Indus Valley Times

କେବେ ଦୂର ହେବ ସୁମିତ୍ରା ମଳିକଙ୍କ ଦୁଃଖ ?

 Breaking News

କେବେ ଦୂର ହେବ ସୁମିତ୍ରା ମଳିକଙ୍କ ଦୁଃଖ ?

November 01
20:53 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ନୂଆଗାଁ,୧/୧୧ :ରାଜ୍ୟସରକାରଙ୍କ ଦ୍ଵାରା ଆଦିବାସୀ ଲୋକମାନଙ୍କୁ ମୋଳିକ ସୁବିଧା ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ବିଭାଗୀୟ ଅଧିକାରୀ ମାନଙ୍କ ଦାୟିତ୍ଵ ହୀନତା ଯୋଗୁଁ ଆଦିବାସୀ ବିଧବା ବୃଦ୍ଧା ମାନେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେବା ସହ ହରିଶ୍ଚନ୍ଦ୍ର ଯୋଜନା ରୁ ମଧ୍ୟ ବଞ୍ଚିତ ହେଉଛନ୍ତି।ଏହାର ବାସ୍ତବ ଚିତ୍ର ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ କନ୍ଧ ଖାଲମଡ଼ା ଗ୍ରାମର ସୁମିତ୍ରା ମଳିକ ଙ୍କ ଠାରେ ଦେଖିବାକୁ ମିଳିଛି। ଜାକେଡ଼ା ପଞ୍ଚାୟତ ଅଧିନରେ ଥିବା କନ୍ଧ ଖାଲମଡ଼ା ଗ୍ରାମର ସୁମିତ୍ରା ମଳିକ ସ୍ବାମୀ ଖଗେଶ୍ବର ମଳିକ ଙ୍କ ସହ ଆର୍ଥିକ ଅନଟନ ଭିତରେ ଦୁଃଖ କଷ୍ଟରେ ଜୀବନ ବିତାଉଥିଲେ।ହେଲେ ଭାଗ୍ୟର ବିଡମ୍ବନା ଦୁଇ ବର୍ଷ ପୂର୍ବେ ସ୍ବାମୀ ରୋଗରେ ଆକ୍ରାନ୍ତ ହୋଇ ସବୁଦିନ ପାଇଁ ଆରପାରିକୁ ଚାଲିଯାଇଥିଲେ।ସୁମିତ୍ରା ଙ୍କ ପାଇଁ ଦୁଃଖ ଉପରେ ଲଳିତ ବିଡା ପଡ଼ିଲା। ଝାଟି ମାଟି ଚାଳଘରେ ଜୀବନ ବିତାଉଥିବା ସୁମିତ୍ରା ଙ୍କ ପାଇଁ ବିଧବା ଭତ୍ତା ସାତ ସପନ ପାଲଟିଗଲା । ଝାଟି ମାଟି ଘର ର ଅବସ୍ଥା ନ କହିବା ଭଲ।ଘର ଭିତରେ ରହିଲେ ଦିନରେ ସୂର‌୍ୟ୍ୟ ଓ ରାତିରେ ଚନ୍ଦ୍ର ଦେଖାଯାଆନ୍ତି।କେତେବେଳେ ଯେ ଘର ଭୁଶୁଡ଼ି ପଡ଼ିବ ତାହା କହିହେବ ନାହିଁ। ବୟସ ଅତିକ୍ରାନ୍ତ ହୋଇଥିବା ଯୋଗୁ ରୋଜଗାର କରିବା ପାଇଁ ଅସମର୍ଥ ସୁମିତ୍ରା।ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କିପରି ବାଟ ବଣା ହୁଏ ତାହା ଅଶ ହାୟ ସୁମିତ୍ରା ଙ୍କୁ ଦେଖିଲେ ଜାଣିହେବ।ଦୁଃଖ ଦୁର୍ଦ୍ଦିନରେ ଜୀବନ ବିତାଉଥିବା ସୁମିତ୍ରା ମଳିକ ଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଜିଲ୍ଲାପାଳ ସ୍ଵତନ୍ତ୍ର ପଦକ୍ଷେପ ନେବାକୁ ଜନସାଧାରଣ ରେ ଦାବୀ ହେଉଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031