Indus Valley Times

କାଠ ଫାଳିଆରେ ପିଟି ପିଟି ବୃଦ୍ଧଙ୍କୁ ହତ୍ୟା

 Breaking News

କାଠ ଫାଳିଆରେ ପିଟି ପିଟି ବୃଦ୍ଧଙ୍କୁ ହତ୍ୟା

କାଠ ଫାଳିଆରେ ପିଟି ପିଟି ବୃଦ୍ଧଙ୍କୁ ହତ୍ୟା
November 23
18:39 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୩/୧୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଯୁଗାପଦର ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଜୈନକ ଯୁବକ କାଠ ଫାଳିଆରେ ପିଟି ପିଟି ବୃଦ୍ଧ ଜଣଙ୍କୁ ହତ୍ୟା କରିଥିବା ଜଣାପଡିଛି।
ହତ୍ୟା ର କାରଣ ଅସ୍ପଷ୍ଟ ଥିବା ବେଳେ ମୃତକ ଜଣକ କଞ୍ଜାମେଣ୍ଡି ଗ୍ରାମର ଅଲେଖ ନାୟକ ହୋଇଥିବା ବେଳେ ହତ୍ୟାକାରୀ ଯୁଗାପଦର ଗ୍ରାମର ମିଥୁନ୍ ମଲ୍ଲିକ ବୋଲି ଜଣାପଡ଼ିଛି ।
ଖବରପାଇ ଘଟଣାସ୍ଥଳରେ କ.ନୁଆଗାଁ ପୋଲିସ୍ ପହଞ୍ଚି ହତ୍ୟାକାରୀ ମିଥୁନ ମଲ୍ଲିକକୁ ନିଜ ହେପାଜତକୁ ନେଇଥିବା ବେଳେ ଶବକୁ ଜବତ କରି ବ୍ୟବଛେଦ ପଠାଇବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
ସୂଚନା ପ୍ରକାରେ ଭଣଜାର ମୃତ୍ୟୁ ପରେ ଶନିବାର ଅଲେଖ ଯୁଗାପଦର ସ୍ଥିତ ଭଣଜା ଘରକୁ ଯାଇଥିଲା । ବିଳମ୍ବିତ ରାତିରେ ଅଲେଖ ପରିଶ୍ରା କରିବାପାଇଁ ବାହାରକୁ ଯାଇଥିବା ବେଳେ ନିଶାସକ୍ତ ଅବସ୍ଥାରେ ମିଥୁନ ଅଲେଖଙ୍କୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଥିବା ବିଷୟ ଅଲେଖଙ୍କ ସମ୍ପର୍କୀୟ ପ୍ରକାଶ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930