Indus Valley Times

କେବେ ଦୂର ହେବ ମୁରିଆମ୍ବା ଆଦିବାସୀ ଲୋକମାନଙ୍କ ଦୁଃଖ

 Breaking News

କେବେ ଦୂର ହେବ ମୁରିଆମ୍ବା ଆଦିବାସୀ ଲୋକମାନଙ୍କ ଦୁଃଖ

October 17
19:37 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ନୂଆଗାଁ,୧୭/୧୦ : ରାଜ୍ୟସରକାରଙ୍କ ଦ୍ଵାରା ଆଦିବାସୀ ଲୋକମାନଙ୍କୁ ମୌଳିକ ସୁବିଧା ଯୋଗାଇଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ପ୍ରଶାସନ ର ଉଦାସୀନତା ଏବଂ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ଵ ହୀନତା ଯୋଗୁଁ ଆଦିବାସୀ ଲୋକମାନେ ଯାତାୟାତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏଭଳି ଏକ ସମସ୍ୟା ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଗୁମି ପଞ୍ଚାୟତ ଅଧିନରେ ଥିବା ଦୁଇ ଆଦିବାସୀ ଗ୍ରାମ ମୂରିଆମ୍ବା ଓ ନୂଆସାହି ରେ ବସ ବାସ କରୁଥିବା ଆଦିବାସୀ ଲୋକ ମାନଙ୍କ ଖେତ୍ରରେ ଦେଖିବାକୁ ମିଳିଛି। ମୁରିଆମ୍ବା ଓ ନୂଆସାହି ଦୁଇ ଆଦିବାସୀ ଗ୍ରାମ ରେ ୫୦ ଟି ପରିବାରରେ ୨୦୦ ରୁ ଉର୍ଦ୍ଧ୍ବ ଆଦିବାସୀ ଲୋକ ବସ ବାସ କରନ୍ତି। ଗ୍ରାମରୁ ପଞ୍ଚାୟତ କିମ୍ବା ଅନ୍ୟ କୌଣସି କାର‌୍ୟ୍ୟ ପାଇଁ ବାହାରକୁ ଯିବାକୁ ହେଲେ ବାଟରେ ପଡେ ଏକ ନଦୀ।ନଦୀ ରେ ଏକ ବ୍ରିଜ ଏ ପର‌୍ୟ୍ୟନ୍ତ ନ ହୋଇଥିବା ଯୋଗୁଁ ବର୍ଷାଦିନେ ଏହି ଦୁଇ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଯାଇଥାଏ। ନଦୀ ରେ ବ୍ରିଜ ହୋଇ ନଥିବା ଯୋଗୁଁ ଗ୍ରାମରେ ଆମ୍ବୁଲାନ୍ସ ପହଞ୍ଚି ପାରି ନ ଥାଏ ଯାହାଫଳରେ ଲୋକମାନେ ବିଭିନ୍ନ ରୋଗ ରେ ପୀଡ଼ିତ ହେଲେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷା ଦିନେ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ଗ୍ରାମ ଦୁଇଟି ରେ ବସ ବାସ କରୁଥିବା ଲୋକମାନେ ବାହ୍ୟଜଗତ ର ବାସ୍ନା ପାଇବାରୁ ବଞ୍ଚିତ ହେଉଛନ୍ତି। ଏହି ସମସ୍ୟା ଦୂରୀକରଣ ତୁରନ୍ତ କରାଯିବା ସହିତ ଏକ ବ୍ରିଜ ନିର୍ମାଣ ଯଥାଶୀଘ୍ର କରାଯିବା ପାଇଁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବୀ କରିଛନ୍ତି।ଏହି ଦୁଇ ଗ୍ରାମବାସୀ ଙ୍କ ଯାତାୟାତ ଏବଂ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ପ୍ରଶାସନ ର ତତ୍ପରତା ପ୍ରକାଶ ନ ପାଇବା ପରିତାପର ବିଷୟ ପାଲଟିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031