Legatus

କାଳବୈଶାଖୀ ବର୍ଷା ସମ୍ଭାବନା, ୧୯ ଓ ୨୦ ପାଇଁ ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

 Breaking News

କାଳବୈଶାଖୀ ବର୍ଷା ସମ୍ଭାବନା, ୧୯ ଓ ୨୦ ପାଇଁ ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

କାଳବୈଶାଖୀ ବର୍ଷା ସମ୍ଭାବନା, ୧୯ ଓ ୨୦ ପାଇଁ ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର
March 17
17:40 2024

ଭୁବନେଶ୍ୱର, ୧୭/୩ : ଆସନ୍ତା ୧୯ ଓ ୨୦ ତାରିଖରେ ରାଜ୍ୟରେ କିଛି ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଏଥିସହ ପ୍ରବଳ ବର୍ଷା ଓ କୁଆ ପଥର ମାଡ଼ ମଧ୍ୟ ହେବାର ଅଛି। ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରାଯାଇଥିବା ବୁଲେଟିନ୍ରେ କୁହାଯାଇଛି, ବଙ୍ଗୋପସାଗର ଉପକୂଳରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୯ ତାରିଖ ଓ ୨୦ ତାରିଖରେ ରାଜ୍ୟର କିଛି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି। ସେହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ରହିବ। ଏଥିସହ କୁଆପଥର ମାଡ଼ ହେବ। କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।
ସୂଚନାରୁ ପ୍ରକାଶ, ଗତ କିଛି ଦିନ ହେଲା ପାରଦ ଉପର ମୁହାଁ ହୋଇଥିଲା। ଯେଉଁଥିପାଇଁ ତାତିରେ ଆଉଟୁ ପାଉଟୁ ହେଉଥିଲା ପୂରା ଓଡ଼ିଶା। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ରାଜ୍ୟ ସରକାର ସତର୍କ ସୂଚନା ଜାରି କରିଥିଲେ। ତେବେ ଗତ ୨ରୁ ୩ ଦିନ ହେଲା ପଶ୍ଚିମାଝଡ଼ର ପ୍ରଭାବରେ ତାତିରେ ଲାଗିଛି ବ୍ରେକ୍। ପାଗ କାଉଁଳିଆ ରହୁଛି। ଏବେ ବଙ୍ଗୋପସାଗର ଉପକୂଳରେ ଏକ ଗୁରୁଚାପ ବଳୟ ସୃଷ୍ଟି ହୋଇଥିବାରୁ ଗରମରୁ ତ୍ରାହି ମିଳିବ ବୋଲି ଆକଳନ କରାଯାଉଛି।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930