Indus Valley Times

କଳାକାରଙ୍କ ସହାୟତା ରାଶି ବୃଦ୍ଧି, ଉପକୃତ ହେବେ ୮୦ ହଜାର କଳାକାର

 Breaking News

କଳାକାରଙ୍କ ସହାୟତା ରାଶି ବୃଦ୍ଧି, ଉପକୃତ ହେବେ ୮୦ ହଜାର କଳାକାର

କଳାକାରଙ୍କ ସହାୟତା ରାଶି ବୃଦ୍ଧି, ଉପକୃତ ହେବେ ୮୦ ହଜାର କଳାକାର
February 14
19:02 2024

ଭୁବନେଶ୍ବର, ୧୪/୨: କଳାକାରଙ୍କ ହିତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ କଳାକାରଙ୍କ ସହାୟତା ରାଶି ବୃଦ୍ଧି କରିଛନ୍ତି।
ଏହି ଯୋଜନାରେ ହିତାଧିକାରୀମାନେ ଏବେ ମାସକୁ ୧୨୦୦ ପରିବର୍ତ୍ତେ ୨୦୦୦ ଟଙ୍କା ପାଇବେ। ୮୦ ବର୍ଷରୁ ଅଧିକ ବୟସର କଳାକାର ମାସକୁ ୨୫୦୦ ଟଙ୍କା ସହାୟତା ପାଇବେ। ଏହାଦ୍ୱାରା ରାଜ୍ୟର ୮୦ ହଜାର କଳାକାର ଉପକୃତ ହେବେ।
ପୂର୍ବରୁ ଏହି ଯୋଜନାରେ ୫୦,୦୦୦ କଳାକାରମାନଙ୍କୁ ମାସିକ ୧୨୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଉଥିଲା।
ବର୍ତ୍ତମାନ ଏହି ଯୋଜନାର ଧାର୍ଯ୍ୟ ଲକ୍ଷ୍ୟ ୮୦,୦୦୦କୁ ବୃଦ୍ଧି କରାଯାଇଛି। ଯାହାଦ୍ୱାରା ଆହୁରି ରାଜ୍ୟର ୩୦,୦୦୦ କଳାକାର ଏଥିରେ ଉପକୃତ ହୋଇପାରିବେ। ଉକ୍ତ ବର୍ଦ୍ଧିତ ସହାୟତା ରାଶି ଚଳିତ ଫେବୃଆରୀରୁ ଲାଗୁ କରାଯିବ। DBT ମାଧ୍ୟମରେ ଫେବୃଆରୀ ମାସ ୨୦ ତାରିଖରୁ ୨୫ ତାରିଖ ମଧ୍ୟରେ ପ୍ରଦାନ କରାଯିବ।
ଏହି ଯୋଜନାରେ ସହାୟତା ରାଶି ବୃଦ୍ଧି ଯୋଗୁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଅନେକ କଳାକାରମାନେ ଉପକୃତ ହେବେ। ଏହା ଦ୍ଵାରା ଆମର କଳାର ସଂରକ୍ଷଣ, ବିକାଶ, ପ୍ରଚାର ଓ ପ୍ରସାର ହେବା ସହିତ ଓଡ଼ିଶାର କଳା ଓ ସଂସ୍କୃତିକୁ ଏହା ରୁଦ୍ଧିମନ୍ତ ହେବ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031