Indus Valley Times

କୁହୁଡି ପାଇଁ ଦେଖାଗଲାନି ରାସ୍ତା, ଟ୍ରକକୁ ପିଟିଲା ବରଯାତ୍ରୀ ବସ୍

 Breaking News

କୁହୁଡି ପାଇଁ ଦେଖାଗଲାନି ରାସ୍ତା, ଟ୍ରକକୁ ପିଟିଲା ବରଯାତ୍ରୀ ବସ୍

କୁହୁଡି ପାଇଁ ଦେଖାଗଲାନି ରାସ୍ତା, ଟ୍ରକକୁ ପିଟିଲା ବରଯାତ୍ରୀ ବସ୍
February 03
10:00 2024

ମୟୂରଭଞ୍ଜ, ୩/୨ : ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଲା ବରଯାତ୍ରୀ ବସ୍। ଦୁର୍ଘଟଣାରେ ୧୦ରୁ ଅଧିକ ବରଯାତ୍ରୀ ଆହତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ତାଟ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ଆଜି ଭୋର ୪ଟାରେ ବାରଯାତ୍ରୀମାନେ ଏକ ବସ୍ ଯୋଗେ ଜାମସେଦପୁରରୁ ଏକ ବିବାହ କାର‌୍ୟ୍ୟରେ ଯୋଗଦେଇ ଯାଜପୁରକୁ ଫେରୁଥିଲେ। ଏହି ସମୟରେ ତାଟ ଛକ ନିକଟରେ ଏକ ଟ୍ରକ ରାସ୍ତାକଡ଼ରେ ଠିଆ ହୋଇଥିଲା। ବସ୍ଟି ଭାରସାମ୍ୟ ହରାଇ ଟ୍ରକକୁ ପଛରୁ ଧକ୍କା ଦେଇଥିଲା।
ଦୁର୍ଘଟଣାରେ ୧୦ରୁ ଅଧିକ ବରଯାତ୍ରୀ ଆହତ ହୋଇଥିଲେ। ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବସ୍ରେ ୪୧ ଜଣ ବରଯାତ୍ରୀ ଥିଲେ। ପୁଲିସ ବସ୍କୁ ଜବତ କରି ଘଟଣାର ତଦନ୍ତ କରୁଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031