Indus Valley Times

କାର୍ତ୍ତିକ ମାସ ଉପଲକ୍ଷେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ

 Breaking News

କାର୍ତ୍ତିକ ମାସ ଉପଲକ୍ଷେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ

October 14
20:01 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୪/୧୦ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସର ରେ କାର୍ତ୍ତିକ ମାସ ଉପଲକ୍ଷେ ଏକ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଚଳିତ ମାସ ୧୭ ଓ ୧୮ ତାରିଖ ଦୁଇଦିନ ଧରି ସନ୍ଧ୍ୟା ୫ ଘଣ୍ଟ ରେ ଆୟୋଜିତ କରାଯିବା ପାଇଁ ଟ୍ରଷ୍ଟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
ଏଥିରେ ଓଡ଼ିଶାର ବିଶିଷ୍ଟ ବୈଦିକ ବିଦ୍ୱାନ, ଖୋର୍ଦ୍ଧା ଜିଲ୍ଲା ପରିଚ୍ଛଳ ଗ୍ରାମ ସ୍ଥିତ ଦୟାନନ୍ଦ ଆଦର୍ଶ ଗୁରୁକୂଳର ପ୍ରତିଷ୍ଠାତା ତଥା ଓଟିଭି ଚ୍ୟାନେଲରେ \”ସର୍ବେ ଭବନ୍ତୁ ସୁଖୁନଃ\” କାର୍ଯ୍ୟକ୍ରମର ନିୟମିତ ପ୍ରବଚକ ଓ ପ୍ରାର୍ଥନା ଚ୍ୟାନେଲର ପ୍ରସାରିତ \”ବାଳକେ ମୋର ବୋଲକର \” ଉପନିଷଦର ଉପକଥା, ଜ୍ଞାନଗୁରୁ ଭଳି ଆଦି ଅନେକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ବିଷିଷ୍ଟ ପ୍ରବଚକ ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା ଯୋଗ ଦେବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି ।
ଏଣୁ ଅଞ୍ଚଳ ର ସମସ୍ତ ଆଧ୍ୟାତ୍ମିକ ପ୍ରେମୀ ବନ୍ଧୁ ମାନେ ବହୁ ସଂଖ୍ୟା ରେ ଉପସ୍ଥିତ ରହି ଆଧ୍ୟାତ୍ମିକ କୃପା ଲାଭ କରିବା ପାଇଁ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି ।
ଆଗକୁ ଧନତେରାସ: ବାଲିଗୁଡା ରେ ବୃଦ୍ଧି ପାଉଛି ବେଆଇନ ସୁନାରୁପା କାରବାର
ବାଲିଗୁଡା, ୧୪/୧୦ : ଆଗକୁ ଧନତେରାସ ଥିବା ଯୋଗୁଁ କନ୍ଧମାଳ ଜିଲ୍ଲା ବାଲିଗୁଡା ବଜାରରେ ଚାଲିଛି ନକଲି ବିଲରେ ବେଧଡ଼କ ବେଆଇନ ସୁନା ଓ଼ ରୂପା କାରବାର ।
ଜିଏସଟି, ଆୟକର ତଥା ସ୍ଥାନୀୟ ପ୍ରଶାସନକୁ ହାତବାରିସୀ କରି ସୁନା ବେପାରୀ ଲୁଟି ଚାଲିଛନ୍ତି ଗ୍ରାହକଙ୍କୁ। ସୁନା ବ୍ୟବସାୟୀଙ୍କ ନକଲି ଜିଏସଟି ବିଲରେ ସରକାର ହରାଉଛନ୍ତି ଲକ୍ଷ ଲକ୍ଷ ଟଙ୍କାର ରାଜସ୍ଵ। ଜିଏସଟି ଓ ଆୟକର ବିଭାଗ ଦଲାଲଙ୍କ ମଧ୍ୟସ୍ଥତାରେ ଲୁଟ ହେଉଛି ସରକାରୀ ରାଜସ୍ଵ। ଧନତେରସ୍‌ରେ ଗ୍ରାହକଙ୍କୁ ଲୁଟିବା ପାଇଁ ପ୍ରସ୍ତୁତ ହେଉଛନ୍ତି ସୁନା ଓ ରୂପା ବେପାରୀ। କିଏ କେଉଁ ରାସ୍ତାରେ ଠକେଇ କରିବ ସେଥିପାଇଁ ମଧ୍ୟ ପ୍ରସ୍ତୁତ ହୋଇସାରିଛି ବ୍ଲୁ ପ୍ରିଣ୍ଟ ।
ଟିକସ ଅଧିକାରୀଙ୍କ ଅବହେଳାରୁ ବାଲିଗୁଡା ସହରରେ ମାଳ ମାଳ ସୁନା ଦୋକାନରୁ ବିପୁଳ ରାଜସ୍ବ କ୍ଷତି ସହୁଛନ୍ତି ସରକାର। ମାସିକ କୋଟି କୋଟି ଟଙ୍କାର ବେପାର ସତ୍ତ୍ବେ ସରକାର ପାଉନାହାନ୍ତି ରାଜସ୍ବ। ନକଲି ବିଲରେ ଚାଲିଛି ବେପାର।
ଗାଁ ଗହଳିର ଲୋକଙ୍କୁ ଠକି ଚାଲିଛନ୍ତି ବେପାରୀ। ଗ୍ରାହକ ଙ୍କୁ ନା ଦିଆଯାଉଛନ୍ତି ଜିଏସଟି ବିଲ୍ ନା ଜିନିଷର କରାଯାଉଛି ମୂଲ୍ୟାୟନ। ସରକାର ବଦଳିବା ପରେ ସୁନା ଦୋକାନ ଗୁଡ଼ିକରେ ଚଢ଼ଉ କରି ଯାଞ୍ଚ ହେବ ବୋଲି ମନ୍ତ୍ରୀ କହିଥିବା ବେଳେ ଜିଲା ଜିଏସଟି ଓ ଆୟକର ଅଧିକାରୀ ଏବଂ ସୁନା ବ୍ୟବସାୟୀ ଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ଯୋଗୁଁ ବିପୁଳ କ୍ଷତି ସହୁଛନ୍ତି ସରକାର।
୨୨ କ୍ୟାରେଟ ସୁନା ନାମ ରେ ୧୬/୧୭ କ୍ୟାରେଟ ସୁନା ଦେଇ ଗ୍ରାହକ ଙ୍କୁ ଠକେଇ କରାଯାଉଥିବା ଏକ ଗୁରୁତର ଅଭିଯୋଗ ହେଉଛି।
ବାଲିଗୁଡାର ରୁପା ଓ ସୁନା ବ୍ୟବସାୟୀ ମାନେ ଆସିକା ଓ ବ୍ରହ୍ମପୁର ଅଞ୍ଚଳ ର କିଛି ଦଲାଲ ମାନଙ୍କୁ ଧରି ମୁମ୍ବାଇ, ରାଜକୋଟ, ଆଗ୍ରା, ଆନ୍ଧ୍ରପ୍ରଦେଶ ସାଲାମ, ମଛଲୀପାଟନମ, ଚେନ୍ନାଇ ଅଞ୍ଚଳରୁ କାରରେ ଦୁଇ ନମ୍ବର ବିଲରେ ବାଲିଗୁଡା ଅଞ୍ଚଳ କୁ ରୁପା ଓ ସୁନା ଆସୁଥିଲେ ମଧ୍ୟ ଏହାର ସଠିକ କ୍ରୟ ବିକ୍ରିର ହିସାବ ପାଉନାହାନ୍ତି ସରକାର।
ଆୟକର ବିଭାଗ ଓ ବିକ୍ରି କର ବିଭାଗୀୟ ଅଧୂକାରୀ ଯାଞ୍ଚ କରିବାକୁ ଆସୁନଥିବା ବେଳେ ଦଲାଲଙ୍କ ମଧ୍ୟସ୍ଥତାରେ ସମସ୍ତ ମାମଲା ର ଫାଦଫା କରାଯାଉଥିବା ବିଷୟ ଶୁଣିବାକୁ ମିଳୁଛି।
ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳ ବାସୀଙ୍କ ତରଫରୁ ପ୍ରବଳ ଦାବୀ ହେଉଛି ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031