Indus Valley Times

କୋଟିପତି ଆଇଏଫ୍‌ଏସ୍‌ଙ୍କ ଖେଳ ଶେଷ: ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ଗିରଫ ହେଲେ ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ

 Breaking News

କୋଟିପତି ଆଇଏଫ୍‌ଏସ୍‌ଙ୍କ ଖେଳ ଶେଷ: ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ଗିରଫ ହେଲେ ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ

November 27
18:33 2020

ଭୁବନେଶ୍ୱର,୨୭/୧୧: କୋଟି କୋଟି ସମ୍ପତ୍ତିର ଅଧିକାରୀ ଅଭୟକାନ୍ତ ପାଠକଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବରିଷ୍ଠ ଆଇଏଫଏସ୍ ଅଧିକାରୀ ତଥା ରାଜ୍ୟର ଅତିରକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକ ଏବଂ ତାଙ୍କର ପୁତ୍ର ଆକାଶ ପାଠକଙ୍କୁ ଶୁକ୍ରବାର ଦିନ ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି ।
୧୫୦ଜଣ ଅଫିସରଙ୍କ ମାରାଥନ୍ ଜେରା ପରେ ଭିଜିଲାନ୍ସ ପକ୍ଷରୁ ବାପ-ପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ବିରୋଧରେ ବହୁ ବେନାମୀ ସମ୍ପତ୍ତି ସହ ଅନିୟମିତ କାର‌୍ୟ୍ୟର ଦସ୍ତାବିଜ ମିଳିଛି। ବନୀକରଣ କାର‌୍ୟ୍ୟରେ ବଡ଼ ସ୍କାମ୍ ଖୁଲାସା ହେବା ନେଇ ସୂଚନା ମିଳିଛି ।
ମିଳିଥିବା ସୁଚନାଅନୁଯାଇ ଏବେ ସୁଦ୍ଧା ପ୍ରାୟ ୬୦ଲକ୍ଷ ଟଙ୍କା ମିଳିଛି। ଦାମୀ ଘରୋଇ ସାମଗ୍ରୀ ଓ ୮୦୦ ଗ୍ରାମ ସୁନା ଅଳଙ୍କାର ଜବତ ହୋଇଛି। ୨୩ଲକ୍ଷ ଟଙ୍କାର ଅଳଙ୍କାର କ୍ରୟ ନେଇ ଦଲିଲ ମିଳିଛି। ପୁଅ ଆକାଶ ପାଠକଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୯କୋଟି ୪୦ଲକ୍ଷ ଟଙ୍କା ଜମା ରହିଛି। ସେଥିମଧ୍ୟରୁ ୮କୋଟି ୪୦ଲକ୍ଷ ଟଙ୍କା ଭୁବନେଶ୍ବରରେ ଜମା ହୋଇଛି। ସହିଦନଗର ଓ ନୟାପଲ୍ଲୀରେ ଥିବା ଏଟିଏମ୍ ମାଧ୍ୟମରେ ଟଙ୍କା ଜମା କରାଯାଇଥିବା ସୂଚନା ମିଳିଛି।
ପୁଅ ଆକାଶ ପାଠକଙ୍କ ନାମରେ ମର୍ସିଡିଜ୍, ବିଏମ୍ଡବ୍ଲ୍ୟୁ, ଟାଟା ହ୍ୟାରିୟର ଓ ୩ଟି ମହଙ୍ଗା ବାଇକ୍ ରହିଛି। ପୁଣେରେ ୨ ମର୍ସିଡିଜ୍ ସହିତ ୩ଟି ଭଡ଼ାଗାଡ଼ିର ଦଲିଲ ଠାବ କରାଯାଇଛି। ଫ୍ଲାଟ ଓ ଫାର୍ମ ହାଉସ୍ ପାଇଁ ୧କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ମୁମ୍ବଇ ଓ ରାଜସ୍ଥାନ ହୋଟେଲ୍ ବିଲ୍ ବାବଦକୁ କୋଟିଏରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ୩କୋଟି ଟଙ୍କାର ଚାଟାର୍ଡ ଫ୍ଲାଇଟ୍ ବିଲ୍ ମିଳିଛି। ବାପ-ପୁଅଙ୍କ ବିଦେଶ ବୁଲା ଖର୍ଚ୍ଚ ସାଢ଼େ ୪କୋଟି ବୋଲି ଜଣାପଡ଼ିଛି। ଘାଟିକିଆ ବିପୁଲ୍ ଗାର୍ଡେନ୍ରେ ଏକ ଫ୍ଲାଟ ରହିଛି। ଏହି ଫ୍ଲାଟ୍ରେ ମୂଲ୍ୟବାନ ଇଟାଲିୟନ୍ ମାର୍ବଲ୍ ଲଗାଯାଇଛି। ଇଟାଲିଆନ୍ ମାର୍ବଲ୍ର ବର୍ଗଫୁଟର ମୂଲ୍ୟ ୧ହଜାର ଟଙ୍କାରୁ ଅଧିକ ରହିଛି। ହାତୀ ଦାନ୍ତ ଲାଗିଥିବା ୬୦ଲକ୍ଷ ଟଙ୍କାର ପଲଙ୍କ ଠାବ କରାଯାଇଛି। ଅଭୟକାନ୍ତଙ୍କ ଘରୁ ହରିଣ ଶିଙ୍ଗ ଜବତ ହୋଇଛି। ଲକ୍ଡାଉନ୍ବେଳେ ଘରୋଇ ବିମାନରେ ୨୦ଥର ଉଡ଼ାଣ କରିଛନ୍ତି। ପ୍ରତିଥରର ଖର୍ଚ୍ଚ ୧୫ରୁ୨୫ଲକ୍ଷ ଟଙ୍କା ଆକଳନ କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031