Indus Valley Times

କିଏ ପିନ୍ଧିବ ବାଲେଶ୍ବର ସଦର ଓ ତିର୍ତ୍ତୋଲ ଉପନିର୍ବାଚନର ବିଜୟ ମୁକୁଟ ସେନେଇ ଚାଲିଛି ଭୋଟ ଗଣତି

 Breaking News

କିଏ ପିନ୍ଧିବ ବାଲେଶ୍ବର ସଦର ଓ ତିର୍ତ୍ତୋଲ ଉପନିର୍ବାଚନର ବିଜୟ ମୁକୁଟ ସେନେଇ ଚାଲିଛି ଭୋଟ ଗଣତି

କିଏ ପିନ୍ଧିବ ବାଲେଶ୍ବର ସଦର ଓ ତିର୍ତ୍ତୋଲ ଉପନିର୍ବାଚନର ବିଜୟ ମୁକୁଟ ସେନେଇ ଚାଲିଛି ଭୋଟ ଗଣତି
November 10
10:47 2020

ଭୁବନେଶ୍ୱର ୧୦।୧୧: ମଙ୍ଗଳବାର ଦିନ ଆସିବ ଜନତାଙ୍କ ରାୟ । କାହାକୁ ମିଳିଛି କେତେ ଭୋଟ । କାହାର ବିଜୟ, କାହାର ପରାଜୟ, କାହା ମୁଣ୍ଡରେ ସୁନା କଳସ, ବାଜି ମାରିବ କିଏ, କାହାର ହେବ ସିଂହାସନ ଏସବୁ ଫଳାଫଳର ଚିତ୍ର ଆଜି ଧିରେ ଧିରେ ସ୍ପଷ୍ଟ ହୋଇଯିବ । ବାଇ ଇଲେକ୍ସନଠାରୁ ବିହାର ମହାଲଢେଇ- ଆଜି ହେଉଛି ଭୋଟ ଗଣତି । ଓଡ଼ିଶାର ଦୁଇଟି ବିଧାନସଭା ଆସନ ତିର୍ତ୍ତୋଲ ଓ ବାଲେଶ୍ବର ସଦର ପାଇଁ ନଭେମ୍ବର ୩ ତାରିଖରେ ହୋଇଥିଲା ଭୋଟ । ସେପଟେ ବିହାର ବିଧାନସଭା ପାଇଁ ଅକ୍ଟୋବର ୨୮, ନଭେମ୍ବର ୩ ଓ ୭ ତାରିଖ ମୋଟ୍ ତିନିଟି ପର‌୍ୟ୍ୟାୟରେ ହୋଇଥିଲା ମତଦାନ । ଆଜି ଉପନିର୍ବାଚନ ଓ ବିହାର ବିଧାନସଭା ନିର୍ବାଚନର ଭୋଟ ଗଣତି ହେବ । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି ।
ତିର୍ତ୍ତୋଲ ଓ ବାଲେଶ୍ବର ସଦର ଉପନିର୍ବାଚନ ଭୋଟ ଗଣତି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ତିର୍ତ୍ତୋଲରେ ଏସ୍.ଭି.ଏମ୍ କଲେଜଠାରେ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ଏଥିପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଇଭିଏମ୍ ଭୋଟ ଗଣତି ପାଇଁ ୨ଟି ହଲ୍ ବ୍ୟବସ୍ଥା ହୋଇଥିବା ବେଳେ ପୋଷ୍ଟାଲ ବ୍ୟାଲଟ୍ ଗଣତି ପାଇଁ ଗୋଟିଏ ହଲ୍ ର ବ୍ୟବସ୍ଥା ହୋଇଛି ।

-News7

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930