Indus Valley Times

କାଳୀ ଭସାଣୀ ବେଳେ ଗୋଷ୍ଠୀ ସଂଘର୍ଷ : ୬ ଆହତ

 Breaking News

କାଳୀ ଭସାଣୀ ବେଳେ ଗୋଷ୍ଠୀ ସଂଘର୍ଷ : ୬ ଆହତ

November 04
10:33 2024

କଟକ, ୪/୧୧ : କାଳୀ ମେଢ଼ ଭଷାଣି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଉଭୟ ପକ୍ଷର ୬ ଜଣ ଆହତ ହୋଇଛନ୍ତି। କଟକର ଚାନ୍ଦିନୀଚୌକ ରୟାଲ ଗାର୍ଡେନ ନିକଟରେ ଏହି ସଂଘଷ ହୋଇଛି। ଆହତ ୬ ଜଣଙ୍କୁ କଟକ ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପୁଲିସର ସୂଚନା ଅନୁଯାୟୀ, ମହମ୍ମଦିୟା ବଜାର ଅଞ୍ଚଳର କିଛି ଯୁବକ କାଳୀ ମେଢ଼ ବିସର୍ଜନ କରି ଫେରୁଥିବା ସମୟରେ ଚାନ୍ଦିନୀଚୌକ ହସିନାବାଗ ଅଞ୍ଚଳର କିଛି ଯୁବକଙ୍କ ସହ କୌଣସି କଥାକୁ ନେଇ ବଚସା ହୋଇଥିଲା। ଏହି ବଚସା ଉଗ୍ରରୂପ ନେଇଥିଲା। ଏପରେ ଉଭୟ ପକ୍ଷଙ୍କ ମଧ୍ୟରେ ଢେଲାପଥର ମାଡ଼ ସହ କାଚ ବୋତଲ ଫିଙ୍ଗା ଫିଙ୍ଗି ହୋଇଥିଲା।
ଗଣ୍ଡଗୋଳକାରୀ ମାନେ ଗୋଟିଏ ଦୋକାନ ଭାଙ୍ଗିବା ସହ ୩ଟି ବାଇକ ମଧ୍ୟ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଲାଲବାଗ ଥାନା ପୁଲିସ ପହଞ୍ଚିବା ପରେ ଉତ୍ତେଜନା ଥମିଥିଲା। ତେବେ ଗଣ୍ଡଗୋଳର ପ୍ରକୃତ କାରଣ ଜଣାପଡ଼ି ନ ଥିବାବେଳେ ଲାଲବାଗ ଥାନା ପୁଲିସ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଛାନବିନ ଆରମ୍ଭ କରିଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930