Indus Valley Times

କୁଟାସିଂହାର ମା ଅଭୟା କାଳୀ ଙ୍କ ପୂଜା ଆରମ୍ଭ,୭ ଦିନ ଧରି ପୂଜା ହେବ

 Breaking News

କୁଟାସିଂହାର ମା ଅଭୟା କାଳୀ ଙ୍କ ପୂଜା ଆରମ୍ଭ,୭ ଦିନ ଧରି ପୂଜା ହେବ

କୁଟାସିଂହାର ମା ଅଭୟା କାଳୀ ଙ୍କ ପୂଜା ଆରମ୍ଭ,୭ ଦିନ ଧରି ପୂଜା ହେବ
June 04
22:07 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୪/୬ : ବଲାଙ୍ଗୀର ଜିଲ୍ଲା ଆଗଲପୁର (ଡୁଡୁକା )ବ୍ଲକ କୁଟାସିଂହା ଅଧିଷ୍ଠାତ୍ରୀ ଦେବୀ ମା ଅଭୟାକାଲି ଙ୍କ ବାର୍ଷିକ ଆଞ୍ଚଳିକ (ଛତର ) ଯାତ୍ରା ଉତ୍ସବ ଆରମ୍ଭ ହୋଇଛି ।
ଗାଁ ଗୌନ୍ତିଆ ରାଜିନ ପାତ୍ର ଙ୍କ ପୌରହିତ୍ୟ ରେ ୭ ଦିନ ଧରି ହେବାକୁଥିବା ଏହି ପୂଜନ ଉତ୍ସବ ରେ ଝାଙ୍କର(ଦେହୁରୀ )ଶ୍ରୀହରୀ ଭୁଏ,ପିତାମ୍ବର ନାଗ,ନାଥୁଲାଲ ବାଗ, ଗରୁଡ଼ ସା,ଲେକୃ ସାହୁ,ବାଲି ବାଘ,ଜଗବନ୍ଧୁ ଭୋଇ ଛତର ଯାତ୍ରା ଓ ଅଖଣ୍ଡଦୀପ ଦାୟିତ୍ୱ ତୁଲାଉଛନ୍ତି।
ମୁଖ୍ୟ ପୂଜକ ଆର୍ତ୍ତତ୍ରାଣ ପୁରୋହିତ ଓ ସହଯୋଗୀ ଶତ୍ରୁଘନ ପୁରୋହିତ ପୂଜାକାର‌୍ୟ୍ୟ ନିଷ୍ଟା ର ସହିତ ସମ୍ପାଦନ କରୁଛନ୍ତି।
ଏହି ଅବସରରେ ପ୍ରତ୍ୟହ ମା ଅଭୟା କାଳୀଙ୍କ ନାମରେ ଭଜନ କୀର୍ତ୍ତନ ୭ ଦିନ ଧରି ସନ୍ଧ୍ୟା ଆଳତି ସହିତ ଗ୍ରାମର ଚାରି ଦିଗରେ ପୂଜା ଓ ଆଳତି ହେବା ସହିତ ବିଭିନ୍ନ ଜିଲ୍ଲାର ଲୋକନୃତ୍ୟ ଓ ସଂସ୍କୃତିକ କାର୍ଯ୍ୟକ୍ରମ ଅଯୋଜନ କରାଯାଇଛି।
ମୁଖ୍ୟ ଆକର୍ଷଣରେ କଂସ ଦରବାର ଓ ମିନାବଜାର ମୁଖ୍ୟ ଆକର୍ଷଣ ହେବବୋଲି କମିଟି ସୂତ୍ରରୁ ପ୍ରକାଶ।ଯାତ୍ରା କମିଟି ମୁଖ୍ୟ ପୂର୍ବତନ ସରପଞ୍ଚ ଗୋବର୍ଧନ ସାହୁ ଓ ପ୍ରଦୀପ ପାତ୍ର ରହିଥିବା ବେଳେ ଗ୍ରାମର ଯୁବଗୋଷ୍ଠୀ ବିଭିନ୍ନ ଦାୟିତ୍ୱରେ ରହିଛନ୍ତି।ଏହି ଯାତ୍ରାକୁ ସଫଳ କରିବା ପାଇଁ ଯାତ୍ରା କମିଟି ଓ ଗ୍ରାମବାସୀ ଙ୍କ ପକ୍ଷରୁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031