Indus Valley Times

କାର ସହ ଗଞ୍ଜେଇ ଜବତ : ୨ଜଣକୁ କୋର୍ଟ ଚାଲାଣ କଲା ପୋଲିସ

 Breaking News

କାର ସହ ଗଞ୍ଜେଇ ଜବତ : ୨ଜଣକୁ କୋର୍ଟ ଚାଲାଣ କଲା ପୋଲିସ

December 19
19:36 2021

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୯/୧୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ଙ୍କ ନେତୃତ୍ବରେ ଶ୍ରାନିକେତା ଘାଟିରେ ପାଟ୍ରୋଲିଂ କରୁଥିବା ସମୟରେ ଏକ ମାରୁତି ସ୍ବିଫ୍ଟ କାର ନଂ-ଓଆର୍-୦୨-ଏଜି- ୯୫୦୦ ରେ ୩୫କେଜି ୭୦୦ଗ୍ରାମ ଗଞ୍ଜେଇ ବାଲିଗୁଡ଼ା ଅଞ୍ଚଳରୁ ଦାରିଙ୍ଗବାଡ଼ି ଭାୟା ହୋଇ ବ୍ରହ୍ମପୁରକୁ ଯିବା ପାଇଁ ଆସୁଥିଲା ।
ପୋଲିସ ଦଳ କାରଟିକୁ ଅଟକାଇ ଥିଲେ। ସେଥିରେ ୩୫କେଜି ୭୦୦ଗ୍ରାମ ଗଞ୍ଜେଇ ଥିବା ଜବତ କରିବା ସହ ଚାଲାଣ କାରି ଶ୍ରାନିକେତା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦଣ୍ଡିମାହା ଗ୍ରାମର ତନ୍ମୟ କୃଷ୍ଣଲାଲ ନାୟକ ଓ ସୁଜିତ ପ୍ରଧାନଙ୍କୁ ଗିରଫ କରିଥିଲେ ।
ଏହି ଘଟଣାରେ ଦାରିଙ୍ଗବାଡ଼ି ଥାନା କେଶ ନଂ-୨୧୪/୨୧ ରେ ଏକ ମକଦମା ରୁଜୁକରି ଦୁହିଁଙ୍କୁ କୋର୍ଟ ଚାଲାଣ କରିଥିବା ବିଷୟ ଥାନା ଅଧିକାରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031