Indus Valley Times

କେରଳର କୋଲାମ୍ ଜିଲ୍ଲାରେ ୮୦ରୁ ଊର୍ଦ୍ଧ୍ବ ‘ଟମାଟୋ ଫ୍ଲୁ’ ମାମଲା ଚିହ୍ନଟ

 Breaking News

କେରଳର କୋଲାମ୍ ଜିଲ୍ଲାରେ ୮୦ରୁ ଊର୍ଦ୍ଧ୍ବ ‘ଟମାଟୋ ଫ୍ଲୁ’ ମାମଲା ଚିହ୍ନଟ

କେରଳର କୋଲାମ୍ ଜିଲ୍ଲାରେ ୮୦ରୁ ଊର୍ଦ୍ଧ୍ବ ‘ଟମାଟୋ ଫ୍ଲୁ’ ମାମଲା ଚିହ୍ନଟ
May 11
17:10 2022

କୋଚି, ୧୧/୫: ‘ଟମାଟୋ ଫ୍ଲୁ’ ନାମରେ ଗୋଟାଏ ନୂତନ ଭୂତାଣୁ ଯୋଗୁଁ କେରଳରେ ୫ ବର୍ଷରୁ କମ୍ ବୟସ୍କ ୮୦ରୁ ଅଧିକ ପିଲା ଆକ୍ରାନ୍ତ ହୋଇଥିବା କଥା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, କେରଳର କୋଲାମ୍ ଜିଲ୍ଲାରେ ୮୦ରୁ ଊର୍ଦ୍ଧ୍ବ ‘ଟମାଟୋ ଫ୍ଲୁ’ ମାମଲା ଚିହ୍ନଟ ହୋଇଛି।
ଆକ୍ରାନ୍ତ ପିଲାମାନେ ୫ ବର୍ଷରୁ କମ୍ ବୟସ୍କ ଏବଂ ସ୍ଥାନୀୟ ସରକାରୀ ହସ୍ପିଟାଲ୍ରୁ ସେମାନଙ୍କ ବିଷୟରେ ସୂଚନା ମିଳିଛି। ଘରୋଇ ହସ୍ପିଟାଲ୍ରେ ଚିକିତ୍ସା ହୋଇଥିବା ପିଲାମାନଙ୍କ ସଂଖ୍ୟା ହିସାବକୁ ନେଲେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ।
ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପରିସ୍ଥିତି ଉପରେ ଦୃଷ୍ଟି ରଖିବା ସହ ସଂକ୍ରମଣ ଚିହ୍ନଟ ହୋଇଥିବା ଅଞ୍ଚଳରେ ପ୍ରତିରୋଧାତ୍ମକ ପଦକ୍ଷେପ ଗ୍ରହଣ କରୁଛି। ସରକାରୀ କର୍ତ୍ତୃପକ୍ଷମାନେ ଗାଁଗଣ୍ଡାରେ ସଚେତନତା ଅଭିଯାନ ଚଳାଇଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ କରାଯାଇଛି।
ଉଲ୍ଲେଖଯୋଗ୍ୟ, ‘ଟମାଟୋ ଜର’ ନାମରେ ପରିଚିତ ‘ଟମାଟୋ ଫ୍ଲୁ’ରେ ପିଲାମାନଙ୍କୁ ଅଜ୍ଞାତ କାରଣରୁ ଜ୍ବରରେ ପୀଡ଼ିତ ହେଉଛନ୍ତି।
ଅବଶ୍ୟ ଏହା ପ୍ରକୃତରେ ଭୂତାଣୁବାହିତ ରୋଗ କିଂବା ଚିକୁନଗୁନିଆ ବା ଡେଙ୍ଗୁ ଜ୍ବର ପରବର୍ତ୍ତୀ କୁପ୍ରଭାବ ତାହା ବିତର୍କର ବିଷୟ ହୋଇ ରହିଛି। ‘ଟମାଟୋ ଫ୍ଲୁ’ରେ ଆକ୍ରାନ୍ତ ପିଲା ଦେହରେ ଦାଗ ଦେଖାଯିବା, କୁଣ୍ଡେଇ ହେବା ଓ ଜଳଶୁଷ୍କତା ଆଦି ଲକ୍ଷଣ ଦେଖାଦିଏ।
ଏଥିଯୋଗୁଁ ଦେହର ବହୁ ଅଂଶରେ ଫୋଟକା ହୁଏ। ଏହି ଫୋଟକାର ରଙ୍ଗ ସାଧାରଣତଃ ଲାଲ୍ ଦେଖାଯାଉଥିବାରୁ ଏହି ରୋଗକୁ ‘ଟମାଟୋ ଫ୍ଲୁ’ ବା ‘ଟମାଟୋ ଫିବର୍’ କୁହାଯାଉଛି।
ଏହି ରୋଗର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ସ୍ବାସ୍ଥ୍ୟ ଅଧିକାରୀମାନେ ‘ଟମାଟୋ ଫ୍ଲୁ’ର ମୁଖ୍ୟ କାରଣ ସନ୍ଧାନରେ ଲାଗିଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ଭାରତରେ କେବଳ କୋଲାମ୍ର କିଛି ପ୍ରାନ୍ତରେ ଏହି ସଂକ୍ରମଣ ଦେଖାଦେଇଛି। କିନ୍ତୁ, ଠିକଣା ବେଳେ ପଦକ୍ଷେପ ଗ୍ରହଣ କରା ନ ଗଲେ ଏହା ଅନ୍ୟ ଅଞ୍ଚଳକୁ ବ୍ୟାପିଯିବ ବୋଲି ସ୍ବାସ୍ଥ୍ୟ ଅଧିକାରୀମାନେ ସତର୍କ କରାଇ ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031