Indus Valley Times

କାମିୟାବ ଟିଭି ପରିବାରର ବନ୍ଧୁମିଳନ

 Breaking News

କାମିୟାବ ଟିଭି ପରିବାରର ବନ୍ଧୁମିଳନ

August 19
20:51 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୯/ ୮ : ନୟାଗଡ ରେ ସ୍ଥାନୀୟ PWD ବଙ୍ଗଳା ପରିସର ମଧ୍ୟରେ କାମୟାବ ଟିଭି ପରିବାର ତରଫରୁ ଏକ ବନ୍ଧୁମିଳନ ଉତ୍ସବ ପାଳିତ ହୋଇଯାଇଛି । ସଭାକାର୍ଯ୍ୟରେ କାମୟାବ ଟିଭିର ସ୍ୱତନ୍ତ୍ର ପ୍ରତିନିଧି ଅନୱାର ଅଲି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜିଲ୍ଲା ପ୍ରତିନିଧି ରବି ଦାସ ସଭାକାର୍ଯ୍ୟ ପରିଚାଳନା କରିଥିଲେ ।
ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କାମୟାବ ଟିଭି ର News ଏଡିଟର ଶ୍ରୀଯୁକ୍ତ ଗାଲେଖ ଦୀକ୍ଷିତ ଯୋଗଦେଇ, ନିୟୁଜ କଲାବେଳେ ତରବର ହୋଇ ନିୟୁଜ ନ କରି ସବୁ ଦିଗକୁ ଭଲଭାବେ ତର୍ଜମା କରି ପରିବେଷଣ କରିବା ଉଚିତ ।
ନଚେତ ଏକ ତରଫା ସମ୍ବାଦ ପରିବେଷଣ କରିବାଦ୍ଵାରା କେଉଁଠି ନା କେଉଁଠି ଭୁଲ କରିନଥିବା ଲୋକ ଦଣ୍ଡପାଇବାର ସମ୍ଭାବନା ରହିଥାଏ ବୋଲି ଉପସ୍ଥିତ ଜିଲ୍ଲାର ସମସ୍ତ ପ୍ରତିନିଧି ମାନଙ୍କୁ ଉପଦେଶ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସନମାନିତ ଅତିଥି ଭାବେ ନୟାଗଡ ଜିଲ୍ଲା ଡିଜିଟାଲ ମିଡ଼ିଆର ସମ୍ପାଦକ କିଶୋର ମହାପାତ୍ର ଯୋଗଦେଇ ସାମ୍ବାଦିକ ମାନଙ୍କର ନୈତିକତା ସମ୍ପର୍କରେ ଆଲୋଚନା କରିଥିଲେ।ଅନ୍ୟତମ ଅତିଥି ଭାବେ ନକ୍ଷତ୍ର ନିୟୁଜ ଜିଲ୍ଲା ପ୍ରତିନିଧି ଦେବବ୍ରତ ନାୟକ ଯୋଗଦେଇଥିଲେ । ପରିଶେଷରେ ଅତିଥି ମାନଙ୍କୁ ଉପଢୌକନ ଦେଇ ସନମାନିତ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031