Indus Valley Times

କେନ୍ଦ୍ର କ୍ୟାବିନେଟ ବୈଠକରେ ୧୬୯ଟି ସହରରେ ଇଲେକ୍ଟ୍ରିକ ବସ ସହ ବିଶ୍ୱକର୍ମା ଯୋଜନାକୁ ମଞ୍ଜୁରୀ

 Breaking News

କେନ୍ଦ୍ର କ୍ୟାବିନେଟ ବୈଠକରେ ୧୬୯ଟି ସହରରେ ଇଲେକ୍ଟ୍ରିକ ବସ ସହ ବିଶ୍ୱକର୍ମା ଯୋଜନାକୁ ମଞ୍ଜୁରୀ

କେନ୍ଦ୍ର କ୍ୟାବିନେଟ ବୈଠକରେ ୧୬୯ଟି ସହରରେ ଇଲେକ୍ଟ୍ରିକ ବସ ସହ ବିଶ୍ୱକର୍ମା ଯୋଜନାକୁ ମଞ୍ଜୁରୀ
August 16
19:02 2023

ନୂଆଦିଲ୍ଲୀ,୧୬/୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ମଞ୍ଜୁରୀ ଦିଆଯାଇଛି ଜ୍ଝ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଇ-ବସ୍ ସେବାକୁ ଅନୁମୋଦନ କରାଯାଇଛି। ଏଥିପାଇଁ ୫୭,୬୧୩ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି।
ସାରା ଦେଶରେ ପ୍ରାୟ ୧୦୦୦୦ ନୂତନ ଇଲେକ୍ଟ୍ରିକ୍ ବସ୍ ଉପଲବ୍ଧ ହେବ । ୫୭,୬୧୩ କୋଟି ଟଙ୍କା ମଧ୍ୟରୁ ୨୦,୦୦୦ କୋଟି ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରିବେ। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ଏହି ଯୋଜନାରେ ୩ ଲକ୍ଷ ଏବଂ ତଦୁର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ସହରଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯିବ।
ଏହି ଯୋଜନା ଅଧୀନରେ ପବ୍ଲିକ୍ ପ୍ରାଇଭେଟ ପାର୍ଟନରସିପ୍ (ପିପିପି) ମଡେଲରେ ୧୦୦୦୦ ଇ-ବସ୍ ସହିତ ସିଟି ବସ୍ ଚଳାଯିବ । ପାଖାପାଖି ୧୬୯ଟି ସହରରେ ଇଲେକ୍ଟ୍ରିକ ବସ ଚାଲିବାକୁ ଥିବାବେଳେ ଏହି ଯୋଜନାରେ ୧୦ ବର୍ଷ ପାଇଁ ବସ୍ ଚଳାଚଳ କରିବ ଜ୍ଝକୌଳିକ ବୃତ୍ତିଗତ ବ୍ୟବସାୟୀଙ୍କ ଉନ୍ନତି ପାଇଁ ଆସିବାକୁ ଥିବା \’ବିଶ୍ୱକର୍ମ ଯୋଜନା\’କୁ ଆଜି କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଯୋଜନା ଅଧୀନରେ ବୃତ୍ତିଗତ ବ୍ୟବସାୟୀଙ୍କୁ ସର୍ବାଧିକ ୫% ସୁଧରେ ୧ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯିବ। ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧନ କରି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱକର୍ମା ଯୋଜନା ଲାଗୁ କରାଯିବ ବୋଲି କହିଥିଲେ।
ସେ ଘୋଷଣା କରିବା ପରେ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିଥିଲେ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାକୁ ମଞ୍ଜୁରୀ ମିଳିଛି। ଆସନ୍ତା ବିଶ୍ୱକର୍ମା ଜୟନ୍ତୀଠାରୁ \’ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା\’ ଆରମ୍ଭ ହେବ। ଏହି ଯୋଜନା ମାଧ୍ୟମରେ କୌଳିକ ବୃତ୍ତିକୁ ବାଛିଥିବା ଲୋକଙ୍କୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ।
ସୁନା କାରିଗର, କମାର, ବାରିକ, ମୋଚୀ ଓ ଅନ୍ୟ କୌଳିକ ବୃତ୍ତିକୁ ପେଶା ଭାବେ ଗ୍ରହଣ କରୁଥିବା ଲୋକ ଏହି ଯୋଜନା ଅଧୀନରେ ରହିବେ। ସେମାନଙ୍କୁ ସରକାର ୫% ସୁଧରେ ୧ ଲକ୍ଷ ଟଙ୍କାର ଋଣ ଦେବେ। ଏହି ଯୋଜନା ପାଇଁ ୧୩ ହଜାର କୋଟିର ବ୍ୟୟ ଅଟକଳ କରାଯାଇଛି।
ଆଜିର କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, “ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ୩୦ ଲକ୍ଷ କୌଳିକ ବୃତ୍ତିଧାରୀ ଓ ସେମାନଙ୍କ ପରିବାରକୁ ଫାଇଦା ଦେବ। ଏହି ଯୋଜନା ଅଧୀନରେ ୫ ବର୍ଷ ପାଇଁ ୧୩ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।
ପ୍ରଥମ ଦଫାରେ ୧୮ଟି କୌଳିକ ବୃତ୍ତିଧାରୀ ଏହି ଯୋଜନାରେ ଲାଭବାନ ହେବେ। ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଅଧୀନରେ କୌଳିକ ବୃତ୍ତିଧାରୀଙ୍କୁ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ପ୍ରମାଣପତ୍ର, ପରିଚୟପତ୍ର, ପ୍ରଥମ ଦଫାରେ ୧ ଲକ୍ଷ ଟଙ୍କା ଓ ଦ୍ୱିତୀୟ ଦଫାରେ ୨ ଲକ୍ଷ ଟଙ୍କାର ଋଣ ଦିଆଯିବ।
ଏଥିପାଇଁ ମାତ୍ର ୫% ସୁଧ ଦେବାକୁ ହେବ। ଏହି ଯୋଜନାରେ ଦକ୍ଷତାର ବିକାଶ, ଟୁଲକିଟ ଇନସେନଟିଭ, ଡିଜିଟାଲ ନେଣଦେଣ ପାଇଁ ଇନସେନଟିଭ ଓ ମାର୍କେଟିଂ ସହାୟତା ମଧ୍ୟ ପ୍ରଦାନ କରାଯିବ।”
ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାରେ ବଢ଼େଇ, ବୁଣାକାର, ଡଙ୍ଗା ତିଆରି କରୁଥିବା ଲୋକ, ଲୁହା କାରିଗର, ସୁନା କାରିଗର, ତାଲା ତିଆରି କରୁଥିବା ଲୋକ, କୁମ୍ଭାର, ମୋଚୀ, ମୂର୍ତ୍ତିକାର ଓ ରାଜମିସ୍ତ୍ରୀ ପ୍ରମୁଖ ରହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031