ୍ରକାରର ସମସ୍ୟା ଶରୀରରେ ଦେଖିବାକୁ ମିଳୁଛି

 Breaking News

କରୋନାରୁ ସୁସ୍ଥ ହେବାପରେ ମଧ୍ୟ ବିଭିନ୍ନ ପ୍ରକାରର ସମସ୍ୟା ଶରୀରରେ ଦେଖିବାକୁ ମିଳୁଛି

November 11
21:29 2020

ଭୁବନେଶ୍ୱର,୧୧/୧୧: କରୋନା ମହାମାରୀ ଯୁଦ୍ଧ ଏବେ ସାରା ବିଶ୍ୱରେ ଜାରି ରହିଛି। କରୋନାରୁ ସୁସ୍ଥ ହେବାପରେ ମଧ୍ୟ ବିଭିନ୍ନ ପ୍ରକାରର ସମସ୍ୟା ଶରୀରରେ ଦେଖିବାକୁ ମିଳୁଛି । ଏହି ସ୍ୱାସ୍ଥ୍ୟଗତ ସମସ୍ୟା ପ୍ରାୟ ବର୍ଷାଧିକ କାଳ ରହିବାର ଆଶଙ୍କା ରହିଛି। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶଦାତା ତଥା ଏସସିବି ମେଡିକାଲ କଲେଜର ଭେଷଜ ବିଭାଗର ମୁଖ୍ୟ ପ୍ରଫେସର ଜୟନ୍ତ ପଣ୍ଡା ବୁଧବାର ଦିନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ଆହୁରି ମଧ୍ୟ କହିଛନ୍ତି ଯେ କିଛି ଲୋକ ଅନୁମାନ କରୁଥିବେ ଯେ, କରୋନା ଧୀରେ ଧୀରେ ହ୍ରାସ ପାଇଛି। କିନ୍ତୁ ଯୁଦ୍ଧର ପରିମାଣ କମି ନାହିଁ। ଆମକୁ ସଂପୂର୍ଣ୍ଣ ରୂପେ ସତର୍କତା ଅବଲମ୍ବନ କରିବାକୁ ହେବ। ନିଜେ ସଂକ୍ରମିତ ନ ହେବା ପାଇଁ ଓ ଯୁଦ୍ଧରେ ଜିତିବା ପାଇଁ ଆମକୁ ସତର୍କ ରହିବାକୁ ପଡ଼ିବ। ଭୂତାଣୁ ମୁକ୍ତ ହେବା ପାଇଁ ପଦକ୍ଷେପ ନେବାକୁ ହେବ।
ଡାକ୍ତର ପଣ୍ଡା କହିଛନ୍ତି ଯେ, ଯେଉଁମାନେ କୋଭିଡ-୧୯ରେ ଥରଟିଏ ସଂକ୍ରମିତ ହୋଇଛନ୍ତି, ସେମାନେ ସଂପୂର୍ଣ୍ଣ ରୂପେ ସୁସ୍ଥ ହୋଇନାହାନ୍ତି। ସେମାନଙ୍କ ମଧ୍ୟରେ ଅତ୍ୟନ୍ତ ଅବଶ, ଦେହ-ହାତ-ଗୋଡ ପୀଡ଼ା ଅନୁଭବ ହେଉଛି। ଭୋକ ହେଉନାହିଁ, ମାନସିକ ଅବସାଦ ବଢ଼ୁଛି। ସେହିଭଳି କାଶ ହେଉଛ ଓ ଜ୍ୱର ହେଉଛି। ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସହ ଧଇଁସଇଁ ହେଉଛି। ଏହିପରି ସ୍ଥିତିରେ ସେମାନେ ଡାକ୍ତରଙ୍କ ପରାମର୍ଶ ନେବା ଦରକାର। ରାଜ୍ୟ ସରକାର କୋଭିଡରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ମଧ୍ୟ ଚିକିତ୍ସା ଯୋଗାଇ ଦେଉଛନ୍ତି। ଓଡ଼ିଶାରେ ଏସସିବି ଓ ପଲ୍ଲବୀ ମେଡିକାଲରେ ପୋଷ୍ଟ କୋଭିଡ ଟ୍ରିଟମେଣ୍ଟ, ରିସର୍ଚ୍ଚ ଓ ଫଲୋଅର୍ସ ପାଇ ସୁବିଧା ଦିଆଯାଉଛି। ଡାକ୍ତରଙ୍କ ସହିତ ଯୋଗାଯୋଗ କରି ରୋଗୀ ଚିକିତ୍ସାରୁ ଲାଭ ଉଠାଇ ପାରିବେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031