Indus Valley Times

କରୋନାରେ ପ୍ରାଣ ହରାଇଥିବା ୨ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

 Breaking News

କରୋନାରେ ପ୍ରାଣ ହରାଇଥିବା ୨ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

କରୋନାରେ ପ୍ରାଣ ହରାଇଥିବା ୨ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ
July 30
20:47 2020

ଭୁବନେଶ୍ବର,୩୦/୭: ଓଡ଼ିଶାରେ କରୋନାରେ ପ୍ରାଣ ହରାଇଥିବା ୨ ସାମ୍ବାଦିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି । ଏନେଇ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ଟୁଇଟ୍ କରି ସୂଚନା ଦେଇଛନ୍ତି। ଉଭୟଙ୍କ ପରିବାରକୁ ସହାୟତା ପ୍ରଦାନ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛନ୍ତି ।
ଏହି ଦୁଇ ସାମ୍ବାଦିକ ଗଞ୍ଜାମର ପ୍ରିୟଦର୍ଶୀ ପଟ୍ଟନାୟକ ଓ ଗଜପତିର କେ.ସିଏଚ୍. ରତ୍ନମ । ପ୍ରିୟଦର୍ଶୀ ପଟ୍ଟନାୟକ ଦୈନିକ ‘ସମାଜ’ର ପ୍ରତିନିଧି ଥିବା ବେଳେ କେ.ସିଏଚ୍. ରତ୍ନମ ନ୍ୟୁଜ୍ ଟୁଡେର ସାମ୍ବାଦିକ ଥିଲେ। ଉଭୟଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ଘଟିଥିଲା।
ସୂଚନାଯୋଗ୍ୟ, ଓଡ଼ିଶା ସରକାର ସାମ୍ବାଦିକଙ୍କର କରୋନାରେ ମୃତ୍ୟୁ ହେଲେ ୧୫ ଲକ୍ଷ ଟଙ୍କାର ସହାୟତା ତାଙ୍କ ପରିବାରକୁ ସହାୟତା ଦିଆଯିବ ବୋଲି ଘୋଷଣା କରିଥିଲେ ।

-Sambad

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031