Indus Valley Times

କରୋନା ମୁକାବିଲା ସହ ସମୃଦ୍ଧ ସ୍ବାସ୍ଥ୍ୟ ସେବା ପାଇଁ ବିଧାୟକ ପାଣ୍ଠିରୁ ୪୦ ଲକ୍ଷ ପ୍ରଦାନ କଲେ ଦଶପଲ୍ଲା ବିଧାୟକ

 Breaking News

କରୋନା ମୁକାବିଲା ସହ ସମୃଦ୍ଧ ସ୍ବାସ୍ଥ୍ୟ ସେବା ପାଇଁ ବିଧାୟକ ପାଣ୍ଠିରୁ ୪୦ ଲକ୍ଷ ପ୍ରଦାନ କଲେ ଦଶପଲ୍ଲା ବିଧାୟକ

August 21
20:54 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ଦଶପଲ୍ଲା,୨୧/୮: ଦିନକୁ ଦିନ ବଢି ଚାଲିଛି ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ଲୋକ ପ୍ରିୟତା । ଅଞ୍ଚଳର ବିକାଶ ହେଉ କିମ୍ବା କରୋନା ମହାମାରୀ ସମୟରେ ଜୀବନ ବିନ୍ଦୁ ଅଭିଯାନ କାର‌୍ୟ୍ୟକ୍ରମ ମାଧ୍ୟମରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ହେଉ କିମ୍ବା କରୋନା ମୁକାବିଲା ସହ ପ୍ଲାଜମା ଦାନ ପାଇଁ ସଚେତନତା ହେଉ ପ୍ରତିଟି କାର‌୍ୟ୍ୟ ସଫଳତା ସହ ପ୍ରତିପାଦନ କରିଆସିଛନ୍ତି ଦଶପଲ୍ଲା ବିଧାୟକ ଶ୍ରୀ ବେହେରା।
କରୋନା ମହାମାରୀ କାୟା ବିସ୍ତାର କରିବାରେ ଲାଗିଥିବା ବେଳେ କରୋନା ମୁକାବିଲା ସହ ସ୍ବାସ୍ଥ୍ୟ ସେବା ର ସମୃଦ୍ଧି ପାଇଁ ବିଧାୟକ ପାଣ୍ଠିରୁ ୪୦ ଲକ୍ଷ ଟଙ୍କା ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ବିନିଯୋଗ କରିବା ପାଇଁ ବିଧାୟକ ଶ୍ରୀ ବେହେରା ପ୍ରଦାନ କରିଛନ୍ତି।ଏହା ପୂର୍ବରୁ କରୋନା ମୁକାବିଲା ପାଇଁ ତିନି ମାସର ଦରମା ପ୍ରଦାନ କରିବା ସହ ବିଧାୟକ ପାଣ୍ଠିରୁ ୫ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ବାନ କ୍ରମେ ବିଧାୟକ ଙ୍କ ସଚେତନତା ଓ ପ୍ରଚେଷ୍ଟା ଯୋଗୁଁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୂଆଗାଁ ବ୍ଲକ୍ ର ଦୁଇ ଜଣ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ସ୍ଵେଚ୍ଛାକୃତ ପ୍ଲାଜମା ଦାନ କରିଥିଲେ। କରୋନା ମୁକାବିଲା ପାଇଁ ବିଧାୟକ ଙ୍କ ସମସ୍ତ ପ୍ରଚେଷ୍ଟା କୁ ଜନସାଧାରଣ ରେ ପ୍ରଶଂସା କରାଯାଇଛି।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930