Indus Valley Times

କେବେ ଦୂର ହେବ ସାନଜିରି ଆଦିବାସୀ ଙ୍କ ଦୁଃଖ?

 Breaking News

କେବେ ଦୂର ହେବ ସାନଜିରି ଆଦିବାସୀ ଙ୍କ ଦୁଃଖ?

December 10
23:02 2020

When will the woes of Sanijari tribals be over?

By Puspalata Pradhan

ନୂଆଗାଁ: ରାଜ୍ୟସରକାରଙ୍କ ଦ୍ଵାରା ଆଦିବାସୀ ଲୋକମାନଙ୍କୁ ମୌଳିକ ସୁବିଧା ଯୋଗାଇଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ବିଭାଗୀୟ ଅଧିକାରୀ ମାନଙ୍କ  ଦାୟିତ୍ବହୀନତା ଯୋଗୁଁ ଆଦିବାସୀ ଲୋକମାନେ ମୌଳିକ ସୁବିଧା ରୁ ବଞ୍ଚିତ ହେଉଛନ୍ତି।

ଏଭଳି ଏକ ବାସ୍ତବ ଚିତ୍ର ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜାକେଡ଼ା  ପଞ୍ଚାୟତ ଅଧିନରେ ଥିବା ସାନ ଜିରି ଆଦିବାସୀ ଗ୍ରାମ ରେ ଦେଖିବାକୁ ମିଳିଛି। ବଣ ଜଙ୍ଗଲ ଘେରା ପ୍ରାକୃତିକ ପରିବେଶ ମଧ୍ୟରେ ପ୍ରାୟ ୨୫ ଟି ପରିବାରରେ ପ୍ରାୟ ୮୦ ଜଣ ଏହି ସାନଜିରି  ଆଦିବାସୀ ଗ୍ରାମରେ  ବାସ କରନ୍ତି।

ଗ୍ରାମକୁ ରାସ୍ତା ନଥିବାରୁ ଜଙ୍ଗଲିଆ ରାସ୍ତା ରେ ଲୋକମାନେ ଯାତାୟାତ କରନ୍ତି।ଇନ୍ଦିରା ଆବାସ ଓ ଭତା ପାଇବାରୁ ଲୋକମାନେ ବଞ୍ଚିତ ହେଉଛନ୍ତି।କରୋ ନା ମହାମାରୀ ଚାଲିଥିବାରୁ ଲୋକମାନେ ରୋଜଗାର ହରାଇ ଗ୍ରାମରେ ଥିବାବେଳେ ସ୍ତ୍ରୀ ଲୋକମାନେ ସାଳ ପତ୍ର ସଂଗ୍ରହ କରି ପରିବାର ପୋଷଣ କରୁଥିବା ଦେଖିବାକୁ ମିଳୁଛି।କିନ୍ତୁ କରୋ ନା ପାଇଁ ବ୍ୟବସାୟୀ ମାନେ ଖଲି  ନେବାପାଇଁ ଆସୁନଥିବା ରୁ ଅର୍ଥ ଉପାର୍ଜନ କରିବା କଷ୍ଟ ସାଧ୍ୟ ହୋଇପଡିଛି।ଭତା ଓ ରହିବା ପାଇଁ ଇନ୍ଦିରା ଆବାସ ନ ମିଳିବା ଯୋଗୁ ଆଦିବାସୀ ଙ୍କ ଜୀବନ ଦୟନୀୟ ହୋଇପଡିଛି। ଗ୍ରାମକୁ ଯାତାୟାତ ପାଇଁ ରାସ୍ତା ନଥିବାରୁ ଲଘୁଚାପ ଜନିତ ବର୍ଷା  ଯୋଗୁଁ ଲୋକମାନେ ଯାତାୟାତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

କାଦୁଆ ଖାଲ ଖମା ରେ ପରିପୂର୍ଣ୍ଣ ଜଙ୍ଗଲିଆ ରାସ୍ତା ଯୋଗୁଁ ଗ୍ରାମବାସୀ ଆମ୍ବୁଲାନ୍ସ ସେବା ରୁ ବଞ୍ଚିତ ହେଉଛନ୍ତି।ଲୋକମାନେ ରୋଗଗ୍ରସ୍ତ ହେଲେ ଡୋଳା ସାହାଯ୍ୟରେ ଜଙ୍ଗଲିଆ ରାସ୍ତା ଅତିକ୍ରମ କରୁଥିବା ଯୋଗୁଁ ରୋଗୀ ମାନଙ୍କ ଜୀବନ ବିପଦ ପୂର୍ଣ୍ଣ ରହୁଛି।ଗ୍ରାମକୁ ଏ ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଣ ର ବ୍ୟବସ୍ଥା କରାଯାଇନାହିଁ।

ଗ୍ରାମରେ ଥିବା ନଳକୂପ ଟି ରୁ ଲୋକ ମାନେ ସବୁ ସମୟରେ ପାନୀୟ ଜଳ ପାଇ ପାରୁନଥିବା ଯୋଗୁଁ ଖୋଲା କୂପ ଉପରେ ପାନୀୟ ଜଳ ପାଇଁ ନିର୍ଭର କରିଥାନ୍ତି।ଯାହା ଫଳରେ ଅଧିକାଂଶ ସମୟରେ ଦୂଷିତ ପାନୀୟ ଜଳ ବ୍ୟବହାର କରି ବିଭିନ୍ନ ରୋଗରେ ପୀଡିତ ହେଉଛନ୍ତି ।ଏହି ସମସ୍ୟା ପ୍ରତି  ଜିଲ୍ଲାପାଳ ସ୍ଵତନ୍ତ୍ର ଦୃଷ୍ଟି ଦେଇ ସମସ୍ୟା ର ସମାଧାନ କରିବା ପାଇଁ ଜନସାଧାରଣ ରେ ଦାବୀ ହେଉଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031