Indus Valley Times

କିଛି ହେରଫେର ନହୋଇଥିଲେ ଆମେ ନିଶ୍ଚିତ ଜିତିବୁ : ଭକ୍ତ ଦାସ

 Breaking News

କିଛି ହେରଫେର ନହୋଇଥିଲେ ଆମେ ନିଶ୍ଚିତ ଜିତିବୁ : ଭକ୍ତ ଦାସ

November 13
20:53 2025

ନୂଆପଡ଼ା, ୧୩/୧୧ : ତେବେ ନୂଆପଡ଼ା ଉପ ନିର୍ବାଚନ ପାଇଁ ଶେଷ ହୋଇସାରିଛି ଭୋଟିଂ। ରାତି ପାହିଲେ ଆସିବ ରେଜଲ୍ଟ। ଆଉ ପଳାଫଳ ଅସିବା ପୂର୍ବରୁ କିଏ ଜିତିବ ନୂଆପଡ଼ା ଆସନ ସେନେଇ ବଡ ଭବିଷ୍ୟବାଣୀ କରିଛନ୍ତି ପିସିସି ସଭାପତି ଭକ୍ତ ଦାସ। ନୂଆପଡ଼ା ଉପନିର୍ବାଚନରେ ଏଥର କଂଗ୍ରେସ ବିଜୟ ଲାଭ କରିବ ବୋଲି କହିବା ସହ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ବିପୁଳ ଜନ ସମର୍ଥନ ମିଳିଛି, ତେଣୁ ସେ ଅଢ଼େଇରୁ ୫ ହଜାର ଭୋଟରେ ବିଜୟୀ ହେବେ ବୋଲି କହିଛନ୍ତି ଭକ୍ତ ଦାସ।
ସେହିପରି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ନିଜେ ମଧ୍ୟ ପଳାଫଳକୁ ନେଇ କୌଣସି ନର୍ଭସ ନାହାନ୍ତି ବରଂ ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି। ଏଥିସହ ସେ ଜିତିବେ ବୋଲି ପୂର୍ଣ୍ଣମାତ୍ରାରେ ଆତ୍ମବିଶ୍ୱାସୀ ଅଛନ୍ତି।
ସେ କହିଛନ୍ତି, ବାବା କହିଛନ୍ତି ମୁଁ ଜିତିବି, କାରଣ ମୁଁ ଲୋକଙ୍କ ପାଇଁ କାମ କରିଛନ୍ତି, ତେଣୁ ମୋର ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି।
ଆସନ୍ତାକାଲି ଆସିବ ନୂଆପଡ଼ା ରେଜଲ୍ଟ। ଯାହାକି ତିନି ଦଳର ପ୍ରାର୍ଥୀଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ। ତେବେ ଏହା ପୂର୍ବରୁ କିନ୍ତୁ ସବୁ ଦଳର ନେତା ଏବେ ନିର୍ବାଚନ ରେଜଲ୍ଟ ନେଇ ଭବିଷ୍ୟବାଣୀ କରିବା ଆରମ୍ଭ କରିଛନ୍ତି।
ତେବେ ୩ ଦଳର ସମସ୍ତ ପ୍ରଚେଷ୍ଟା ସ୍ଵତ୍ତ୍ୱେ, ଜନାଦେଶ କାହା ସପକ୍ଷରେ ଯାଉଛି, ବା କାହା ନେତୃତ୍ୱ ଉପରେ ଜନତା ଅଧିକ ଭରଷା କରୁଛନ୍ତି, ତାହା ଆସନ୍ତାକାଲି ହିଁ ସ୍ପଷ୍ଟ ହେବ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031