Indus Valley Times

କର୍ତ୍ତବ୍ୟ ପରାୟଣତା ଓ ସଚ୍ଚୋଟତା, ହିନ୍ଦୁ ଧର୍ମର ମୂଳମନ୍ତ୍ର

 Breaking News

କର୍ତ୍ତବ୍ୟ ପରାୟଣତା ଓ ସଚ୍ଚୋଟତା, ହିନ୍ଦୁ ଧର୍ମର ମୂଳମନ୍ତ୍ର

କର୍ତ୍ତବ୍ୟ ପରାୟଣତା ଓ ସଚ୍ଚୋଟତା, ହିନ୍ଦୁ ଧର୍ମର ମୂଳମନ୍ତ୍ର
July 18
12:17 2026

ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟ
କଟକ, ୧୮/୭ : ଭାରତୀୟ ସମ୍ବିଧାନ ପ୍ରସ୍ତୁତି ପାଇଁ ୨ ବର୍ଷ ୧୧ ମାସ ୧୮ ଦିନ ସମୟ ଲାଗିଥିଲା ।
ସମ୍ବିଧାନ ମୁଖବନ୍ଧରେ ଉଲ୍ଲେଖ ଥିବା– ସାର୍ବଭୌମ, ସମାଜବାଦ, ଧର୍ମନିରପେକ୍ଷତା, ଗଣତନ୍ତ୍ର, ସାଧାରଣତନ୍ତ୍ର ରାଷ୍ଟ୍ର ର ନ୍ୟାୟ, ସ୍ଵାଧୀନତା, ସମାନତା, ଭାତୃ ଭାବ ଆଦି ର ଅର୍ଥ ବାଖ୍ୟା କରାଯାଇଥିଲା ।
ସମ୍ବିଧାନ ମୁଖବନ୍ଧ କୁ ପାଳନ କରିବାରେ ଆମେ କେତେଦୂର ସଫଳ ହୋଇଛେ ସେ ସମ୍ପର୍କରେ ଅଗଷ୍ଟ ୯ ଦିନ ବିଶେଷ ଆଭାସୀ ଆଲୋଚନା ହେବ ବୋଲି ସଭାରେ ମତ ପ୍ରକାଶ ପାଇଛି ।
ଆଗ୍ରହୀ ବ୍ୟକ୍ତି ଭାଗନେବେ । ପ୍ରଶାସକ ଶ୍ରୀ ବିବେକ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଥିଙ୍କର୍ସ କ୍ଲବ ର ୧୫୭ ତମ ଆଭାସୀ ଆଲୋଚନା ରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର ସମ୍ବିଧାନ ପ୍ରାକ କଥନ ବିଷୟରେ ବିଶଦ ଆଲୋଚନା କରିଥିଲେ ।
ସେ କହିଲେ ହିନ୍ଦୁ ଧର୍ମର ମୂଳ ମନ୍ତ୍ର ହେଲା କର୍ତ୍ତବ୍ୟ ପରାୟଣତା ଓ ସଚ୍ଚୋଟତା। ଥିଙ୍କର୍ସ କ୍ଲବ ସଭାପତି ବରଦା ଦାସ ସଭାକୁ ସଂଯୋଜନା କରିଥିଲାବେଳେ ଜ୍ୟୋତି ମଲ୍ଲ ବୈଷୟିକ ପରିଚାଳନା କରିଥିଲେ ।
ୟୁନିଫର୍ମ ସିଭିଲ କୋଡ଼ ଓ ପୂର୍ବତନ ରାଜନେତା ନିତ୍ୟାନନ୍ଦ କାନୁନଗୋ ଓ ଓଡିଶା ସମ୍ପର୍କରେ ଆସନ୍ତା ୨୪ ଓ ଅଗଷ୍ଟ ୨ ରେ ଆଲୋଚନା ହେବ ।
ଉମାଶଙ୍କର ମିଶ୍ର ଶେଷରେ ଧନ୍ୟବାଦ ଦେଇ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ । ସର୍ବଶ୍ରୀ ୟସକ୍ଟ୍ରବଚ୍ଚବଦ୍ଭ ପଟ୍ଟନାୟକ, ରକ୍ସ ସୁଧାକର ପତ୍ରୀ ଆଦି ଆଲୋଚନାରେ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031