Indus Valley Times

କରୋନା ପରେ ମନ୍ତ୍ରୀମଣ୍ଡଳରେ ଅଦଳବଦଳ ସମ୍ଭାବନା; ପ୍ରଣବ ପ୍ରକାଶ ଦାସ ହୋଇପାରନ୍ତି ଓଡିଶାର ଉପମୁଖ୍ୟମନ୍ତ୍ରୀ!

 Breaking News

କରୋନା ପରେ ମନ୍ତ୍ରୀମଣ୍ଡଳରେ ଅଦଳବଦଳ ସମ୍ଭାବନା; ପ୍ରଣବ ପ୍ରକାଶ ଦାସ ହୋଇପାରନ୍ତି ଓଡିଶାର ଉପମୁଖ୍ୟମନ୍ତ୍ରୀ!

August 20
08:54 2020

Pranab Prakash likely to be Deputy CM of Odisha

By Tapan Kumar Swain
ଭୁବନେଶ୍ୱର, ଜୁନ୍ ୨୦: କରୋନା ସଙ୍କଟ ପରେ ଓଡିଶା ମନ୍ତ୍ରୀମଣ୍ଡଳରେ ଏକ ବଡଧରଣର ପରିବର୍ତନ ହୋଇପାରେ । ଅନେକ ନୂଆ ମୁହଁ ମନ୍ତ୍ରୀମଣ୍ଡଳରେ ସାମିଲ୍ ହେବା ସହିତ ପ୍ରଥମ ଥର ଲାଗି ଏକ ଉପମୁଖ୍ୟମନ୍ତୀ ପଦ ସୃଷ୍ଟି ହେବ ବୋଲି କ୍ଷମତା ଅଳିନ୍ଦ ବା ପାୱାର କରିଡରରେ ବେଶ୍ ଆଲୋଚନା ଯୋର ଧରିଛି ।
ମନ୍ତ୍ରୀମଣ୍ଡଳରେ ଦକ୍ଷିଣ ଓଡିଶା ଓ ପଶ୍ଚିମ ଓଡିଶାର ଅଧିକ ପ୍ରତିନିଧିତ୍ୱ ରହିବା ସମ୍ଭାବନା ରହିଥିବା ଶୁଣାଯାଉଥିବା ବେଳେ ଉପକୂଳ ଓଡିଶାର ପୂରୁଣା ନେତାଙ୍କୁ ବାଦ୍ ଦେଇ କିଛି ନୂଆ ବିଧାୟକଙ୍କୁ ସାମିଲ୍ କରାଯିବା ନେଇ ବିଚାରବିମର୍ଶ ଚାଲିଛି ।
ସବୁଠୁ ଉଲ୍ଲେଖନୀୟ ଘଟଣା ହେଉଛି ଯେ ଉପମୁଖ୍ୟମନ୍ତ୍ରୀ ପଦ ଲାଗି ପ୍ରଣବ ପ୍ରକାଶ ଦାସ ବା ବବିଙ୍କ ନାମ ସର୍ବାଗ୍ରେ ରହିଛି ।
ପ୍ରଣବ ପ୍ରକାଶ ଏବେ ନବୀନଙ୍କ ସବୁଠାରୁ ପ୍ରିୟ । ଏହାଛଡା ନବୀନଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କର ସେ ମଧ୍ୟ ବେଶ୍ ନିକଟତର ।

ବର୍ତମାନ ବବି ବିଜେଡି ଦଳର ସାଙ୍ଗଠନିକ ସମ୍ପାଦକ । ବସ୍ତୁତଃ ସେ ଦଳର ସମସ୍ତ ରାଜନୈତିକ ବ୍ୟାପାର ବୁଝୁଛନ୍ତି । ଗତ ଲୋକସଭା ଓ ବିଧାନସଭା ନିର୍ବାଚନ ସେ ହିଁ ପରିଚାଳନା କରୁଥିଲେ । ଏହାଛଡା ପାଟକୁରା ଉପନିର୍ବାଚନ ଇତ୍ୟାଦିରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ।

ରିପୋର୍ଟ: ଏ କେ ସାହୁ

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031