Indus Valley Times

କଲେଜରେ ନିର୍ବାଚନୀ ସଭା ପ୍ରସଙ୍ଗ: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ସସପେଣ୍ଡ୍ କରିବାକୁ ନିର୍ଦ୍ଦେଶ ଦେଲେ ଏସଇସି

 Breaking News

କଲେଜରେ ନିର୍ବାଚନୀ ସଭା ପ୍ରସଙ୍ଗ: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ସସପେଣ୍ଡ୍ କରିବାକୁ ନିର୍ଦ୍ଦେଶ ଦେଲେ ଏସଇସି

January 18
18:10 2022

ଭୁବନେଶ୍ୱର,୧୮/୧: ନିର୍ବାଚନୀ ସଭାରେ ଯୋଗଦେଇ ହଟହଟା ହୋଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ମା’ ତାରିଣୀ କଲେଜ ପ୍ରିନ୍ସିପାଲ ବିକାଶ ଦାଶ ଓ ସାଲେପୁର ଏସ୍ଡିପିଓ ପ୍ରଶାନ୍ତ ମାଝୀ। ଉଭୟଙ୍କ ବିରୋଧରେ ଆସିଛି ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ। ଏପରି ଅଭିଯୋଗକୁ ଗୁରୁତ୍ୱର ସହ ନେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ।
କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ କମିଶନ ଏହି ଦୁଇ ସରକାରୀ ଅଧିକାରୀଙ୍କ ବିରୋଧରେ କଡ଼ା କାର‌୍ୟ୍ୟାନୁଷ୍ଠାନ ନେବା ପାଇଁ ସମ୍ପୃକ୍ତ ବିଭାଗକୁ କରିଛନ୍ତି ସୁପାରିଶ। ଏହା ସହିତ କାର୍ଯ୍ୟାନୁଷ୍ଠାନ ନିଆଗଲା କି ନାହିଁ, ସେ ନେଇ ଆଜି ସନ୍ଧ୍ୟା ସୁଦ୍ଧା ଜଣାଇବାକୁ କହିଛନ୍ତି ନିର୍ବାଚନ କମିଶନ।
ପ୍ରିନ୍ସିପାଲ ବିକାଶ ଦାଶଙ୍କୁ ନିଲମ୍ବନ କରିବା ପାଇଁ ଗଣଶିକ୍ଷା ବିଭାଗକୁ ସୁପାରିଶ କରାଯାଇଛି। ଏଥିସହ ତାଙ୍କ ନାଁରେ ଏଫଆଇଆର ରୁଜୁ କରିବା ପାଇଁ ଜିଲ୍ଲାପାଳଙ୍କୁ କହିଛନ୍ତି ନିର୍ବାଚନ କମିଶନ। ସେହିପରି ସାଲେପୁର ଏସ୍ଡିପିଓ ପ୍ରଶାନ୍ତ ମାଝୀଙ୍କୁ ନିଲମ୍ବନ କରିବା ପାଇଁ ଡିଜିପିଙ୍କୁ ସୁପାରିଶ କରାଯାଇଛି। ଏଥିସହ ତାଙ୍କୁ ପୁଲିସ୍ ମୁଖ୍ୟାଳୟରେ ରଖିବାକୁ କୁହାଯାଇଛି।
ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ଜାରି କରିଥିବା ଗାଇଡ୍ଲାଇନ୍କୁ ଉଲ୍ଲଂଘନ କରି ଗତ ରବିବାର ମା’ତାରିଣୀ କଲେଜରେ ଆୟୋଜିତ ହୋଇଥିଲା ନିର୍ବାଚନୀ ସଭା। ଏହି ସଭାରେ ୨ଶହରୁ ଅଧିକ ଲୋକ ଏକତ୍ରିତ ହୋଇଥିଲେ। ଗଡ଼ରୋମିତ ପଞ୍ଚାୟତର ଆଶାୟୀ ସରପଞ୍ଚ ପ୍ରାର୍ଥୀ (ଜଣେ ମହିଳା)ଙ୍କୁ ଜିତାଇବା ପାଇଁ ଏହି ସଭା ଆୟୋଜିତ ହୋଇଥିଲା।
ପ୍ରିନ୍ସିପାଲ ବିକାଶ ଦାଶ ଓ ଏସ୍ଡିପିଓ ପ୍ରଶାନ୍ତ ମାଝୀ ଉକ୍ତ ପଞ୍ଚାୟତର ବାସିନ୍ଦା ହୋଇଥିବାରୁ ସେମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଆଉ ଗତକାଲି ଏହାର ଭିଡିଓ ଭାଇରାଲ ହେବା ପରେ ଦୁହେଁ ଚର୍ଚ୍ଚାକୁ ଆସିଥିଲେ। ଏହି ଘଟଣା ନେଇ ଗତକାଲି ରାଜ୍ୟ ନିର୍ବାଚନ କମିଶନର କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଥିଲେ। ଆଉ ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ଉଭୟ ସରକାରୀ ଅଧିକାରୀଙ୍କ ବିରୋଧ କାର‌୍ୟ୍ୟାନୁଷ୍ଠାନ ସୁପାରିଶ କରିଛନ୍ତି କମିଶନ।
ସୂଚନାଯୋଗ୍ୟ, ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ପ୍ରକାରର ସଭାସମିତି, ବୈଠକ, ବାଇକ ର‌୍ୟାଲି ଓ ପଥପ୍ରାନ୍ତ ସଭା ଆଦି ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ହୋଇଛି। କେବଳ ସର୍ବାଧିକ ୫ଜଣଙ୍କୁ ଧରି ପ୍ରାର୍ଥୀ ଡୋରଟୁ ଡୋର ପ୍ରଚାର କରିପାରିବେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031