Indus Valley Times

କୁମ୍ଭାରୀଗାଁକୁ ସଂଯୋଗ କରୁଥିବା ରାସ୍ତା ପାଲଟିଛି ମରଣ ଯନ୍ତା : କାହାକୁ କହିବା ଶୁଣିବ କିଏ, ଚିନ୍ତାରେ ଅଞ୍ଚଳବାସୀ

 Breaking News

କୁମ୍ଭାରୀଗାଁକୁ ସଂଯୋଗ କରୁଥିବା ରାସ୍ତା ପାଲଟିଛି ମରଣ ଯନ୍ତା : କାହାକୁ କହିବା ଶୁଣିବ କିଏ, ଚିନ୍ତାରେ ଅଞ୍ଚଳବାସୀ

କୁମ୍ଭାରୀଗାଁକୁ ସଂଯୋଗ କରୁଥିବା ରାସ୍ତା ପାଲଟିଛି ମରଣ ଯନ୍ତା : କାହାକୁ କହିବା ଶୁଣିବ କିଏ, ଚିନ୍ତାରେ ଅଞ୍ଚଳବାସୀ
September 28
20:07 2025

ଅରୁଣ ସାହୁଙ୍କ ରିପୋର୍ଟ
କନ୍ଧମାଳ, ୨୮/୯ : ଦିନେ କି ଦୁଇ ଦିନ ନୁହଁ ବର୍ଷ ବର୍ଷ ଧରି ପଞ୍ଚାୟତ ମୁଖ୍ୟାଳୟ କୁ ଯିବାପାଇଁ ସବୁଦିନିଆ ରାସ୍ତା ଟିଏ ନାହିଁ ଏନେଇ ଅଞ୍ଚଳବାସୀ ଦୀର୍ଘ ଦିନ ଧରି ଦାବି କରିଆସୁଥିଲେ ମଧ୍ୟ ତାଙ୍କ ଗୁହାରି କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ଏବେ ଗାଁ ରେ ଘନ ଘନ ବୈଠକ କରାଯାଇ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ହାଇବାକୁ ଅଞ୍ଚଳବାସୀ ଅଣ୍ଟା ଭିଡ଼ିଲେଣି ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ର ଦୁର୍ଗମ ପଞ୍ଚାୟତ କୁମ୍ଭାରୀଗାଁ କ୍ଷେତ୍ର ରେ ଜିଲ୍ଲାପ୍ରଶାସନ ପକ୍ଷରୁ ଅହେତୁକ ଅବହେଳା କରାଯାଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତିଜ୍ଝ ରାସ୍ତାର ଦୁରବସ୍ଥା ପାଇଁ ଅଞ୍ଚଳବାସୀଙ୍କୁ
ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡୁଛି ବିଶେଷ କରି ଏବେ ନିୟମିତ ବର୍ଷା ଯୋଗୁଁ ବର୍ଷା ରାସ୍ତା ସାରା କାଦୁଅ ପଚ ପଚ ନା ଗାଡିମୋଟର ରେ ଯାତାୟାତ କରିହେଉଛି ନା ପାଦ ରେ ଚାଲିକି ଯିବା ସମ୍ଭବ ହେଉଛି ବୋଲି ଉଦବେଗ ପ୍ରକାଶ କରୁଛନ୍ତି ଅଞ୍ଚକବାସୀ ।
ଭୋଟ ବେଳେ ନେତା ମାନେ ପୁଳା ପୁଳା ପ୍ରତିଶୃତି ଭୋଟ ପରେ କାହାର ଦେଖା ମିଳୁନଥିବା ଅଭିଯୋଗ ହୋଇଛି ।
ଲୋକଙ୍କୁ ସାଧାରଣ ବଣ୍ଟନ ଚାଉଳ ଓ ଅନ୍ୟ ସାମଗ୍ରୀ ଆଣିବାକୁ ସମସ୍ୟା ହେଉଛି ସେହିପରି ପଞ୍ଚାୟତ କାର୍ଯ୍ୟାଳୟ କୁ ସାଧାରଣ ବଣ୍ଟନ ସାମଗ୍ରୀ ନେଇ ଆସୁଥିବା ଭାଟିଯାନ କାଦୁଅ ରେ ଫସି ଯାଉଥିବା କୁହାଯାଉଛିଜ୍ଝ ଶୀଘ୍ର ଉକ୍ତ ରାସ୍ତା କୁ ପକ୍କା ରାସ୍ତା କରାଯିବାକୁ ଅଞ୍ଚକବାସୀ ଦାବି କରିଛନ୍ତି ।
ସରକାରୀ ବିଦ୍ୟାଳୟ ରେ ଜମି ମାଲିକ ତାଲା ପକାଇବା ଘଟଣା :ଖବର ପ୍ରକାଶିତ ପରେ ପ୍ରଶାସନ ପହଞ୍ଚି କଲା ସମାଧାନ,ପରେ ଖୋଲିଲା ତାଲା
କନ୍ଧମାଳ, ୨୮ /୯ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲି ପଞ୍ଚାୟତ କିସୁବାଡ଼ି ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଜମି ମାଲିକ ତାଲା ପକାଇବା ଘଟଣା ଖବର ପ୍ରକାଶିତ ପରେ ତହସିଲଦାର ଧୀରୋଜ ପାତ୍ର ପହଞ୍ଚି ସମସ୍ୟାର ଆଶୁ ସମାଧାନ କରିଛନ୍ତି ।
ଜମି ମାଲିକ ସନମାଳୀ ପ୍ରଧାନଙ୍କ ସହ ଆଲୋଚନା କରିବା ସହ ନୂତନ ବିଦ୍ୟାଳୟ ହେବା ପର୍ଯ୍ୟନ୍ତ ବିଦ୍ୟାଳୟ ର ତାଲା ଖୋଲିଦେବାକୁ ନିବେଦନ କରିଥିଲେ ଏଥିରେ ଜମି ମାଲିକ ୨ ମାସ ମଧ୍ୟରେ ନୂତନ ବିଦ୍ୟାଳୟ କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ ନକଲେ ପୁଣି ତାଲା ପକାଇଦେବି ବୋଲି ଜମି ମାଲିକ ତହସିଲଦାର ଙ୍କୁ ଚେତାବନି ଦେଇଥିଲେ ।
ଏଥିରେ ତହସିଲଦାର ସହମତି ପ୍ରକାଶ କରିବା ପରେ ବିଦ୍ୟାଳୟକୁ ତାଲା ପକାଯାଇଥିବା ମୁଖ୍ୟ ଫାଟକ ସମେତ ଶ୍ରେଣୀ କୋଠା ର ତାଲା କୁ ଜମି ମାଲିକ ଖୋଲି ଦେଇଛନ୍ତି ।
ଏହି ତାଲା ଖୋଲିବା ସମୟରେ ତହସିଲଦାର ଧୀରୋଜ ପାତ୍ର, ରାଜସ୍ୱ ନିରୀକ୍ଷକ ସୁବ୍ରତ ମଲିକ, ସିଆରସିସି ଅଜିତ ବେହେରଦଳାଇ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହେଶ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରକାଶ ଯେ ସନମାଳୀ ପ୍ରଧାନଙ୍କ ନାମରେ ଜମି ପଟ୍ଟା ରହିଥିବା ବେଳେ ଦୀର୍ଘ ବର୍ଷ ହେଲା ଉକ୍ତ ଜମିରେ ସରକାର ଏକ ପ୍ରାଥମିକ ବିଦ୍ୟାଳୟ ଖୋଲିବା ସହ ପ୍ରଥମରୁ ପଞ୍ଚମ ପିଲାଙ୍କୁ ଶିକ୍ଷାଦାନ କରାଯାଉଥିଲା ।
ଏନେଇ ଜମି ମାଲିକ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେବା ସହ ସ୍ୱତନ୍ତ୍ର କୋର୍ଟରେ ଅଭିଯୋଗ କରିଥିଲେ ଗତ ଅକ୍ଟୋବର ରେ ତାଙ୍କ ଜମି ଫେରେଇଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଶିକ୍ଷା ବିଭାଗ ର ଅବହେଳା ଯୋଗୁଁ ପ୍ରକୃତ ଜମି ମାଲିକ ତାଙ୍କ ଜମି ଫେରି ପାଇନଥିଲେ ସେ ଶୁକ୍ରବାର ବିଈଓଙ୍କ ନିକଟକୁ ତାଲା ପକାଇବାକୁ ଏକ ଚିଠି କରିବା ସହ ଶନିବାର ସକାଳୁଆ ବିଦ୍ୟାଳୟ ଚାଲିଥିବା ବେଳେ ଜମି ମାଲିକ ପହଞ୍ଚି ବିଦ୍ୟାଳୟ ରୁ ଛାତ୍ରୀଛାତ୍ର, ଶିକ୍ଷକଙ୍କୁ ବାହାରକୁ ବାହାର କରି ତାଲା ପକାଇଦେଇଥିଲେ ।
ଏନେଇ ତହସିଲଦାର କହିଛନ୍ତି ଯେ ନୂତନ ବିଦ୍ୟାଳୟ ନିର୍ମାଣ ପାଇଁ ଜମି ଚି଼ହ୍ନଟ କରାଯାଇଛି ।
ଦାରିଙ୍ଗବାଡିରେ ଭାଜପା ପକ୍ଷରୁ ସେବାପକ୍ଷ ରକ୍ତଦାନ ଶିବିରରେ ୬୨ ୟୁନିଟ ରକ୍ତ ସଂଗ୍ରହ
କନ୍ଧମାଳ, ୨୮/୯: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ସ୍ୱାସ୍ଥ୍ୟକେନ୍ଦ୍ର ପରିସର ମଧ୍ୟରେ ଭାଜପା ପକ୍ଷରୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ସେବାପକ୍ଷ ପାଳନ କରାଯାଇଛି ।
ଏହି ଅବସରରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ଭାଜପାର ଜିଲ୍ଲା ସଭାପତି ପଣ୍ଡିତ ବିଶିମାଝି ମୁଖ୍ୟ ଅତିଥିଭାବେ ଯୋଗଦେଇ ସେବାପକ୍ଷ ର ଉଦ୍ଦେଶ୍ୟ ଏବଂ ଜିଲ୍ଲାରେ ରକ୍ତର ଅଭାବ ପୁରଣ କରିବା ପାଇଁ ଏହି ରକ୍ତଦାନ ଶିବିରର ଆୟୋଜନ କରାଯାଇଥିବା କୁହାଯାଇଥିଲା ।
ଏହି ଶିବିରରେ ମୋଟ ୬୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ସ୍ବେଛାକୃତ ଭାବେ ଲୋକମାନେ ଶିବିରରେ ପହଞ୍ଚି ରକ୍ତଦାନ କରିଥିବା ଜଣାପଡିଛି ।
ଭାଜପାର ମଣ୍ଡଳ ସଭାପତି ମିଟୁ ସାହୁ ଙ୍କ ତତ୍ୱାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା ତହସିଲଦାର ଧୀରୋଜ ପାତ୍ର, ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ର ଇନଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ, ଦାରିଙ୍ଗବାଡି ସରପଞ୍ଚ ଚନ୍ଦ୍ରିକା ମଲିକ, ବିପିଏମ ଶାନ୍ତନୁ କୁମାର ସାହୁ,ପ୍ରମୁଖ ଉକ୍ତ ଶିବିରରେ ପହଞ୍ଚି ରକ୍ତଦାନ କରୁଥିବା ବ୍ୟକ୍ତିଙ୍କୁ ଉତ୍ସାହିତ କରିଥିଲେ । ଭାଲୁ ସାହୁ, ରଞ୍ଜନ ସାହୁଙ୍କ ସମେତ ବହୁ କର୍ମକର୍ତ୍ତା ଏହି ଶିବିର ପରିଚାଳନା ରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930