Indus Valley Times

କଳାବେଚ୍ ପିନ୍ଧିଲେ ଆଉଟ୍ ସୋରସିଂ କର୍ମଚାରୀ

 Breaking News

କଳାବେଚ୍ ପିନ୍ଧିଲେ ଆଉଟ୍ ସୋରସିଂ କର୍ମଚାରୀ

March 18
20:05 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୧୮/୩ : ଓଡ଼ିଶା ସରକାରୀ ଆଉଟ ସୋରସିଂ କର୍ମଚାରୀ ମହାସଂଘର ଆହ୍ଵାନ କ୍ରମେ ବଲାଙ୍ଗୀର ଜିଲ୍ଲାର ୫୦ ରୁ ଉର୍ଦ୍ଧ୍ୱ ସରକାରୀ କାର୍ଯ୍ୟାଳୟ ରେ ଦୀର୍ଘ ଦିନ ଧରି କାମକରି ଆସୁଥିବା ଦୁଇ ହଜାର ରୁ ଉର୍ଦ୍ଧ୍ୱ ଆଉଟ୍ ସୋରସିଂ କର୍ମଚାରୀ ଗତ ସୋମବାର ୧୭ ତାରିଖ ରୁ ୨୧ ତାରିଖ ପର୍ଯ୍ୟନ୍ତ କଳା ବେଚ୍ ପରିଧାନ କରି ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଛନ୍ତି।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ଜିଲ୍ଲା ଅଫିସ,ସମସ୍ତ ବ୍ଲକ ଓ ତହସିଲ,ମେଡ଼ିକାଲ,ପରିବହନ ବିଭାଗ,ଜଙ୍ଗଲ ବିଭାଗ, ଶିକ୍ଷାନୁଷ୍ଠାନ ଆଦି ସରକାରଙ୍କ ସଂଖ୍ୟାଧିକ ବିଭାଗରେ ଗୁରୁତ୍ଵପୁର୍ଣ ଦାୟିତ୍ଵ ନିର୍ବାହ କରି ଯାବତୀୟ ଜନକଲ୍ୟାଣକାରୀ ଯୋଜନା ଗୁଡ଼ିକୁ ସଫଳ ରୂପାୟନ କରି ଆସୁଥିବା ଆଉଟ୍ ସୋରସିଂ କର୍ମଚାରୀଙ୍କ ଦାବି ପ୍ରତି ଏଯାବତ ସମୁଚିତ ଦୃଷ୍ଟି ପଡ଼ିନାହିଁ।
ଦୀର୍ଘଦିନର ଦାବି ଗୁଡ଼ିକୁ ଅଣଦେଖା କରି ବ୍ୟାପକ ଛଟେଇ ସହ ଅନିୟମିତ ଦରମା ଓ ବିଭାଗୀୟ ଚିଠି ସତ୍ବେ ବର୍ଦ୍ଧିତ ଦରମା ଲାଗୁ ନ ହେବା ରାଜ୍ୟର ହଜାର ହଜାର ଠିକା କର୍ମଚାରୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ସୃଷ୍ଟି କରିଛି।
ଏହି ଅନ୍ୟାୟ ତଥା ଶୋଷଣକାରୀ ବ୍ୟବସ୍ଥାର ସମୂଳେ ବିଲୁପ୍ତି ପାଇଁ ନୂଆ ସରକାରଙ୍କ ସହ କ୍ରମାଗତ ଭାବେ ଓଡ଼ିଶା ସରକାରୀ ଆଉଟ ସୋରସିଂ କର୍ମଚାରୀ ମହାସଂଘର ରାଜ୍ୟନେତୃତ୍ଵ ଯୋଗାଯୋଗ କରି ଆସୁଥିଲେ ହେଁ ସରକାରଙ୍କ ସୁଦୃଷ୍ଟି ପଡି ନାହିଁ।
ସଠିକ ଭାବେ ଦାବି ଉପସ୍ଥାପନ ସହ ନ୍ୟାୟୋଚିତ ବ୍ୟବସ୍ଥା ଗ୍ରହଣ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ ଉଦ୍ଦେଶ୍ୟରେ ଆଗାମୀ ୨୬ ତାରିଖ ଭୁବନେଶ୍ଵର ଗାନ୍ଧୀମାର୍ଗ ରେ ବିଶାଳ ଗଣବିକ୍ଷୋଭ କରାଯିବ ବୋଲି ମହାସଂଘ ତରଫରୁ ଆହ୍ବାନ କରାଯାଇଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930