Indus Valley Times

କଲେଜ ଛାତ୍ର ଛାତ୍ରୀ ମାନଙ୍କ ସହ ନାଚିଲେ ମନ୍ତ୍ରୀ ପ୍ରୀତିରଞ୍ଜନ

 Breaking News

କଲେଜ ଛାତ୍ର ଛାତ୍ରୀ ମାନଙ୍କ ସହ ନାଚିଲେ ମନ୍ତ୍ରୀ ପ୍ରୀତିରଞ୍ଜନ

December 31
11:03 2023

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର,୩୧/୧୨ :କଲେଜ ମାନଙ୍କରେ ଚାଲିଛି ନୂଆ-ଓ, ନବୀନ ଓଡ଼ିଶା, ଯୁବ ଓଡ଼ିଶା କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମକୁ ନେଇ ଉତ୍ସାହିତ ଛାତ୍ରଛାତ୍ରୀ । ନିଜ ଭିତରର ଅନ୍ତର୍ନିହିତ ପ୍ରତିଭା ପରିପ୍ରକାଶ କରିବାର ଭରପୁର ସୁଯୋଗ ନେଉଛନ୍ତି ଛାତ୍ରଛାତ୍ରୀ ।
ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ସାମାଜିକ ବାର୍ତ୍ତା ବି ଦେଉଛନ୍ତି । ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବିଭିନ୍ନ କଲେଜରେ ଆୟୋଜିତ ହେଉଛି କାର୍ଯ୍ୟକ୍ରମ ।
ହେଲେ ଛାତ୍ରଛାତ୍ରୀଙ୍କ ଜିଦ ଯୋଗଦେବେ ଆମ ପ୍ରିୟ ବିଧାୟକ ତଥା ମନ୍ତ୍ରୀ ସମସ୍ତଙ୍କ ଆଦରର ଡ୍ୟାନି ଭାଇ । ସମସ୍ତଙ୍କ ଅନୁରୋଧ ରକ୍ଷାକରି ସବୁଠି ପହଞ୍ଚୁଛନ୍ତି ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ।
ପିଲାମାନେ ବି ମନଭରି ମିଶୁଛନ୍ତି ମନ୍ତ୍ରୀଙ୍କ ସହିତ । ଏହି ଖୁସି ଭିତରେ ପିଲାମାନଙ୍କୁ ଖେଳ କୁଦ ସହିତ ମନ ଦେଇ ପାଠ ପଢି ସମାଜରେ ପ୍ରତିଷ୍ଠିତ ହେବାକୁ ପରାମର୍ଶ ଦେଉଛନ୍ତି ପ୍ରିୟ ବଡ଼ ଭାଇ ଡ୍ୟାନି ଭାଇ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031