Indus Valley Times

କେଜିରୁ ପିଜି ମାଗଣା ଶିକ୍ଷା କାର୍ଯ୍ୟକାରୀ, ନାମ ଲେଖାଇଥିବା ପିଲାଙ୍କ ଫେରସ୍ତ ହେବ ଫି;ସାମ୍‌ସ ପୋର୍ଟାଲରୁ ହଟିବ ଫି’ ବ୍ୟବସ୍ଥା

 Breaking News

କେଜିରୁ ପିଜି ମାଗଣା ଶିକ୍ଷା କାର୍ଯ୍ୟକାରୀ, ନାମ ଲେଖାଇଥିବା ପିଲାଙ୍କ ଫେରସ୍ତ ହେବ ଫି;ସାମ୍‌ସ ପୋର୍ଟାଲରୁ ହଟିବ ଫି’ ବ୍ୟବସ୍ଥା

କେଜିରୁ ପିଜି ମାଗଣା ଶିକ୍ଷା କାର୍ଯ୍ୟକାରୀ, ନାମ ଲେଖାଇଥିବା ପିଲାଙ୍କ ଫେରସ୍ତ ହେବ ଫି;ସାମ୍‌ସ ପୋର୍ଟାଲରୁ ହଟିବ ଫି’ ବ୍ୟବସ୍ଥା
July 09
10:54 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ଭୁବନେଶ୍ୱର,୯/୭ : ଗତ ୧ ତାରିଖରେ କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ କ୍ୟାବିନେଟ ଅନୁମୋଦିତ ହୋଇଥିଲା।
ଆଉ ଏବେ ବିଧିବଦ୍ଧ ଭାବେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଓ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏହାକୁ କାର୍ଯ୍ୟକାରୀକରାଯାଇଛି।
ବର୍ତ୍ତମାନ ନାମଲେଖା ପର୍ବ ଚାଲିଥିବା ବେଳେ ଯୁକ୍ତ ଦୁଇରେ ନାମଲେଖା ଫି\’କୁ ସଂପୂର୍ଣ ଭାବେ ମାଗଣା କରାଯାଇଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି। ଯୁକ୍ତ ତିନି ତଥା ସ୍ନାତକ ଏବଂ ସ୍ନାତକୋତ୍ତର (ପିଜି)ରେ ନାମଲେଖା ପାଇଁ ମଧ୍ୟ କୌଣସି ଫି’ ନିଆଯିବ ନାହିଁ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଏମିତି ସ୍ନାତକରେ ଚଳିତ ଶିକ୍ଷା ବର୍ଷ ପାଇଁ ପ୍ରଥମ ପର‌୍ୟ୍ୟାୟରେ ନାମ ଲେଖାଇଥିବା ଛାତ୍ର ଛାତ୍ରୀଙ୍କ ନାମଲେଖା ଫି\’କୁ ମଧ୍ୟ ଫେରସ୍ତ କରାଯିବ ।
ବୁଧବାର ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରଥମ ମେଧା ତାଲିକା ପ୍ରକାଶ ପାଇଛି । ଏଥିରେ ଚୟନ ହୋଇଥିବା ଛାତ୍ର ଛାତ୍ରୀଙ୍କ ଠାରୁ କୌଣସି ନାମଲେଖା ଫି’ ଗ୍ରହଣ କରାଯିବ ନାହିଁ। ଗଣଶିକ୍ଷା ବିଭାଗ ପକ୍ଷରୁ ଉଚ୍ଚ ଚଳିତବର୍ଷ ନାମ ଲେଖାଇ ଥିବା ପିଲାଙ୍କୁ ଫେରସ୍ତ ହେବ ଫି’ ।
ଗଣଶିକ୍ଷା ବିଭାଗ ପକ୍ଷରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ହୋଇଥିବା ଚିଠିରେ ଉଲ୍ଲେଖ କରାଯାଇଛି । ଗଣଶିକ୍ଷା ବିଭାଗରେ ଚଳିତ ଶିକ୍ଷାବର୍ଷ (୨୦୨୬-୨୭) ରୁ ‘ଜ୍ଞାନୋଦୟ- ଶିକ୍ଷାରୁ ସମୃଦ୍ଧି ଯୋଜନାକୁ କାର‌୍ୟ୍ୟ କାରୀ କରାଗଲା। ସମସ୍ତ ସରକାରୀ, ପୂର୍ଣ୍ଣ ଅନୁଦାନପ୍ରାପ୍ତ ଓ ନୂତନ ଅନୁଦାନପ୍ରାପ୍ତ ହାଇସ୍କୁଲରେ ନାମଲେଖା ପାଇଁ କୌଣସି ଫି ନିଆଯିବ ନାହିଁ। ସେହିପରି ସରକାରୀ ଓ ଅନୁଦାନପ୍ରାପ୍ତ (୪୪୮ ଓ ୬୬୨) ଉଚ୍ଚ ମାଧ୍ୟମିକ ସ୍କୁଲ ଅର୍ଥାତ୍ ଯୁକ୍ତ ଦୁଇ କଲେଜରେ ନାମଲେଖା ପାଇଁ କୌଣସି ଫି ଗ୍ରହଣ କରାଯିବ ନାହିଁ ।
ସେହିପରି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଯୁକ୍ତ ତିନି ପାଇଁ ସଂଶୋଧିତ ସମୟ ସାରଣୀ ବିଜ୍ଞପ୍ତିରେ କୁହାଯାଇଛି, ନିୟମିତ କୋର୍ସରେ ନାମ ଲେଖାଇଲେ କୌଣସି ନାମଲେଖା ଫି\’ ନିଆଯିବ ନାହିଁ ।
ମାତ୍ର ସେଲ୍ଫ ଫାଇନାନ୍ସରେ ନାମ ଲେଖାଇଲେ ଏହାର ଫି ଛାତ୍ର ଛାତ୍ରୀ ପ୍ରଦାନ କରିବେ । ସରକାରୀ କଲେଜ, ବିଶ୍ୱବିଦ୍ୟାଳୟ, ସରକାରୀ ଅନୁଦାନପ୍ରାପ୍ତ କଲେଜରେ ନାମ ଲେଖାଇଲେ ଫି ସଂପୂର୍ଣ ଛାଡ଼ କରାଯିବ।
ଏପରିକି ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ନାମଲେଖା ଫି ଫେରସ୍ତ କରାଯିବ। ସେଲ୍ଫ ଫାଇନାନ୍ସ, ଅଣ ଅନୁଦାନପ୍ରାପ୍ତ, ପିପିପି ମୋଡ୍ରେ ପରିଚାଳିତ ଅନୁଷ୍ଠାନ ଓ ପାଠ୍ୟକ୍ରମ ତଥା ବୃଭିଗତ ଓ ବୈଷୟିକ ପାଠ୍ୟକ୍ରମକୁ ଏହି ଯୋଜନାରେ ସାମିଲ କରାଯାଇନାହିଁ । ଏହି ଯୋଜନାରେ ପ୍ରଥମ ବର୍ଷରେ ୮୯୫.୫୭କୋଟି ଟଙ୍କା ଓ ପାଞ୍ଚ ବର୍ଷରେ ୫,୪୬୭.୫୫ କୋଟି ଟଙ୍କା ବ୍ୟୟକୁ କ୍ୟାବିନେଟ୍ରେ ଅନୁମୋଦନ ମିଳିଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031