Legatus

କୁହୁଡି ହେଲା କାଳ, ଡିଭାଇଡରରେ ପିଟି ହେଲା ଯାତ୍ରୀବାହୀ ବସ୍

 Breaking News

କୁହୁଡି ହେଲା କାଳ, ଡିଭାଇଡରରେ ପିଟି ହେଲା ଯାତ୍ରୀବାହୀ ବସ୍

February 01
11:41 2024

କଟକ, ୧/୨ : ଡିଭାଇଡରରେ ପିଟି ହୋଇ ରାସ୍ତା ଉପରେ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍। ଦୁର୍ଘଟଣାରେ ୨୧ ଜଣ ଆହତ ହୋଇଛନ୍ତି। କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ନୂଆପାଟଣା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି।
ଆହତଯାତ୍ରୀଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ଥିବା ଜଣାଯାଇଛି। ସମସ୍ତ ଆହତ ଯାତ୍ରୀ ଦେବଗଡ଼ ଅଞ୍ଚଳର।
ଗତକାଲି ଲକ୍ଷ୍ମୀ ନାମକ ଯାତ୍ରୀବାହୀ ବସ୍ଟି ୪୦ ଜଣ ଯାତ୍ରୀଙ୍କୁ ନେଇ ଦେବଗଡ଼ରୁ ଭୁବନେଶ୍ୱର ଅଭିମୁଖେ ଆସୁଥଲା। ରାତି ପ୍ରାୟ ୩ଟା ସମୟରେ ବସଟି ଡିଭାଇଡରରେ ପିଟି ହୋଇ ରାସ୍ତା ଉପରେ ଓଲଟି ପଡ଼ିଥିଲା।
ଦୁର୍ଘଟଣାରେ ୨୧ଜଣ ଯାତ୍ରୀ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଘନ କୁହୁଡି ଯୋଗୁ ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ବୋଲି କୁହାଯାଇଛି। ପୁଲିସ ଗାଡ଼ିକୁ ଜବତ ଘଟଣାର ତଦନ୍ତ କରୁଛି।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930