Indus Valley Times

କରୋନା ମହାମାରୀରେ ପ୍ରାଣ ହରାଇଥିବା ପରିବାରକୁ ମିଳିବ ୫୦,୦୦୦ ଟଙ୍କା

 Breaking News

କରୋନା ମହାମାରୀରେ ପ୍ରାଣ ହରାଇଥିବା ପରିବାରକୁ ମିଳିବ ୫୦,୦୦୦ ଟଙ୍କା

September 22
19:16 2021

ନୂଆଦିଲ୍ଲୀ, ୨୨/୯ :କୋଭିଡରେ ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ। ମହାମାରୀ କରୋନାରେ ପ୍ରାଣ ହରାଇଥିବା ପରିବାରକୁ ମିଳିବ ୫୦,୦୦୦ ଟଙ୍କା। ରାଜ୍ୟ ସରକାର ଏହି ଟଙ୍କା ଦେବେ। ଏନେଇ କେନ୍ଦ୍ର ସରକାର ବୁଧବାର ସୁପ୍ରିମକୋର୍ଟକୁ ଜଣାଇଛନ୍ତି।
କେବଳ ମୃତ୍ୟୁ ପାଇଁ ନୁହଁ ବରଂ ଭବିଷ୍ୟତ ପାଇଁ ମଧ୍ୟ ବ୍ୟବସ୍ଥା କରିବାକୁ କୋର୍ଟଙ୍କୁ କୁହାଯାଇଛି। ରାଜ୍ୟସରକାର ସେମାନଙ୍କ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଏହି ଟଙ୍କା ବହନ କରିବେ। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ କିମ୍ବା ଜିଲ୍ଲା ପ୍ରଶାସନ ମାଧ୍ୟମରେ ଯୋଗ୍ୟ ଆଶାୟୀଙ୍କୁ ପ୍ରଦାନ କରାଯିବ।
କରୋନାରେ ପ୍ରାଣ ହରାଉଥିବା ପରିବାରକୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ ନେଇ ପୂର୍ବରୁ ସୁପ୍ରିମକୋର୍ଟ ଅର୍ଡ଼ର କରିଥିଲେ। ଏହି ପରିମାଣ କେତେ ହେବ ସେଂପର୍କରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍ଡିଏମ୍ଏ) ଗାଇଡଲାଇନ୍ସ ଜାରି କରିବା ସମ୍ପର୍କରେ କୋର୍ଟ କହିଥିଲେ। କୋଭିଡ୍ ମୃତକଙ୍କ ପରିବାରକୁ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାଲାଗି ଆବେଦନ ହୋଇଥିଲା।
କେନ୍ଦ୍ର ସରକାର କ୍ଷତିପୂରଣ ପ୍ରସଙ୍ଗରେ କହିଥିଲେ ଯେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେଇେହବ ନାହିଁ। କାରଣ ଏଭଳି କ୍ଷତିପୂରଣ ପ୍ରଦାନ କରାଗଲେ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଖାଲି ହୋଇଯିବ। ରାଜ୍ୟମାନେ ଅନ୍ୟ ବିପର‌୍ୟ୍ୟୟର ମୁକାବିଲା କରିପାରିବେ ନାହିଁ।
ତେବେ ସୁପ୍ରିମକୋର୍ଟ କହିଥିଲେ ଯେ ଏନ୍ଡିଏମ୍ଏର ଧାରା ୧୨ରେ ବିପର୍ଯ୍ୟୟ ମୃତ୍ୟୁରେ କ୍ଷତିପୂରଣ ଦେବାକୁ ବ୍ୟବସ୍ଥା ରହିଛି । ଏହାକୁ ପୂରଣ କରିବା ହେଉଛି ସରକାରଙ୍କ ଦାୟିତ୍ୱ। ତେବେ ଏ ସମ୍ପର୍କରେ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ କ୍ଷତିପୂରଣ ସମ୍ପର୍କରେ ସୁପ୍ରିମକୋର୍ଟକୁ ଅବଗତ କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031