Indus Valley Times

କେବୁଲ କାର ଦୁର୍ଘଟଣା: ଏବେବି ଫସିଛନ୍ତି ୧୫ଜଣ

 Breaking News

କେବୁଲ କାର ଦୁର୍ଘଟଣା: ଏବେବି ଫସିଛନ୍ତି ୧୫ଜଣ

କେବୁଲ କାର ଦୁର୍ଘଟଣା: ଏବେବି ଫସିଛନ୍ତି ୧୫ଜଣ
April 12
12:01 2022

ଦେଓଘର,୧୨/୪: ସୋମବାର ଦିନ ଦେଓଘରର ତ୍ରିକୂଟ ପର୍ବତରେ ଦୁଇଟି କେବୁଲ କାର ମଧ୍ୟରେ ଦୁର୍ଘଟଣା ଘଟିବା ଯୋଗୁ ୨ଜଣଙ୍କର ମୁତ୍ୟୁ ଘଟିଥିଲା ବେଳେ ୧୫ଜଣ ଏବେବି ଦୁର୍ଘଟଣା ଗ୍ରସ୍ତ କେବୁଲ କାରରେ ଫସିଛନ୍ତି । ୪୩ଜଣଙ୍କୁ ଉଦ୍ଧାର କରାଯାଇଛି । ଦୁର୍ଘଟଣା ପରେ ଥର ଥର କରି ପର‌୍ୟ୍ୟଟକଙ୍କୁ ସ୍ଥାନୀୟ ବାସିନ୍ଦା, ପ୍ରଶାସନ, ସେନା ଓ ଏନ୍ଡିଆର୍ଏଫ୍(ନ୍ୟାସନାଲ ଡିଜାଷ୍ଟର ରେସ୍ପନ୍ସ ଫୋର୍ସ) ଟିମ୍ ଉଦ୍ଧାର କରିଥିଲେ। ଘଟଣା ଘଟିବାର ୪୮ଘଣ୍ଟା ହୋଇଥିବା ବେଳେ ଆଜି ବି ଉଦ୍ଧାର କାର‌୍ୟ୍ୟ ଜାରି ରହିଛି। ସକାଳ ୭.୫୦ରେ ଉଦ୍ଧାରକାର‌୍ୟ୍ୟ ଆରମ୍ଭ ହୋଇଥିବା ବେଳେ ଏବେ ବି ୧୫ ଜଣ କେବୁଲ କାର ଭିତରେ ଫସି ରହିଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ଗତକାଲି ରାତି ହୋଇଯିବାରୁ ଉଦ୍ଧାରକାର‌୍ୟ୍ୟ ବନ୍ଦ ହୋଇଥିଲା। ଏହାପରେ ଫସିଥିବା ପର‌୍ୟ୍ୟଟଙ୍କ ପାଖକୁ ଡ୍ରୋନ୍ ସାହାଯ୍ୟରେ ସେମାନଙ୍କ ପାଖକୁ ଖାଦ୍ୟ ଓ ପାନୀୟ ପଠାଯାଇଥିଲା। ଆଜି ସକାଳ ୭.୫୦ରେ ପୁଣି ଥରେ ଫସି ରହିଥିବା ପର‌୍ୟ୍ୟଟଙ୍କୁ ଉଦ୍ଧାର କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲା ବାୟୁସେନା। ୧୫ଜଣଙ୍କ ମଧ୍ୟରୁ ପ୍ରଥମେ ୫ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସକାଳ ୮.୪୦ ଭିତରେ ଅନ୍ୟ ୨ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଏହା ପରେ ପରେ ୩ଜଣ ପର‌୍ୟ୍ୟଟକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ କେବୁଲ କାର ଭିତରେ ୫ଜଣ ଫସି ରହିଥିବା ଜଣାପଡ଼ିଛି। ତୁରନ୍ତ ସେମାନଙ୍କୁ ମଧ୍ୟ ଉଦ୍ଧାର କରାଯିବ ବୋଲି କହିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ।
ତେବେ ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇ ଦେଓଘର ସଦର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣାର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ି ନ ଥିଲେ ମଧ୍ୟ କୌଣସି ବୈଷୟିକ ତ୍ରୁଟି ଯୋଗୁ ଦୁର୍ଘଟଣା ଘଟିଲା ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031