Indus Valley Times

କରୋନା ଟିକା ବଦଳରେ ଯୁବକଙ୍କୁ ଦେଇ ଦେଲେ କୁକୁର କାମୁଡ଼ା ଟିକା, ନର୍ସ ନିଲମ୍ବିତ

 Breaking News

କରୋନା ଟିକା ବଦଳରେ ଯୁବକଙ୍କୁ ଦେଇ ଦେଲେ କୁକୁର କାମୁଡ଼ା ଟିକା, ନର୍ସ ନିଲମ୍ବିତ

କରୋନା ଟିକା ବଦଳରେ ଯୁବକଙ୍କୁ ଦେଇ ଦେଲେ କୁକୁର କାମୁଡ଼ା ଟିକା, ନର୍ସ ନିଲମ୍ବିତ
September 29
09:58 2021

ଥାନେ, ୨୯/୯ : କରୋନା ଟିକା ବଦଳରେ ଯୁବକଙ୍କୁ କୁକୁର କାମୁଡ଼ା ଟିକା ଦେଇ ନିଲମ୍ବିତ ହେଲେ ନର୍ସ। ଥାନେ ମ୍ୟୁନିସିପାଲିଟି କର୍ପୋରେସନରେ କାର୍ଯ୍ୟ କରୁଥିବା ଜଣେ ନର୍ସଙ୍କୁ ମଙ୍ଗଳବାର ନିଲମ୍ବିତ କରାଯାଇଛି।
କରୋନା ଭୂତାଣୁରୁ ରକ୍ଷା ପାଇବା ପାଇଁ ଟିକା ନେବାକୁ ଆସିଥିବା ବ୍ୟକ୍ତିଙ୍କୁ ଆଣ୍ଟି ରେବିଜ ଇନଜେକସନ୍ ( କୁକୁର କାମୁଡା ଇଂଜେକସନ୍) ଦେଇଥିଲେ ନର୍ସ। ଏହା ସାମ୍ନାକୁ ଆସିବା ପରେ ତାଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି।
ସୂଚନା ମୁତାବକ, ଏହି ଘଟଣା ସୋମବାର ଦିନ କଲୱାସ୍ଥିତ ଆଟକୋନେଶ୍ୱର ସ୍ୱାସ୍ଥ୍ୟକେନ୍ଦ୍ରରେ ଘଟିଥିଲା। ରାଜକୁମାର ଯାଦବ ନାମକ ଜଣେ ବ୍ୟକ୍ତି କୋଭିଶିଲ୍ଡ ଟିକା ନେବାକୁ ଆସିଥିଲେ। କିନ୍ତୁ ସେ ଭୁଲରେ ଯାଇ ଆଣ୍ଟି ରେବିଜ ଟିକା ଦିଆଯାଉଥିବା ଧାଡିରେ ଠିଆ ହୋଇଯାଇଥିଲେ।
ଏହା ପରେ ନର୍ସଜଣକ ରାଜକୁମାରଙ୍କ ‘କେସ ପେପର’ ନଦେଖି ତାଙ୍କୁ ଆଣ୍ଟି ରେବିଜ ଟିକା ଦେଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜକୁମାରଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯିବା ସହ ନର୍ସଙ୍କୁ ନିଲମ୍ବିତ କରାଯାଇଥିଲା।
ଥାନେ ମ୍ୟୁନିସିପାଲିଟି କର୍ପୋରେସନ୍ ଦ୍ବାରା ଜାରି ଏକ ବିବୃତିରେ ପ୍ରଶାସନ କହିଛି ଯେ, ଟିକା ଦେବା ପୂର୍ବରୁ ରୋଗୀର କେସ୍ ପେପର ଯାଞ୍ଚ କରିବା ନର୍ସଙ୍କ କର୍ତ୍ତବ୍ୟ।
ତେଣୁ, ଏକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଭାବରେ ତାଙ୍କୁ ନିଲମ୍ବନ କରାଯାଇଛି ଏବଂ ଏହି କାର୍ଯ୍ୟକାଳ ମଧ୍ୟରେ ତାଙ୍କୁ ପୌରସଂସ୍ଥାରେ ରଖାଯିବ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031