Indus Valley Times

କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାଶଓ୍ଵାନଙ୍କ ଦେହାନ୍ତ

 Breaking News

କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାଶଓ୍ଵାନଙ୍କ ଦେହାନ୍ତ

October 08
21:34 2020

ନୂଆଦିଲ୍ଲୀ,୮/୧୦ : କେନ୍ଦ୍ର ଖାଦ୍ୟ, ଖାଉଟି ବ୍ୟାପାର ଓ ସାଧାରଣ ବଣ୍ଟନ ମନ୍ତ୍ରୀ ତଥା ଲୋକଜନଶକ୍ତି ପାର୍ଟି ନେତା ରାମ ବିଳାସ ପାଶଓ୍ଵାନଙ୍କ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା । ତାଙ୍କର ମୃତ୍ୟୁସଂପର୍କରେ ତାଙ୍କ ପୁଅ ଚିରାଗ ପାଶଓ୍ଵାନ ଟ୍ଵିଟ କରି ସୂଚନା ଦେଇଛନ୍ତି ।
କିଛି ସମୟ ପୂର୍ବେ ଚିରାଗ ଜଣାଇଥିଲେ ଯେ ତାଙ୍କ ବାପା ଗତ କିଛି ଦିନ ହେଲା ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ । କିନ୍ତୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଗତ ଶନିବାରଦିନ ତାଙ୍କର ହାର୍ଟ ସର୍ଜରୀ ହୋଇଥିଲା ।
ଉଭୟ ଏନଡିଏ ଏବଂ ୟୁପିଏ ସରକାରରେ ମନ୍ତ୍ରୀ ଭାବେ କାର‌୍ୟ୍ୟ କରିଚଛନ୍ତି। ଏଲଜେପିର ପ୍ରତିଷ୍ଠାତା ଥିଲେ ରାମ ବିଳାସ। ୧୯୯୬-୧୯୯୮ ବର୍ଷ ମଧ୍ୟରେ ସେ ରେଳ ମନ୍ତ୍ରୀ ମଧ୍ୟ ଥିଲେ। ସେ କେନ୍ଦ୍ର ଖାଉଟି ଓ କଲ୍ୟାଣ ମନ୍ତ୍ରୀ ଥିଲେ। ସେ ବିହାରର ହାଜିପୁର ସଂସଦୀୟ କ୍ଷେତ୍ରରେ ସାସଂଦ ଥିଲେ। ବିହାରର ଖଗାରିଆ ଜିଲ୍ଲାରେ ତାଙ୍କର ଜନ୍ମ। ୧୯୪୬ ମସିହାରେ ସେ ଦଳିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ସେ ବିହାରର ଡିଏସ୍ପି ଥିଲେ। ଚାକିରି ସରିବା ପରେ ନିର୍ବାଚନରେ ମୈଦାନରେ ପାଦ ଥାପି ଥିଲେ। ସେ ଲୋକସଭାକୁ ୮ ଥର ଏବଂ ରାଜ୍ୟସଭାକୁ ଥରେ ମାତ୍ର ନିର୍ବାଚିତ ହୋଇଥିଲେ।ରାମ ବିଲାଶ ପାଶ୍ୱାନ ଦୀର୍ଘ ୫ ଦଶନ୍ଧି ଧରି ଭାରତୀୟ ରାଜନୀତିରେ ସକ୍ରିୟ ରହିଥିଲେ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930