Indus Valley Times

କାର୍ଯ୍ୟରେ ଅବହେଳା ହେତୁ ଜିଲ୍ଲାପାଳଙ୍କ ଆକ୍ସନ, ୩୦ କର୍ମଚାରୀଙ୍କ ଦରମା ବନ୍ଦ୍

 Breaking News

କାର୍ଯ୍ୟରେ ଅବହେଳା ହେତୁ ଜିଲ୍ଲାପାଳଙ୍କ ଆକ୍ସନ, ୩୦ କର୍ମଚାରୀଙ୍କ ଦରମା ବନ୍ଦ୍

କାର୍ଯ୍ୟରେ ଅବହେଳା ହେତୁ ଜିଲ୍ଲାପାଳଙ୍କ ଆକ୍ସନ, ୩୦ କର୍ମଚାରୀଙ୍କ ଦରମା ବନ୍ଦ୍
September 02
17:34 2022

ରାୟଗଡ଼ା, ୨/୯: ମହଙ୍ଗା ପଡ଼ିଲା କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିବା। କାଶୀପୁର ତହସିଲଦାରଙ୍କ ସମେତ ୩୦ଜଣ କର୍ମଚାରୀଙ୍କ ଦରମା ବନ୍ଦ କେଲେ ଜିଲ୍ଲାପାଳ ସ୍ୱାଧାଦେବ ସିଂ। ଜମିପଟ୍ଟା ପ୍ରଦାନରେ କ୍ଷେତ୍ର କର୍ମଚାରୀମାନେ ଅବହେଳା କରୁଥିଲେ। ଏନେଇ ଆପତ୍ତି ଉଠିବା ପରେ ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ସୂଚନା ମୁତାବକ, ତହସିଲର ଏହି ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଅଫିସ୍ରେ ଅନୁପସ୍ଥିତ ରହୁଥିଲେ। ଜମି ଚିହ୍ନଟ ପ୍ରକ୍ରିୟାରେ ଅବହେଳା କରୁଥିଲେ। ଏନେଇ ଅଭିଯୋଗ ପରେ ଜିଲ୍ଲାପାଳ ଘଟଣାର ତଦନ୍ତ କରି ତହସିଲଦାର ଓ ଅନ୍ୟ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିଛନ୍ତି।
ଯାହାକୁ ନେଇ ପ୍ରଶାସନ ଉପରେ ଅସ୍ଥା ହରାଇଥିବା ଅଭିଯୋଗକାରୀମାନେ ଖୁସି ବ୍ୟକ୍ତ କରିଛନ୍ତି। କାଶୀପୁର ତହସିଲ ଅନ୍ତଗର୍ତ ଦୁର୍ଗମ ଅଞ୍ଚଳର ଗରିବ ଲୋକ ଜମିଜମା ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ବାରମ୍ବାର ତହସିଲ ଅଫିସ ଆସି ନିରାଶ ହେଉଥିଲେ। ଏ ନେଇ ଜିଲ୍ଲାପାଳଙ୍କୁ ସ୍ଥାନୀୟ ଲୋକ ଅଭିଯୋଗ କରିଥିଲେ।
ଗତ ମାସ ୨୨ ତାରିଖ ଦିନ ଜିଲ୍ଲାପାଳ କାଶିପୁର ଗସ୍ତ କରି ତହସିଲ କାର୍ଯ୍ୟାଳୟର କାର୍ଯ୍ୟକଳାପ ସମୀକ୍ଷା କରିଥିଲେ। ଏହି ସମୟରେ ବିଭିନ୍ନ ଅନିୟମିତତା ଲକ୍ଷ୍ୟ କରି ଏଭଳି ପଦକ୍ଷେପ ଗ୍ରହଣ କରିଥିବା ସୂଚନା ମିଳିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031